ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ନୂଆଦିଲ୍ଲୀ,୧୦।୭- ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ନକ୍‌ଆଉଟ ମ୍ୟାଚ୍‌ ଥିବାରୁ ଏହି ମୁକାବିଲା ଲାଗି ଏକ ରିଜର୍ଭ ଡେ’ ରଖାଯାଇଛି। ଅର୍ଥାତ୍‌ ମଙ୍ଗଳବାର ନ୍ୟୁଜିଲାଣ୍ଡ ଯେଉଁଠାରେ ତା’ର ବ୍ୟାଟିଂ ଶେଷ କରିଥିଲା, ସେଠାରୁ ବୁଧବାର ଆରମ୍ଭ କରିବ। ନ ହେଲେ ଡିଏଲଏସ୍‌ ନିୟମ ଭିତ୍ତିରେ ଭାରତୀୟ ଦଳକୁ ୨୦ ଓଭରରେ ୧୪୮ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିବ। ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ନ ପାରିଲେ, ଭାରତୀୟ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। କାରଣ ଆଇସିସି ଇଭେଣ୍ଟ ନିୟମ ଅନୁଯାୟୀ ଯଦି ସେମିଫାଇନାଲରେ କୌଣସି କାରଣରୁ ଫଳାଫଳ ବାହାରି ନ ପାରେ ପ୍ରତିପକ୍ଷ ଦଳଠାରୁ ପଏଣ୍ଟ ଟେବୁଲର ଉପରେ ଥିବା ଦଳ ଫାଇନାଲକୁ ଉନ୍ନୀତ ହେବ। ଉଲ୍ଲେଖଥାଉ କି, ଭାରତୀୟ ଦଳ ୯ ମ୍ୟାଚ୍‌ରୁ ୭ ବିଜୟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିଛି। ଯଦି ବର୍ଷା କାରଣରୁ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରିତ ୧୪ ତାରିଖ ଓ ରିଜର୍ଭ ଡେ’ (୧୫ ତାରିଖ)ରେ ମଧ୍ୟ ଖେଳ ନ ହୋଇପାରିଲେ ଦୁଇ ଦଳକୁ ବିଜେତା ହିସାବରେ ଗ୍ରହଣ କରାଯିବ। ନକ୍‌ଆଉଟ ପର୍ଯ୍ୟାୟର ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟରୁ କୌଣସି ଯଦି ଡ୍ର’ ହୁଏ, ତେବେ ସୁପର ଓଭର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ସରକାର ହୋଇଥିଲେ ରାଜି, ହେଲେ ୟୁ-ଟର୍ନ ନେଲା CJP, ରୋକଠୋକ ଶୁଣାଇଦେଲା-ଆମେ…

ନୂଆଦିଲ୍ଲୀ,୨୩।୭: ସରକାର ବାରମ୍ବାର କହିଆସୁଛନ୍ତି , ସେମାନେ ପ୍ରତିବାଦକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ,ସୂତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଜନ୍ତର-ମନ୍ତର ଆନ୍ଦୋଳନରେ ଫାଟ! ଦାବି ପ୍ରତ୍ୟାହାର କରିନେଲେ ସୋନମ ୱାଙ୍ଗଚୁକ, CJP ରଖିଲା ୨ ସର୍ତ୍ତ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ଆନ୍ଦୋଳନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ (NEET) ପେପର ଲିକ୍‌ ମାମଲାରେ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri