Posted inଜାତୀୟ

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବା ଜଣାପଡ଼ିଛି। ଏହି ପଦବୀଗୁଡ଼ିକ ମିଲିଟାରୀ ପୋଲିସ ବିଭାଗରେ ଖାଲି ପଡ଼ିଛି। ସେନାରେ ୧୯୯୦ଠାରୁ ମହିଳାଙ୍କୁ ନିଯୁକ୍ତି ମିଳୁଛି। ଇତିମଧ୍ୟରେ ସ୍ଥଳସେନାରେ ୧,୫୬୧ ମହିଳା ଅଫିସର ଥିବାବେଳେ ନୌସେନାରେ ୪୮୯ ଏବଂ ବାୟୁସେନାରେ ୧,୬୧୦ ଅଫିସର ଅଛନ୍ତି। କେତେକ ସ୍ବତନ୍ତ୍ର ବ୍ରାଞ୍ଚ୍‌ରେ ମହିଳାଙ୍କୁ ସମ୍ପୂର୍ଣ୍ଣ ସମୟ ଭିତ୍ତିକ ନିଯୁକ୍ତି ମଧ୍ୟ ମିଳୁଛି। ତେବେ ଯୁଦ୍ଧପୋତ, ବୁଡ଼ାଜାହାଜ, ସ୍ଥଳସେନାର ଗୋଳାବାରୁଦ ବାହିନୀ କ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତ କରାଯାଉନାହିଁ। ବାୟୁସେନାରେ ସେମାନଙ୍କୁ ପରୀକ୍ଷାମୂଳକ ଭାବେ ଯୁଦ୍ଧ ବିମାନ ଉଡ଼ାଇବାର ତାଲିମ୍‌ ଦିଆଯାଉଛି। ଇତିମଧ୍ୟରେ ଏଭଳି ୬ଥର ତାଲିମ୍‌ ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାରେ ଶହେ ଜଣ ମହିଳା ହେଲିକପ୍ଟର ପାଇଲଟ୍‌ ଅଛନ୍ତି। ଏବେ ନୌସେନାର ପ୍ରଥମ ବ୍ୟାଚ୍‌ ପାଇଲଟ୍‌ଙ୍କୁ ତାଲିମ୍‌ ଦିଆଯାଉଛି। ସେନାରେ ୯୭୫ ମହିଳା ଡାକ୍ତର, ୧୩୦ ଡେଣ୍ଟିଷ୍ଟ୍‌ ଏବଂ ୩,୮୦୦ ନର୍ସ କାର୍ଯ୍ୟ କରୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଉପରାଜ୍ୟପାଳଙ୍କ ବହିଷ୍କାର ଦାବିକଲା ଏଏପି

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ଥିବାବେଳେ ନିଜ କ୍ଷମତାର ଦୁରୁପଯୋଗ କରି ମୁମ୍ବାଇ ଖଦି ଲାଉଞ୍ଜର ଇଣ୍ଟେରିୟର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାର...

ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ...

ଅନୁଚ୍ଛେଦ ୩୭୦ ହଟିବା ପରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ନୂଆଦିଲ୍ଲୀ, ୨।୨ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ରାଜ୍ୟରେ ଜାରି ରହିଥିବା ଆତଙ୍କବାଦ ବିରୋଧି ଅପରେଶନ୍‌ ଅଲ୍‌ଆଉଟ୍‌ ବେଶ୍‌ ସଫଳ ରହିଛି। ରାଜ୍ୟରେ...

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌...

‘ଯଦି ହନୁମାନ ଚାଳିଶା ପଢିବା ଅପରାଧ; ୧୪ ଦିନ ନୁହେଁ, ୧୪ ବର୍ଷ ପାଇଁ ଜେଲ୍‌ ଯିବାକୁ ପ୍ରସ୍ତୁତ’

ମୁମ୍ବାଇ,୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍‌ ଯାଇ...

କୁଆଡେ ଗଲା ୧୫ ଲକ୍ଷ: ମୋଦିଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ…

ଚେନ୍ନାଇ,୪।୯ : ଭାଜପା ସୋମବାର ପୋଡକାଷ୍ଟ ସିରିଜର ପ୍ରଥମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ ଏମ.କେ ଷ୍ଟାଲିନ କଡ଼ା...

ସୁଫରଫାଷ୍ଟ ଏକ୍ସପ୍ରେସ୍‌ର ବଗିରୁ ଇଞ୍ଜିନ୍‌ ହେଲା ଅଲଗା: ଯାତ୍ରୀ ଆତଙ୍କିତ

ଲକ୍ଷ୍ନୌ,୩।୪: ସପ୍ତକ୍ରାନ୍ତି ସୁଫରଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶର ଆନନ୍ଦବିହାରରୁ ବିହାରର ମୁଜାଫରପୁର ଯାଉଥିବା ଏକ୍ସପ୍ରେସ୍‌ ଶୁକ୍ରବାର ୧୦ଟା ୪୫ରେ ଲକ୍ଷ୍ନୌ ଷ୍ଟେଶନରେ...

Advertisement
Archives

Model This Week