Posted inଖେଳ

ଭାରତର ଶ୍ରୀଲଙ୍କା ଗସ୍ତ, ଜୁନ୍‌-ଜୁଲାଇରେ ସିରିଜ ସମ୍ଭବ ନୁହେଁ: ଧୁମଲ

ନୂଆଦିଲ୍ଲୀ, ୧୨।୬(ପି.ଟି.)-ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା। ମାତ୍ର କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସିରିଜ ସମ୍ଭବ ନୁହେଁ ବୋଲି ଉଭୟ ବୋର୍ଡ ଅନୁଭବ କରିଛନ୍ତି। ତେଣୁ ବର୍ତ୍ତମାନ ପାଇଁ ଏହି ସିରିଜକୁ ବାତିଲ କରାଯାଇଛି। ଭାରତୀୟ ଦଳ ୩ଟି ଲେଖାଏ ଏକଦିବସୀୟ ଓ ଟି୨୦ ମ୍ୟାଚ ଖେଳିବା ପାଇଁ ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା। ସିରିଜର କାର୍ଯ୍ୟସୂଚୀ ପ୍ରକାଶ ପାଇ ନ ଥିଲେ ହେଁ ଜୁଲାଇ ପର୍ଯ୍ୟନ୍ତ ଏହା ଚାଲିବାର ଥିଲା। ”ଜୁନ-ଜୁଲାଇରେ ସିରିଜ ସମ୍ଭବ ନୁହେଁ ବୋଲି ଆମେ ଶ୍ରୀଲଙ୍କା ବୋର୍ଡକୁ ବୁଝାଇଛୁ। ତେବେ ଭବିଷ୍ୟତରେ ଆମେ ଶ୍ରୀଲଙ୍କାରେ ସିରିଜ ଖେଳିବାକୁ ପ୍ରତିଶ୍ରୁତିବଦ୍ଧ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରକାଶ କରିଛନ୍ତି। ଦେଶରେ ଦ୍ରୁତଗତିରେ କୋଭିଡ କେସ୍‌ ବଢ଼ି ଚାଲିଥିବାରୁ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ଅଭ୍ୟାସକୁ ଓହ୍ଲାଇପାରି ନାହାନ୍ତି। ତେଣୁ ଏହି ସିରିଜ ବାତିଲ ହେବା ସମ୍ଭାବନା ରହିଥିଲା। ଦେଶରେ ପାଖାପାଖି ୩ ଲକ୍ଷ କରୋନା ପଜିଟିଭ୍‌ ରହିଥିବାବେଳେ ୮,୦୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଛନ୍ତି। ମ୍ୟାଚ ଫିଟ୍‌ନେସ ପାଇଁ ଖେଳାଳିଙ୍କୁ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଟ୍ରେନିଂ କରିବା ଅତ୍ୟନ୍ତ ଜରୁରୀ। ତେବେ ଅଗଷ୍ଟରେ ସମ୍ଭବ ହେଲେ ଏହି ସିରିଜ ଆୟୋଜନ ପାଇଁ ଉଭୟ ବୋର୍ଡ ସମ୍ମତି ଜଣାଇଛନ୍ତି।
ଭାରତୀୟ ଦଳ ଏବେ ଅଭ୍ୟାସରୁ ଦୂରେଇ ରହିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ଭ୍ରମଣ ଉପରୁ କେବେ କଟକଣା ଉଠିବ ତାହାକୁ ନେଇ ମଧ୍ୟ ଆମେ ନିଶ୍ଚିତ ନୋହୁ। ତେଣୁ ସିରିଜ ଜୁନ-ଜୁଲାଇରେ କେବେହେଲେ ସମ୍ଭବ ନୁହେଁ“ ବୋଲି ଧୁମଲ କହିଛନ୍ତି। ଶ୍ରୀଲଙ୍କା ବୋର୍ଡ଼ ପକ୍ଷରୁ ମଧ୍ୟ ଏକ ମିଡିଆ ରିଲିଜ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri