Posted inଜାତୀୟ

ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ: ପିଓକେରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱଂସ

ନୂଆଦିଲ୍ଲୀ, ୧୦ା୯: ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଥିବା ପାକ୍‌ ସେନାର ଏକ ଶିବିର ଓ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ଲାଗି ପାକିସ୍ତାନ ସେନା ପକ୍ଷରୁ ସୁରକ୍ଷା ଓ ପ୍ରୋତ୍ସାହନ ଦିଆଯାଉଥିଲା। ପିଓକେର ଲୀପା ଉପତ୍ୟକାରେ ଥିବା ପାକିସ୍ତାନର ଗୁପ୍ତ ଆଡ୍ଡା ଉପରେ ସୋମବାର ଭାରତୀୟ ସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିି। ପାକିସ୍ତାନ ସେନା ଶିବିରକୁ ଲାଗିକରି ଏହି ଲଞ୍ଚପ୍ୟାଡ୍‌ଟି ଥିଲା। ପାକ୍‌ ସେନା ସହାୟତାରେ ଆତଙ୍କବାଦୀମାନେ ଏହିଠାରୁ ସୀମାନ୍ତ ଗ୍ରାମଗୁଡ଼ିକରେ ଆକ୍ରମଣ ଜାରି ରଖିଥିଲେ। ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ କରି ସେଠାରେ ଆତଙ୍କ ସୃଷ୍ଟି କରୁଥିଲେ।
ପିଓକେରେ ଜମାତ୍‌-ଇ-ଇସ୍‌ଲାମି ଓ ଅନ୍ୟ ଆତଙ୍କବାଦୀମାନେ କ୍ୟାମ୍ପକରି ଜେହାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ଜଣାପଡ଼ିଛି। ଏଥିସହ ରାଓ୍ବଲକୋଟର ତାର୍‌ନୁଟି ଓ ପୋଥିବାଲାରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପାକ୍‌ ସେନା ସହାୟତାରେ ଜୈଶ୍‌-ଇ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ, ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନ ଏଠାରେ ସକ୍ରିୟ ରହିଛନ୍ତି। ନିୟନ୍ତ୍ରଣରେଖା ପାର୍‌ହୋଇ ଏମାନେ ଭାରତରେ ପଶିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗୋଇନ୍ଦା ରିପୋର୍ଟ ମୁତାବକ ପାକ୍‌ ସେନା ଓ ଆଇଏସ୍‌ଆଇ ପିଓକେରେ ଆତଙ୍କବାଦୀ ଶିବିର ସଂଖ୍ୟା ବୃଦ୍ଧି କରିବା ସହ ଏହାର କାର୍ଯ୍ୟକଳାପ ବଢାଇବାରେ ଲାଗିଛନ୍ତି। ପିଓକେରେ ପ୍ରାୟ ୧୮ ଆତଙ୍କବାଦୀ ଶିବିର ଓ ଲଞ୍ଚ୍‌ପ୍ୟାଡ୍‌ କାର୍ଯ୍ୟକ୍ଷମ ରହିଛି। ନିୟନ୍ତ୍ରଣରେଖା ଡ଼େଇଁ ଏମାନେ ଭାରତ ଭିତରକୁ ପ୍ରବେଶ କରିବା ଅପେକ୍ଷାରେ ରହିଛନ୍ତି। ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ଭାରତୀୟ ସେନା ଶିବିର ଓ ବିଭିନ୍ନ ଧର୍ମପୀଠକୁ ଟାର୍ଗେଟ କରିବା ଲାଗି ପାକ୍‌ ସେନା ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ରହିଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନର ଅଭିଯୋଗକୁ ଅନ୍ତର୍ଜାତୀୟ ସମୁଦାୟ କୋଣଠେସା କରିବା ପରେ କଶ୍ମୀରରେ ରକ୍ତ ନଦୀ ବୁହାଇବା ଲାଗି ଆତଙ୍କବାଦୀମାନେ ପ୍ରୟାସ କରୁଥିବା ଜଣାପଡ଼ିଛି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ଅସଲ ମୁଖା ଖୋଲିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri