ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି ନିର୍ବାଚିତ ନକ୍ଷତ୍ର ଓ ସେଗୁଡ଼ିକର ଗ୍ରହଗୁଡ଼ିକର ନାମକରଣ କରିବାକୁ ଚାହଁିଲା। ଏଥିପାଇଁ ଏହା ପ୍ରତିଯୋଗିତା ମାଧ୍ୟମରେ ନାମ ସ୍ଥିର କରିବାକୁ ବିଭିନ୍ନ ଦେଶକୁ କହିଥିଲା। ଆମ ଭାରତ ଭାଗରେ HD 86081 ନକ୍ଷତ୍ର ଓ ଏହାକୁ ପରିକ୍ରମଣ କରୁଥିବା ଗ୍ରହ HD 86081ରେ ନାମକରଣ କରିବାକୁ ପଡ଼ିଲା। ବିଭିନ୍ନ ପ୍ରସ୍ତାବ ଆସିବା ପରେ ଶେଷରେ ନକ୍ଷତ୍ରର ନାମ ଭାରତର ଜଣେ ପଦାର୍ଥ ବିଜ୍ଞାନୀ ବିଭା ଚୌଧୁରୀଙ୍କ ନାମାନୁଯାୟୀ ‘ବିଭା’ ରଖାଗଲା।“

ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୨୦୧୯ ମସିହା ଡିସେମ୍ବର ୧୭ ତାରିଖରେ ବିଶେଷ ଭାବେ ଜଣା ନ ଥିବା ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀଙ୍କ ନାମରେ ଗୋଟିଏ ନକ୍ଷତ୍ରର ନାମକରଣ କରି ତାଙ୍କୁ ଗୌରବାନ୍ବିତ କରିଛି। ସେକ୍‌ଟାନ୍‌ସ ନକ୍ଷତ୍ର ମଣ୍ଡଳରେ ଥିବା ଏହି ନକ୍ଷତ୍ର ହେଉଛି HD 86081 ଏବଂ ଏହା ଆମଠାରୁ ୩୧୦ ଆଲୋକବର୍ଷ ଦୂରରେ ଅଛି। ଏହାର ଆକାର ହେଉଛି ସୂଯର୍‌ୟ ଆକାରର ୧.୫୫ ଗୁଣ। ଏହାର ବସ୍ତୁତ୍ୱ ହେଉଛି ସୂର୍ଯ୍ୟ ବସ୍ତୁତ୍ୱର ୧.୨୧ ଗୁଣ। ଏହା ସୂର୍ଯ୍ୟଠାରୁ ୧.୭୫ ଗୁଣ ଉଜ୍ଜ୍ୱଳ। ଏହାର ପୃଷ୍ଠ ତାପମାତ୍ରା ହେଉଛି ୬୦୦୦ କେଲ୍‌ଭିନ୍‌। ଏହାକୁ କେବଳ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହୁଏ।
ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ ତାରିଖରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି ନିର୍ବାଚିତ ନକ୍ଷତ୍ର ଓ ସେଗୁଡ଼ିକର ଗ୍ରହଗୁଡ଼ିକର ନାମକରଣ କରିବାକୁ ଚାହଁିଲା। ଏଥିପାଇଁ ଏହା ପ୍ରତିଯୋଗିତା ମାଧ୍ୟମରେ ନାମ ସ୍ଥିର କରିବାକୁ ବିଭିନ୍ନ ଦେଶକୁ କହିଥିଲା। ଆମ ଭାରତ ଭାଗରେ HD 86081 ନକ୍ଷତ୍ର ଓ ଏହାକୁ ପରିକ୍ରମଣ କରୁଥିବା ଗ୍ରହ HD 86081ରେ ନାମକରଣ କରିବାକୁ ପଡ଼ିଲା। ବିଭିନ୍ନ ପ୍ରସ୍ତାବ ଆସିବା ପରେ ଶେଷରେ ନକ୍ଷତ୍ରର ନାମ ଭାରତର ଜଣେ ପଦାର୍ଥ ବିଜ୍ଞାନୀ ବିଭା ଚୌଧୁରୀଙ୍କ ନାମାନୁଯାୟୀ ‘ବିଭା’ ରଖାଗଲା। ଏହି ନାମକୁ ସୁରଟସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାର ୨୨ ବର୍ଷର ଛାତ୍ରୀ ଅନନ୍ୟା ଭଟ୍ଟାଚାର୍ଯ୍ୟ ପ୍ରସ୍ତାବ ଦେଇଥିଲେ। ସେହିପରି ଗ୍ରହର ନାମକୁ ପୁଣେର ଜଣେ ୧୩ ବର୍ଷର ଛାତ୍ର ବିଦ୍ୟାସାଗର ଦାଉଦାଙ୍କ ପ୍ରସ୍ତାବ ଅନୁଯାୟୀ ‘ସନ୍ତାମାସ’ ରଖାଯାଇଛି। ଏହା ଗୋଟିଏ ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି ଅନ୍ଧକାର। ଏହି ଗ୍ରହଟିର ଆକାର ହେଉଛି ବୃହସ୍ପତି ଆକାରର ୧.୪୮ ଗୁଣ ଏବଂ ଏହା ବୃହସ୍ପତି ପରି ହେଉଛି ଗୋଟିଏ ଗ୍ୟାସୀୟ ଗ୍ରହ। ଏହାକୁ ୨୦୦୬ ମସିହାରେ ଆବିଷ୍କାର କରାଯାଇଥିଲା।
ବିଭା ଚୌଧୁରୀଙ୍କୁ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ଦ୍ୱାରା ସ୍ବୀକୃତି ମିଳିବା ପୂର୍ବରୁ ଅଳ୍ପ ଭାରତୀୟ ତାଙ୍କ ବିଷୟରେ ଜାଣିଥିବେ, ଯଦିଓ ସେ ଜଣେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଥିଲେ। ସେ ୧୯୧୩ ମସିହାରେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୩୬ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ସେହିବର୍ଷ ବିଶ୍ୱବିଦ୍ୟାଳୟରେ ଏମ୍‌.ଏସ୍‌ସି. ଡିଗ୍ରୀ ପାଇବାରେ ସେ ଏକମାତ୍ର ମହିଳା ଥିଲେ। ସେ ଏହାପରେ ସେଠାରେ ଦେବେନ୍ଦ୍ର ମୋହନ ବୋଷଙ୍କ ଅଧୀନରେ ଗବେଷଣା କଲେ। ବୋଷ ସେଠାରେ ପାଲିତ ପ୍ରଫେସର ଥିଲେ। ବୋଷ ଏହାପରେ ନିର୍ଦ୍ଦେଶକ ଭାବେ କଲିକତାର ‘ବୋଷ ଅନୁଷ୍ଠାନ’ରେ ଯୋଗଦେବା ପରେ ବିଭା ମଧ୍ୟ ସେହି ଅନୁଷ୍ଠାନରେ ଯୋଗଦେଲେ। ସେ ସେଠାରେ ବୋଷଙ୍କ ସହ ମିଶି ମେସନ୍‌ କଣିକା ଆବିଷ୍କାର କରିଥିଲେ ଏବଂ ୧୯୩୮ରୁ ୧୯୪୨ ମସିହା ମଧ୍ୟରେ ‘ନେଚର’ ପତ୍ରିକାରେ ଏହା ଉପରେ ତିନୋଟି ନିବଦ୍ଧ ପ୍ରକାଶ କରିଥିଲେ। ସେ ୧୯୪୫ ମସିହାରେ ଇଂଲଣ୍ଡର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ନୋବେଲ ବିଜ୍ଞାନୀ ପି.ଏମ୍‌.ଏସ୍‌. ବ୍ଲାକେଟ୍‌ଙ୍କ ମହାକାଶ ରଶ୍ମି ଗବେଷଣାଗାରରେ ପିଏଚ୍‌.ଡି. କରିବା ପାଇଁ ଗଲେ। ପିଏଚ୍‌.ଡି. ଡିଗ୍ରୀ ପ୍ରାପ୍ତ ହେବାପରେ ସେ ୧୯୪୯ ମସିହାରେ ବମ୍ବେସ୍ଥିତ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନରେ ଯୋଗଦେଇ ହୋମି ଭାବାଙ୍କ ସହିତ କାର୍ଯ୍ୟ କଲେ। ସେ ଅହମ୍ମଦାବାଦଠାରେ ପଦାର୍ଥ ବିଜ୍ଞାନ ଗବେଷଣା ପରୀକ୍ଷାଗାରଠାରେ ବିକ୍ରମ ସରାଭାଇଙ୍କ ସହିତ ମଧ୍ୟ କାର୍ଯ୍ୟ କରିଥିଲେ। ଏମ୍‌.ଜି.କେ. ମେନନ୍‌ଙ୍କ ନେତୃତ୍ୱରେ କୋଲାର ସୁନାଖଣିରେ କରାଯାଇଥିବା ‘ପ୍ରୋଟୋନ୍‌ କ୍ଷୟ ପରୀକ୍ଷା’ ପ୍ରକଳ୍ପ ଦଳରେ ସେ ମଧ୍ୟ ସାମିଲ ହୋଇଥିଲେ। ସେ ୧୯୯୧ ମସିହା ଜୁନ୍‌ ଦୁଇ ତାରିଖରେ ପ୍ରାଣତ୍ୟାଗ କରିଥିଲେ। ବିଭା ଚୌଧୁରୀ ଉଚ୍ଚସ୍ତରର ଗବେଷଣା କରିବା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବିଶିଷ୍ଟ ବୈଜ୍ଞାନିକଙ୍କ ସହ କାର୍ଯ୍ୟ କରିଥିଲେ ସୁଦ୍ଧା ଭାରତୀୟ ବିଜ୍ଞାନରେ ସେ ସ୍ବୀକୃତି ପାଇ ନ ଥିଲେ ଏବଂ ଜନସାଧାରଣଙ୍କ ପାଖରେ ଜଣେ ଅଜଣା ବୈଜ୍ଞାନିକ ଭାବେ ରହିଗଲେ। ସୂଚନାଯୋଗ୍ୟ ଯେ, ସେ ମେସନ୍‌ ଆବିଷ୍କାର କରିବାର ସାତବର୍ଷ ପରେ ଇଂଲଣ୍ଡର ବେଜ୍ଞାନିକ ସେସିଲ୍‌ ଫ୍ରାଙ୍କ୍‌ ପୋଓ୍ବେଲ୍‌ ସମାନ ଉପାୟରେ ଗବେଷଣା କରି ସେହି ଆବିଷ୍କାର କରିଥିଲେ ଏବଂ ଏଥିପାଇଁ ତାଙ୍କୁ ୧୯୫୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ମାତ୍ର ବିଭାଙ୍କ ଅବଦାନକୁ କୌଣସି ସ୍ବୀକୃତି ମିଳିଲା ନାହିଁ।
ଭାରତରେ ଥିବା ତିନୋଟି ବଡ଼ ବିଜ୍ଞାନ ଏକାଡେମୀକୁ ମଧ୍ୟ ସେ ନିର୍ବାଚିତ ହୋଇ ନ ଥିଲେ କିମ୍ବା ତାଙ୍କୁ କୌଣସି ଉଲ୍ଲେଖନୀୟ ପୁରସ୍କାର ପ୍ରଦାନ କରାଯାଇ ନ ଥିଲା। ଏପରି କି ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀ ଭାରତର ୧୦୦ ଜଣ ବିଶିଷ୍ଟ ମହିଳା ବୈଜ୍ଞାନିକଙ୍କ କୃତିକୁ ନେଇ ପ୍ରକାଶ କରିଥିବା ପୁସ୍ତକରେ ବିଭାଙ୍କ ନାମ ନାହିଁ। ଯାହାହେଉ, ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ତାଙ୍କ ନାମକୁ ନେଇ ଆକାଶରେ ରଖିଲା ଏବଂ ଭାରତୀୟମାନେ ତାଙ୍କୁ ଜାଣିବାକୁ ପାଇଲେ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri