Posted inଖେଳ

ଭାରତୀୟ ଫୁଟବଲ କ୍ୟାମ୍ପରେ ଶୁଭମ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-ନିଜ ଲକ୍ଷ୍ୟ ପଥରେ କ୍ରମେ ଆଗକୁ ବଢ଼ୁଛନ୍ତି ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଓଡ଼ିଆ ତାରକା ଶୁଭମ୍‌ ଷଡ଼ଙ୍ଗୀ। ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପ୍ରତି ଖେଳାଳିଙ୍କ ଅଭିଳାଷ ରହିଥାଏ। ଏଥିରେ ଶୁଭମ୍‌ ମଧ୍ୟ ବ୍ୟତିକ୍ରମ ନୁହନ୍ତି। ଜାତୀୟ ଦଳ ପକ୍ଷରୁ ଖେଳିବା ତାଙ୍କର ସ୍ବପ୍ନ ବୋଲି ପୂର୍ବରୁ ସେ ପ୍ରକାଶ କରି ସାରିଛନ୍ତି। ଏହି ଦିଗରେ ଏବେ ଗୋଟିଏ ପାଦ ଆଗେଇଛନ୍ତି ପ୍ରତିଭା ସମ୍ପନ୍ନ ଶୁଭମ୍‌। ଆଗାମୀ କାତାର ବିପକ୍ଷ ଫିଫା ୨୦୨୨ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଶୁଭମଙ୍କୁ ଭାରତୀୟ କ୍ୟାମ୍ପରେ ସାମିଲ କରାଯାଇଛି। ଭାରତ-କାତାର ମ୍ୟାଚ ମାର୍ଚ୍ଚ ୨୬ରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତା’ ପୂର୍ବରୁ ୨୩ ଖେଳାଳିଙ୍କୁ ନେଇ ୧୮ ଦିନିଆ ଜାତୀୟ କ୍ୟାମ୍ପ ସେହି ଭୁବନେଶ୍ୱରରେ ହିଁ ମାର୍ଚ୍ଚ ୯ରୁ ଆରମ୍ଭ ହେବ। ଏହି କ୍ୟାମ୍ପ ପାଇଁ ଶୁଭମଙ୍କ ସମେତ ୧୧ ଖେଳାଳି ପ୍ରଥମଥରପାଇଁ କ୍ୟାମ୍ପରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଲାଲେଙ୍ଗମାଓ୍ବିଆ, ଜେରି ମାଓ୍ବିମିଙ୍ଗଥାଙ୍ଗା, ଜ୍ୟାକସନ ସିଂ, ଲିଷ୍ଟନ କୋଲାକୋ, ପ୍ରତୀକ ଚୌଧାରୀ, ରଫିକ୍‌ ଅଲୀ ସର୍ଦ୍ଦାର, ପ୍ରଭସୁଖାନ ଗିଲ, ସୁମିତ ରାଠି, ସେରିଟନ ଫର୍ନାଣ୍ଡିଜ ଓ ଏଡଓ୍ବିନ ସିଡ୍‌ନୀ ଭାନ୍ସପଲ। ଆଇଏସଏଲ ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ୪ ଦଳର ୨୦ ଖେଳାଳି ମାର୍ଚ୍ଚ ୧୬ରୁ କ୍ୟାମ୍ପରେ ଯୋଗଦେବେ। ବାଲେଶ୍ୱର ସୋରୋ ଅଞ୍ଚଳର ଅନୀତା ଓ ପ୍ରୀତିକାନ୍ତ ଷଡ଼ଙ୍ଗୀଙ୍କ ପୁତ୍ର ଶୁଭମ୍‌ ବାପାଙ୍କ କର୍ମସଂସ୍ଥାନ ଯୋଗୁ ପିଲାଟି ଦିନରୁ ବାହାର ପରିବେଶରେ ବଢ଼ି ଆସିଛନ୍ତି। ଆଇଏସଏଲରେ ପୂର୍ବରୁ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ଆସୁଥିବା ଏହି ଫୁଟବଲ ପ୍ରତିଭା ଚଳିତ ସିଜନରେ ଓଡ଼ିଶା ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପୁରା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri