Posted inଜାତୀୟ

ଭାରତୀୟ ସେନାର କଡା ଜବାବ ପରେ ଠିକଣା ବଦଳାଇଲେ ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୨୨।୧୦: ଉତ୍ତର କଶ୍ମୀରର କୁପଓ୍ବାଡା ଜିଲା ନିକଟରେ ଥିବା ସୀମାରେ ପାଖାପାଖି ଶହେ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷା ରଖିଥିଲେ। ଏମାନେ କଶ୍ମୀରରେ ପ୍ରବେଶ କରି ହିଂସା କରିବାକୁ ଯୋଜନା କରୁଥିବା ବେଳେ ପାକିସ୍ତାନ ପଟରୁ ଶନିବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଥିଲା। ଆଉ ଏହାର କଡା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ଉକ୍ତ ଆତଙ୍କବାଦୀଙ୍କର ପ୍ରାୟ ୪ଟି ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଭାରତୀୟ ସେନା ଦାବି କରିଥିଲା। ଆଉ ଏହାପରେ ଏବେ ଜୀବିତ ଥିବା କେତେଜଣ ଆତଙ୍କବାଦୀ ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ଭୟଭୀତ ହୋଇ ସେମାନଙ୍କ ଠିକଣା ବଦଳାଇଥିବା ଅନୁମାନ କରାଯାଉଛି। ଏମାନେ ଏବେ ଶିବିର ଛାଡି ନିକଟରେ ଥିବା ବସ୍ତି ମଧ୍ୟରେ ଲୁଚି ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗରରୁ ଦିଲ୍ଲୀ ବିମାନ ଟିକେଟ ଆକାଶ ଛୁଆଁ: ବଢ଼ିଲା ୫ ଗୁଣା

ଶ୍ରୀନଗର,୩।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ...

ବିଜ୍ଞପ୍ତି ପ୍ରତ୍ୟାହାର ନ କଲେ ଅବମାନନା ନୋଟିସ ପଠାଯିବ

ନୂଆଦିଲ୍ଲୀ,୨୮ା୨: ଗୋଟିଏ ପାହ୍ୟା, ଗୋଟିଏ ପେନ୍‌ସନ (ଓଆର୍‌ଓପି)ରେ ସେନାବାହିନୀର ଯୋଗ୍ୟ ପେନସନ୍‌ଭୋଗୀଙ୍କୁ ୪ କିସ୍ତିରେ ବକେୟା ପୈଠ କରିବା ପାଇଁ ଏକ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ...

ସୁପ୍ରିମ୍‌କୋର୍ଟର ଅଧା କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୨।୪: ସୁପ୍ରିମ୍‌କୋର୍ଟର ଅଧାରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟର ଅଧିକାଂଶ କ୍ଲର୍କ ଏବଂ ତଳିଆ...

ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାଇପାରୁ ନାହାଁନ୍ତି ଶୌଚାଳୟ: ପିନ୍ଧୁଛନ୍ତି ଆଡଲ୍ଟ ଡାଏପର

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ନିଜ ଜୀବନକୁ ତୁଛ ମଣି କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ କେତେକ ସ୍ଥାନରେ ସେମାନଙ୍କୁ ସାଧାରଣ...

ଗଗନ ମିଶନରେ ୩ ଭାରତୀୟ କରିବେ ଯାତ୍ରା: ଇସ୍ରୋ ସହିତ ବାୟୁସେନା କଲା ବୁଝାମଣା

ବେଙ୍ଗାଲୁର,୩୦।୫: ଭାରତ ମହାକାଶ ମାନବ ମିଶନରେ କାର୍ଯ୍ୟ ଜାରି ରଖିଛି। ଆସନ୍ତା ୨୦୨୧-୨୨ ସୁଦ୍ଧା ୩ ଭାରତୀୟ ଗଗନ ମିଶନରେ ସାମିଲ୍‌ ହେବେ। ଏଥିପାଇଁ ଭାରତୀୟ...

ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ...

ଗଙ୍ଗୋତ୍ରୀରେ ବିଯୁକ୍ତ ୩ ଡିଗ୍ରୀ

ଡେରାଡୁନ, ୧୩।୧: ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଧାମରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଭୀଷଣ ବରଫପାତ କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ଐତିହ୍ୟ...

କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ

ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ...

Advertisement
Archives

Model This Week