Posted inଫୁରସତ

ଭାରତୀୟ ସେନାଙ୍କୁ ସୁରକ୍ଷା ଦେଇଥାଏ ଏହି ମନ୍ଦିର

ରାଜସ୍ଥାନର ଜୈସଲମେରଠାରୁ ପ୍ରାୟ ୧୨୨ କିଲୋମିଟର ଦୂର ତନୋଟଠାରେ ଏମିତି ଏକ ଦେବୀ ମନ୍ଦିର ରହିଛି ଯାହା ସୀମାରେ ଥିବା ଯବାନଙ୍କର ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। କୁହାଯାଏ କି ଏହି ମନ୍ଦିରରେ ଏମିତି ଶକ୍ତି ଅଛି ଯାହା ଦେଶର ବୀର ଯବାନଙ୍କୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଲୋକକଥା ଅନୁଯାୟୀ ୧୯୬୫ରେ ପାକିସ୍ତାନ ସେନା ଏହି ଅଞ୍ଚଳରେ ପାଖାପାଖି ୩ ହଜାର ବୋମାମାଡ କରିଥିଲେ। ଫଳରେ ଉକ୍ତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିଲା କିନ୍ତୁ ମନ୍ଦିରର ସାମାନ୍ୟ କ୍ଷତି ହୋଇ ନ ଥିଲା। ଆହୁରି ମଧ୍ୟ ଶୁଣିବାକୁ ମିଳେ ମନ୍ଦିର ପରିସରରେ ଯେତେ ବୋମା ପଡିଥିଲା ସବୁ ଗୁଡିକ ନିଷ୍କ୍ରିୟ ହୋଇ ଯାଇଥିଲା। ସେହିଭଳି ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ମନ୍ଦିର ନିକଟରେ ସାଢେ ୪ଶହରୁ ଅଧିକ ବୋମା ପଡିଥିଲେ ମଧ୍ୟ ସବୁ ଅକାମି ହୋଇ ଯାଇଥିଲା। ଏହି ମନ୍ଦିର ପରିସରରେ ଭାରତୀୟ ସେନାଙ୍କର ଏକ ବିଜୟ ସ୍ତମ୍ଭ ନିର୍ମାଣ କରାଯାଇଛି ଯେଉଁଠି ପ୍ରତିବର୍ଷ ଶହୀଦ ଯବାନଙ୍କ ସ୍ମୃତିରେ ଉତ୍ସବ ପାଳନ କରାଯାଇଥାଏ। କେବଳ ଏତିକି ନୁହେଁ ଏଠାରେ ପଡିଥିବା ସମସ୍ତ ବୋମାକୁ ମନ୍ଦିର ପରିସରରେ ଥିବା ମ୍ୟୁଜିୟମରେ ରଖାଯାଇଛି। ଏହି ମନ୍ଦିରର ସମସ୍ତ ଦାୟିତ୍ୱ ସୁରକ୍ଷାକର୍ମୀଙ୍କୁ ଦିଆଯାଇଛି। ମନ୍ଦିରରେ ହିଙ୍ଗଲାଜ ମାତାଙ୍କୁ ପୂଜା କରାଯାଇଥାଏ ଯିଏ ଆଓ୍ବଡ ମାତା ନାମରେ ମଧ୍ୟ ପରିଚିତ। ଏହା ପାକିସ୍ତାନ ସୀମାରେ ଥିବା ବେଳେ ଦେବୀ ମା’ଙ୍କ ଆଉ ଏକ ମନ୍ଦିର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ରହିଛି। ମନ୍ଦିରର ଶିଳାଲେଖରେ ଏହି ସମସ୍ତ କାହାଣୀ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri