ଭାରତରେ କମୁଛି ଶାନ୍ତି : ଗୋଟିଏ ବର୍ଷରେ ୫ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଶାନ୍ତି କମିଛି। ବାର୍ଷିକ ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ୍‌ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ୧୬୩ ଦେଶ ମଧ୍ୟରେ ଭାରତ ୧୪୧ ସ୍ଥାନରେ ରହିଛି। ୨୦୧୮ରେ ୧୩୬ ସ୍ଥାନ ହାସଲ କରିଥିଲା। ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଶାନ୍ତି ୫ ପଏଣ୍ଟ ହ୍ରାସ ପାଇଥିବା ଇଣ୍ଟରନ୍ୟାସନାଲ୍‌ ଥିଙ୍କ୍‌ ଟ୍ୟାଙ୍କ  ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ବର୍ଷ ମଧ୍ୟ ଆଇସ୍‌ଲାଣ୍ଡ୍‌ ଶାନ୍ତି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଗତ ୨୦୦୮ଠାରୁ ଆଇସ୍‌ଲାଣ୍ଡ୍‌ ତାଲିକାର ଶୀର୍ଷରେ ରହିଛି। ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରିଆ, ପର୍ତ୍ତୁଗାଲ, ଡେନମାର୍କ ଓ ଭୁଟାନ ଏହି ତାଳିକାରେ ଚଳିତ ବର୍ଷ ପୂର୍ବାପେକ୍ଷା ଭଲ ସ୍ଥାନରେ ରହିଥିବା କୁହାଯାଉଛି। ଏସବୁ ଦେଶ ଶ୍ରେଷ୍ଠ ୨୦ ସ୍ଥାନରେ ରହିଛନ୍ତି। ନେପାଳ ଗତ ୧୨ ବର୍ଷ ମଧ୍ୟରେ ୪୩ ସ୍ଥାନ ଉପରକୁ ଉଠିଥିବା ତାଲିକାରେ ଦର୍ଶାଯାଇଛି। ଚଳିତବର୍ଷ ଏହି ତାଲିକାରେ ଭାରତ, ଫିଲିପାଇନ୍ସ, ଜାପାନ, ବାଂଲାଦେଶ, ମ୍ୟାନ୍‌ମାର୍‌, ଚାଇନା, ଇଣ୍ଡୋନେସିଆ, ଭିଏତନାମ୍‌ ଓ ପାକିସ୍ତାନ ଆଦି ୯ଟି ଦେଶରେ ଶାନ୍ତି ବ୍ୟାହତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଖୋର୍ଦ୍ଧା,୨୫।୧୦(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?