Posted inଫୁରସତ

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା କରିବା ଏକ ଟ୍ରେଣ୍ଡ ପାଲଟିଛି। ବିଶେଷକରି ସମ୍ପ୍ରତି ଏକବିଂଶ ଶତାବ୍ଦୀରେ ସମ୍ପର୍କକୁ ନେଇ ତଥା ପରିବର୍ତ୍ତନଶୀଳ ସାଂସ୍କୃତିକ ପରମ୍ପରାକୁ ନେଇ ଯେଉଁ ଯୁବପିଢ଼ି ମଧ୍ୟରେ ଯେଉଁ ମାନସିକତା ଜନ୍ମ ନେଉଛି ତାହାକୁ ହିଁ ଭାରତର ନୂଆପିଢ଼ିର ଲେଖକଲେଖିକାମାନେ କଞ୍ଚାମାଲ ଭାବରେ ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଯେ କେବଳ ଲେଖକମାନେ ଆଗରେ ଅଛନ୍ତି ସେକଥା ନୁହେଁ; ଅଧିକନ୍ତୁ ଲେଖିକାମାନେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି।

ମେଘନା ପନ୍ତ : ଏହି ଟ୍ରେଣ୍ଡର ଲେଖିକାମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଲେଖିକା ମେଘନା ପନ୍ତ। ବହୁ ପୁରସ୍କାର ବିଜେତା ଏହି ଲେଖିକା ଜଣକ ପେସାରେ ଜଣେ ଜର୍ନାଲିଷ୍ଟ ହୋଇଥିବା ବେଳେ ଜଣେ ସୁବକ୍ତା ଭାବରେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରି ସାରିଛନ୍ତି। ମେଘନାଙ୍କର ଡେବ୍ୟୁ ନଭେଲ୍‌ ଥିଲା ‘ଓ୍ବାନ୍‌ ଆଣ୍ଡ ହାଫ୍‌ ଓ୍ବାଇଫ୍‌’। ଏହା ୨୦୧୨ ମସିହାରେ ପ୍ରକାଶିତ ହେବା ସହିତ ବେଷ୍ଟ ସେଲର ମାନ୍ୟତା ପାଇଥିଲା। ସିମ୍‌ଲାରେ ଅବସ୍ଥିତ ଗୋଟିଏ ପରିବାର ଆମେରିକାକୁ ସ୍ଥାନାନ୍ତରିତ ହୋଇଯାଉଛନ୍ତି। କାରଣ ଆମେରିକା ସମଗ୍ର ବିଶ୍ୱରେ ଏକ ସ୍ବପ୍ନ ସୃଷ୍ଟି କରିପାରିଛି ଯେ, ଏହା କେବେ କାହାର ସ୍ବପ୍ନଭଙ୍ଗ ହେବାକୁ ଦେବନାହିଁ। ବାସ୍‌, ଆମେରିକାରେ ପହଞ୍ଚତ୍ବା ପରେ ପରିବାରଟିର କିଭଳି ସ୍ବପ୍ନଭଙ୍ଗ ହେଉଛି ତାହା ହିଁ ହେଉଛି ‘ଓ୍ବାନ୍‌ ଆଣ୍ଡ ହାଫ୍‌ ଓ୍ବାଇଫ୍‌’ର ବିଷୟବସ୍ତୁ। ମେଘନାଙ୍କର ଆଉ ଏକ ଉପନ୍ୟାସ ହେଉଛି ‘ଦି ଟ୍ରବୁଲ ଓ୍ବିଥ୍‌ ଓ୍ବିମ୍ୟାନ୍‌’। ଏହା ମଧ୍ୟ ବେଷ୍ଟ ସେଲର ମାନ୍ୟତା ହାସଲ କରିଥିଲା। ଏହି ଦୁଇଟି ବହି ସହିତ ମେଘନା ପ୍ରମାଣିତ କରିଦେଇଥିଲେ ଯେ, ସେ ପରିବର୍ତ୍ତିତ ଭାରତର ପ୍ରତିନିଧିତ୍ୱ କରିବାକୁ ସମର୍ଥ।

ନିଧି ଦୁଗାର କୁନ୍ଦାଲିଆ : ମେଘନାଙ୍କ ଭଳି ନିଧି ମଧ୍ୟ ଜଣେ ପ୍ରତିନିଧି ଶ୍ରେଣୀୟ ଯୁବ ଲେଖିକା। କୋଲକାତାରେ ଜନ୍ମିତା ନିଧି ମଧ୍ୟ ଜଣେ ଜର୍ନାଲିଷ୍ଟ। ‘ଦି ଲଷ୍ଟ ଜେନେରେସନ୍‌’ ପୁସ୍ତକ ତାଙ୍କୁ ବିପୁଳ ସଫଳତା ଆଣିଦେଇଥିଲା। ସେ ଜଣେ ସ୍ତମ୍ଭ ଲେଖିକା ତଥା ବ୍ଲଗର ମଧ୍ୟ। ତାଙ୍କର ସ୍ତମ୍ଭ ସବୁ ଦି ହିନ୍ଦୁ, ଦି ଟାଇମ୍ସ ଅଫ୍‌ ଇଣ୍ଡିଆ ଆଦିରେ ନିୟମିତ ଭାବରେ ପ୍ରକାଶିତ ହୋଇଥାଏ। ଲଣ୍ଡନରେ ମାଷ୍ଟର ଡିଗ୍ରୀ କରିଥିବା ଏହି ଲେଖିକା ଜଣକ ଯାହା ବି ଲେଖନ୍ତି ସାମ୍ପ୍ରତିକ ସମାଜକୁ ଆଖି ଆଗରେ ରଖି ଲେଖିଥାନ୍ତି। ତାଙ୍କ କହିବା ଅନୁଯାୟୀ, ସମ୍ପ୍ରତି ଭାରତର ଗତି ଖୁବ୍‌ ଦ୍ରୁତ। ଅର୍ଥାତ୍‌ ଲୋକମାନେ ଶୀଘ୍ର ପରିବର୍ତ୍ତନକୁ ସ୍ବୀକାର କରି ନେଉଛନ୍ତି। ତେଣୁ ସାହିତ୍ୟ ସେହି ପରିବର୍ତ୍ତନ ସହିତ ତାଳ ଦେଇ ଚାଲିବା ଦରକାର ନ ହେଲେ ସାହିତ୍ୟ ପଛରେ ପଡ଼ିଯିବ। ପାଠକମାନେ ଆଗକୁ ଆଗେଇଯିବେ।

ଇରା ତ୍ରିବେଦୀ : ପରିବର୍ତ୍ତନଶୀଳ ପାଠକଙ୍କର ପ୍ରତ୍ୟେକ ଚାହିଦାକୁ ପୂରଣ କରିବାର ସମର୍ଥ ରଖିଥିବା ଜଣେ ଲେଖିକା ହେଉଛନ୍ତି ଇରା ତ୍ରିବେଦୀ। କଲେଜରେ ପଢ଼ିବା ସମୟରୁ ଆରମ୍ଭ ହୋଇଥିଲା ଇରାଙ୍କ ଉପନ୍ୟାସ ଲେଖା। ‘ଇଣ୍ଡିଆ ଇନ୍‌ ଲଭ୍‌’ ହେଉଛି ତାଙ୍କର ଏକ ବହୁ ପଠିତ ପୁସ୍ତକ। ଏକବିଂଶ ଶତାବ୍ଦୀର ମଣିଷମାନଙ୍କ ପାଇଁ ସବୁଠୁ ମାମୁଲି କଥା ହେଉଛି ସେକ୍ସ। ବର୍ତ୍ତମାନର ସମାଜ ଆଉ ଆଗ ଭଳି ରକ୍ଷଣଶୀଳ ହୋଇ ରହିିନାହିଁ। ସମସ୍ତେ ମୁକ୍ତ ମାନସିକତାକୁ ଆପଣେଇ ନେଇ ସାରିଲେଣି। ଏପରି କି ଆଗରୁ ସମାଜରେ ବିବାହକୁ ଗୁରୁତ୍ୱ ଦିଆଯାଉଥିଲା। ପଛକୁ ଆସୁଥିଲା ସେକ୍ସ। ମାତ୍ର ଏବେ ଓଲଟି ଯାଇଛି ପରିବେଶ। ଇରାଙ୍କ ‘ଇଣ୍ଡିଆ ଇନ୍‌ ଲଭ୍‌’ ଆପାତତଃ ଏହି ଥିମ୍‌କୁ ନେଇ ପର୍ଯ୍ୟବସିତ। ଏହା କେବଳ ଏକ ବହୁପଠିତ ପୁସ୍ତକ ନୁହେଁ; ବହୁ ପ୍ରଶଂସିତ ଓ ପୁରସ୍କୃତ ବି।

ଜାନାଇସ୍‌ ପାରିଏଟ୍‌ : ମୁଖ୍ୟତଃ କ୍ଷୁଦ୍ରଗଳ୍ପ ବା ସର୍ଟ ଷ୍ଟୋରି ଉପରେ ଫୋକସ୍‌ କରୁଥିବା ଜଣେ ପ୍ରଗତୀଶୀଳା ଯୁବ ଲେଖିକା ହେଉଛନ୍ତି ଜାନାଇସ୍‌ ପାରିଏଟ୍‌। ଆସାମରେ ଜନ୍ମିତା ଏହି ଲେଖିକାଙ୍କର ବାଲ୍ୟ ଓ ଯୌବନ ଅତିବାହିତ ହୋଇଛି ମେଘାଳୟରେ। ‘ବୋଟ୍ସ ଅନ୍‌ ଲ୍ୟାଣ୍ଡ’ ହେଉଛି ତାଙ୍କର ଡେବ୍ୟୁ ପୁସ୍ତକ। ଏହି ପୁସ୍ତକ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଛି। ଜାନାଇସ୍‌ଙ୍କ ରଚନାର ମୁଖ୍ୟ ସ୍ବର ହେଉଛି କିଶୋରାବସ୍ଥାର ମାନସିକତା। କିଶୋର କିଶୋରୀମାନେ କିଭଳି ଭାବରେ ଯାଉଥିବା ସଂସ୍କୃତି ଏବଂ ଆସୁଥିବା ସଂସ୍କୃତି ମଧ୍ୟରେ ସଂଘର୍ଷରତ ଏହା ହେଉଛି ତାଙ୍କ ରଚନାର ମୁଖ୍ୟ କଞ୍ଚାମାଲ।
ମୀନା କନ୍ଦାସ୍ବାମୀ: ଜଣେ ବହୁମୁଖୀ ନାରୀ ପ୍ରତିଭା ହେଉଛନ୍ତି ମୀନା କନ୍ଦାସ୍ବାମୀ। ସେ ଜଣେ କବି, ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ସମାଜସେବୀ। ଚେନ୍ନାଇର ଏଇ ଲେଖିକା ଜଣକ ସବୁବେଳେ ନାରୀର ଅଧିକାର, ଜାତିପ୍ରଥା ତଥା ବର୍ଣ୍ଣବିଦ୍ୱେଷକୁ ନେଇ ଚିନ୍ତାପ୍ରକଟ କରିଥାନ୍ତି। ଆଉ ଏହିସବୁ ମଧ୍ୟ ତାଙ୍କ ଗଳ୍ପ, କବିତା ତଥା ଉପନ୍ୟାସର କଥାବସ୍ତୁ। ‘ଟଚ୍‌’ ଏବଂ ‘ମିସେସ୍‌ ମିଲିଟାନ୍ସି’ ହେଉଛି ତାଙ୍କ ଦୁଇଟି କବିତା ସଂକଳନ। ତାଙ୍କର ଅନ୍ୟାନ୍ୟ ପୁସ୍ତକ ମଧ୍ୟରେ ରହିଛି ‘ଦି ଜିପ୍ସୀ ଗଡେସ୍‌’, ‘ହ୍ବେନ୍‌ ଆଇ ହିଟ୍‌ ୟୁ’।

ସଂହିତା ଆର୍‌ନି : ସଂହିତାଙ୍କୁ ଯେତେବେଳେ ମାତ୍ର ଆଠ ବର୍ଷ ବୟସ ହୋଇଥିଲା ସେ ଚିତ୍ରରେ ଚିତ୍ରରେ ଲେଖିଥିଲେ ଏକ ଉପନ୍ୟାସ। ଆଉ ତାହାର ନାମ ଦିଆଯାଇଥିଲା ‘ଦି ମହାଭାରତ : ଏ ଚାଇଡ୍‌ସ ଭିୟୁ’। ଏହା ଏଲସା ମୋରାଣ୍ଟେ ଲିଟେରାରି ଆଓ୍ବାର୍ଡ ଜିତିଥିଲା। ପରେ ବଡ଼ ହୋଇ ସେ ହେଲେ ଜଣେ ଗ୍ରାଫିକ୍‌ ଡିଜାଇନର। ଆଉ ଲେଖି ଚାଲିଲେ ଗୋଟିଏ ପରେ ଗୋଟିଏ ଗ୍ରାଫିକ୍‌ ନଭେଲ। ତାଙ୍କର ଏକ ପ୍ରସିଦ୍ଧ ଗ୍ରାଫିକ୍‌ ନଭେଲ ହେଉଛି ‘ସୀତାସ୍‌ ରାମାୟନ୍‌’। ଏହା ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର ମାନ୍ୟତା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri