‘ଭାରତ-ଆମେରିକା ବ୍ୟବସାୟିକ ସମ୍ପର୍କକୁ ମଜଭୁତ କରିଛି ଉର୍ଜା’

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜି୍ୟକ ସମ୍ବନ୍ଧକୁ ମଜଭୁତ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫୋରମ(ୟୁଏସ୍‌ଆଇ୍‌ଏସ୍‌ପିଏଫ୍‌ର)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ ସାର୍ବଜନୀନ ଆଲୋଚନା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଟିମ୍‌ ରୋଏମର୍‌ଙ୍କ ସହ ସାକ୍ଷାତ୍‌କାର ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ତିନି ବର୍ଷରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି। ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ବାଣିଜି୍ୟକ ବ୍ୟବସାୟ ୨୦୧୪ ପରେ କ୍ରମାଗତ ଭାବେ ବଢିଚାଲିଛି। ଏ ଦିଗରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ଆମେରିକା ଠାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୩.୫୮ ବିଲିୟନ ଆମେରିକୀୟ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି। ଏହି ମର୍ମରେ ଭାରତ ଆମେରିକାଠାରୁ ମୋଟ ୭.୨ ବିଲିୟନ ଆମେରିକୀୟ ଡଲାରର ଏଲ୍‌ଏନ୍‌ଜି ସମେତ ପେଟ୍ରୋଲିୟମ ଉପତ୍ାଦ ଆମଦାନୀ କରିଛି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଅଶୋଧିତ ତୈଳ ଉପତ୍ାଦନ କରିବା ଦିଗରେ ଆମେରିକା ପ୍ରମୁଖ ୧୦ ଦେଶ ତାଲିକାରେ ରହିପାରିଛି। ଏଲ୍‌ଏନ୍‌ଜି ଉପତ୍ାଦନ କ୍ଷେତ୍ରରେ ମଧ୍ୟ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତୀୟ କମ୍ପାନୀଗୁଡିକ ପ୍ରଥମରୁ ଆମେରିକାର ତୈଳ ଏବଂ ଗ୍ୟାସ୍‌ ଆସେଟ୍‌ଗୁଡିକରେ ପୁଞ୍ଜି ନିବେଶ କରୁଛନ୍ତି। ଆମେରିକା ପାଇଁ ବର୍ତ୍ତମାନ ଭାରତ ବିଶ୍ୱରେ ଚତୁର୍ଥ ସର୍ବବୃହତକାରୀ ଅଶୋଧିତ ତୈଳ ଆମଦାନିକାରୀ ଦେଶ। ଅନ୍ୟପଟେ ଏଲ୍‌ଏନ୍‌ଜି କ୍ଷେତ୍ରରେ ତୃତୀୟ ସର୍ବବୃହତକାରୀ ଦେଶଭାବେ ରହିଛି। ଚଳିତବର୍ଷ ଭାରତ ପ୍ରାୟ ୪.୫ ବିଲିୟନ ଆମେରିକୀୟ ଡଲାରର ତୈଳ ଏବଂ ଗ୍ୟାସ ଆମଦାନୀ କରିବ। ତୈଳ କମ୍ପାନୀଗୁଡିକ ଉପରେ ଆକ୍ରମଣ ଓ ଅଣ-ଜଳବାୟୁ ପରିବର୍ତ୍ତନ ସମ୍ପ୍ରତି ତୈଳ ଏବଂ ଗ୍ୟାସର ବିକାଶ ଦିଗରେ ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଏହି ସମୟରେ ଭାରତ ଆଗାମୀ ଦିନରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିବ। କାରଣ ଏବେ ଭାରତ ବିଶ୍ୱ ଅର୍ଥନୀତି ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି। ଆମେରିକା ଓ ଚାଇନା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ହୋଇପାରିଛି। ୨୦୨୦ ମଧ୍ୟଭାଗ ସୁଦ୍ଧା ଭାରତ ଉର୍ଜା ବଜାରୀକରଣରେ ଚାଇନାଠାରୁ ଟପିବ ବୋଲି ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟି ଗରିବ ମହିଳାଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରାଯାଇପାରିଛି। ଅପରପକ୍ଷରେ ଭାରତ ଆମେରିକା ମଧ୍ୟରେ ଉର୍ଜା ସହଯୋଗକୁ ମଜଭୁତ୍‌ କରିବାରେ ଏଲ୍‌ଏନ୍‌ଜି ମୁଖ୍ୟ ଭୂମିକା ନେବାର ପ୍ରତିଶ୍ରୁତି ରଖିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ଏହି ସବୁ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ୧୭ ଏବଂ ୧୮ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

କରୋନା ସଂକ୍ରମିତଙ୍କ ନେଗେଟିଭ୍‌ ରିପୋର୍ଟ ଥିଲେ ମୃତଦେହ ନେଇପାରିବେ ପରିବାର ଲୋକେ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କୋଭିଡ୍‌ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହେଲେ ସେମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର।...

ରାଜ୍ୟରେ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୪(ବ୍ୟୁରୋ) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ୫ କ୍ୱାରେଣ୍ଟାଇନ୍‌ରୁ...

ଶନିବାରଠୁ ବାଣ ବଜାରରେ ଭିଡ଼

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଆଗକୁ ଦୀପାବଳି ଆସୁଥିବାରୁ ସବୁଠି ବାଣ ଦୋକାନ ଖୋଲିବାରେ ଲାଗିଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ପ୍ରାୟ...

ଜେଇଇ ମେନ୍‌ ଆରମ୍ଭ

ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର...

‘ବନ୍ୟା ପରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା’

ଭୁବନେଶ୍ୱର, ୨୫।୮ (ବ୍ୟୁରୋ): ରାଜ୍ୟରେ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି, ବନ୍ୟା ପରେ ଜଳବାହିତ ରୋଗ...

ରାଜ୍ୟରେ ଆଜି ୩୭୨ କରୋନା ପଜିଟିଭ୍‌ ଚିହ୍ନଟ, ଆଉ ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରବିବାର ରାଜ୍ୟରେ ୩୭୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୨୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଉତ୍କଳ ସମ୍ମିଳନୀ ପକ୍ଷରୁ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧଦିବସ ପାଳନ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପିଏମ୍‌ଜି ଛକରେ ବୁଧବାର ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି। ସମ୍ମିଳନୀର ସଭାପତି ତଥା ଓଡ଼ିଶା ବିଧାନସଭାର...

Advertisement
Archives

Model This Week