Posted inଖେଳ

ଭାରତୀୟ କ୍ରିକେଟ ଖେଳାଳିଙ୍କ ଗୁରୁ, ଯାହାଙ୍କ ବିନା ସଫଳତା ପାଇବା ଥିଲା ଅସମ୍ଭବ

ଆଜି ସେପ୍ଟେମ୍ବର ୫ ତାରିଖ, ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ଜଣେ ଗୁରୁଙ୍କ ବିନା ଜୀବନରେ ସଫଳତା ପାଇବା ଅସମ୍ଭବ। ଜୀବନରେ ଆଗକୁ ବଢିବାକୁ ହେଲେ ଜଣେ ମାର୍ଗଦର୍ଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରିକେଟରେ ମଧ୍ୟ ସେମିତି ଗୁରୁ-ଶିଷ୍ୟ ପରମ୍ପରା ଅତୁଟ ରହିଛି। ସେମିତି କିଛି ଗୁରୁ-ଶିଷ୍ୟ ଯୋଡିଙ୍କ ବିଷୟରେ ଜାଣନ୍ତୁ

ସଚିନ ତେନ୍ଦୁଲକର-ରାମାକାନ୍ତ ଆଚରେକର
ସଚିନ ତେନ୍ଦୁଲକରଙ୍କ ଏତେ ବଡ ସଫଳତା ପଛରେ ରମାକାନ୍ତ ଆଚରେକରଙ୍କ ଅବଦାନ ଅତୁଳନୀୟ। ଆରମ୍ଭରୁ ସଚିନ ଆଚରକେରଙ୍କଠାରୁ କ୍ରିକେଟ ଶିଖିଥିଲେ। ସ୍କୁଲରେ ପଢିବା ବେଳେ ସଚିନଙ୍କ ଭାଇ ଅଜିତ୍‌ ତେନ୍ଦୁଲକର ତାଙ୍କୁ ଆଚରେକରଙ୍କ ସହ ସାକ୍ଷାତ କରାଇଥିଲେ। ଆଚରେକର ସେତେବେଳେ ମୁମ୍ବାଇର ଶିବାଜୀ ପାର୍କରେ ଏକ କ୍ରିକେଟ ଏକାଡେମୀ ଚଳାଉଥିଲେ। ଶିବାଜୀ ପାର୍କରେ ସାକ୍ଷାତ ପରେ ସଚିନ ଏବଂ ଆଚେରକରଙ୍କ ମଧ୍ୟରେ ଗୁରୁ-ଶିଶ୍ୟ ସମ୍ପର୍କ ଗଢି ଉଠିଥିଲା।ସଚିନଙ୍କଠାରେ ଅସାଧାରଣ ପ୍ରତିଭା ଦେଖି ଆଚରେକର ତାଙ୍କୁ ଇଣ୍ଡିଆନ ଏଜୁକେଶନ ସୋସାଇଟି ନ୍ୟୁ ସ୍କୁଲରୁ ଶରଧାଶ୍ରମ ବିଦ୍ୟାମନ୍ଦିର (ଇଂଲିଶ) ହାଇସ୍କୁଲ ଟ୍ରାନ୍ସଫର କରିବାକୁ ପରାମର୍ଶ ଦେଇଥିଲେ। ଏହି ସ୍କୁଲ ତରଫରୁ ସଚିନ ଓ ତାଙ୍କ ବାଲ୍ୟବନ୍ଧୁ ବିନୋଦ କାମ୍ବଲି ଖେଳି ୧୯୮୮ରେ ହାରିଶ ସିଲ୍ଡର ଏକ ମ୍ୟାଚରେ ସେଣ୍ଟ ଜାଭିୟର ବିପକ୍ଷରେ ୬୬୪ ରନର ପାର୍ଟନରସିପ ସ୍ଥାପନ କରି ରେକର୍‌ କରିଥିଲେ। କେବଳ ତେନ୍ଦୁଲକର ନୁହନ୍ତି ଆହୁରି ଅନେକ ନାମୀ ଖେଳାଳି ଆଚେରକରଙ୍କ ପାଖରୁ ଶିକ୍ଷାଗ୍ରହଣ କରିଥିଲେ। ସେମାନେ ହେଉଛନ୍ତି ବିନୋଦ କାମ୍ବଲି, ପ୍ରବୀଣ ଅମ୍ରେ, ସମୀର ଦିଘେ ଏବଂ ବଲବିନ୍ଦର ସିଂହ ସାନ୍ଧୁ। ଆଚରେକରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୦ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ଆଚେରକର।

ବିରାଟ କୋହଲି ଏବଂ ରାଜକୁମାର ଶର୍ମା
ଦିଲ୍ଲୀର ପୂର୍ବତନ ସ୍ପିନର ରାଜକୁମାର ଶର୍ମା କୋହଲିଙ୍କ ପିଲାଦିନର କ୍ରିକେଟ ଗୁରୁ। କୋହଲିଙ୍କୁ ଯେତେବଳେ ୯ ବର୍ଷ ହୋଇଥିଲା ତାଙ୍କ ବାପା ତାଙ୍କୁ ଗାଇଡ୍‌ କରିବା ପାଇଁ ରାଜକୁମାରଙ୍କୁ ପାଖକୁ ଆଣିଥିଲେ। ତାଙ୍କଠାରୁ ଅନେକ କୌଶଳ ଶିଖିଛନ୍ତି କୋହଲି।

ମହେନ୍ଦ୍ର ସିଂ ଧୋନୀ ଏବଂ କେଶବ ବାନାର୍ଜି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପିଲାଦିନର କୋଚ୍‌ ହେଉଛନ୍ତି କେଶବ ବାନାର୍ଜି। କେଶବଙ୍କ କଥା ମାନି ଧୋନୀ ପିଲିଲାଦିନେ ଫୁଟବଲ୍‌ ଛାଡି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଶେଷରେ ସଫଳତା ମଧ୍ୟ ପାଇଥିଲେ।

ଯୁବରାଜ ସିଂହ-ଯୋଗରାଜ ସିଂହ
ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ନିଜ ପିତା ଯୋଗରାଜଙ୍କଠାରୁ କ୍ରିକେଟରେ ପାରଦର୍ଶିତା ହାସଲ କରିଥିଲେ। ତାଙ୍କ ପିତା ବି ଜଣେ କ୍ରିକେଟର ଥିଲେ।

ବିରେନ୍ଦ୍ର ସେହଓ୍ବାଗ୍‌ ଏବଂ ନଭଜ୍ୟୋତ ସିଂ ସିଦ୍ଧୁ
ବିରେନ୍ଦ୍ର ସେହୱାଗଙ୍କ ଗୁରୁ ହେଉଛନ୍ତି ନଭଜ୍ୟୋତ ସିଂ ସିଦ୍ଧୁ। ଏକଥା ନିଜେ ଭିରୁ ମଧ୍ୟ ସୱୀକାର କରନ୍ତି। ସେହୱାଗଙ୍କ କହିବା ଅନୁଯାୟୀ ତାଙ୍କ ପ୍ରତିଭାକୁ ସିଦ୍ଧୁ ହିଁ ଚିହ୍ନିପାରିଥିଲେ। ଆଉ ତାଙ୍କରି ସହଯୋଗରେ ସେ ଏତେବାଟ ଆସିପାରିଛନ୍ତି ବୋଲି ସେହୱାଗ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri