ଭାରତକୁ ବିଶ୍ୱ ଲିଡର କରିବ ସଂସ୍କାରଧାରା

ଅର୍ଥନୀତିରେ ପରିବର୍ତ୍ତନ ଧାରା ଆଣିବା ଲାଗି ବିଭିନ୍ନ ଗଠନମୂଳକ ପଦକ୍ଷେପ ନେବା ଉପରେ ଦେଶର ଶିଳ୍ପ ଜଗତ ଗୁରୁତ୍ୱାରୋପ କରିଛି। ଦେଶର ପ୍ରମୁଖ ଶିଳ୍ପ ନେତାମାନେ କେନ୍ଦ୍ରରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସଂସ୍କାର ଧାରା ଭାରତକୁ ବିଶ୍ୱ ଲିଡର କରି ଗଢି ତୋଳିବ ବୋଲି ଏହି ଲିଡରମାନେ ନିଜର ପ୍ରତିକ୍ରିୟାରେ କହିଛନ୍ତି। ଶିଳ୍ପ କ୍ୟାପଟେନ ଏ ନେଇ ରଖିଥିବା ପ୍ରତିକ୍ରିୟା…

ଦେଶରେ ଗଣତାନ୍ତ୍ରିକ ଢାଞ୍ଚା ଦୃଢ ରହିଛି। ଦେଶ ଗଠନରେ ଲୋକମାନେ ନିଜର ଯୋଗଦାନ ରଖୁଛନ୍ତି। ଦେଶରେ ପରବର୍ତ୍ତୀ ପିଢି ବିକାଶ ଲାଗି ଭିତ୍ତିଭୂମି ଅଭିବୃଦ୍ଧି, ଶ୍ରମ ଶକ୍ତିକୁ ପୁନଃକୁଶଳୀ କରି ଗଢି ତୋଳିବା ଏବଂ ଟେକ୍ନୋଲୋଜିର ଆଦୃତି ବଢାଇବାକୁ ହେବ।
-ଗୌତମ ଆଦାନୀ, ଆଦାନୀ ଗ୍ରୁପ ଅଧ୍ୟକ୍ଷ
ଭାଜପାର ଏହି ବିଜୟ ଲୋକଙ୍କ ମୋଦିଙ୍କ ପ୍ରତି ରହିଥିବା ଭରସାକୁ ପ୍ରତିଫଳିତ କରୁଛି। ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା, ଅଭିବୃଦ୍ଧି,ନିଯୁକ୍ତି ଏବଂ ଲୋକଙ୍କ ଉନ୍ନତ ଜୀବନଧାରାକୁ ଏହା ସୂଚାଉଛି। ସେହିଭଳି ଏକ ଉନ୍ନତ ଭାରତ ଗଠନ ଲାଗି ମୋଦିଙ୍କୁ ଲକ୍ଷ୍ୟକୁ ଲୋକ ସହଯୋଗ କରୁଥିବା ନିର୍ବାଚନ ଫଳାଫଳ ଦର୍ଶାଉଛି।
– ଏନ୍‌.ଚନ୍ଦ୍ରଶେକରନ, ଅଧ୍ୟକ୍ଷ ଟାଟା ସନ୍ସ
ଅଭିବୃଦ୍ଧି ଧାରାକୁ ପୁନର୍ଜିବିତ କରିବା ଲାଗି ସରକାର କାର୍ଯ୍ୟ କରିବେ। ବିଭିନ୍ନ ଜଟିଳ ପ୍ରସଙ୍ଗର ସମାଧାନ, ନିଯୁକ୍ତି ସୃଷ୍ଟି, ସରଳ ଟିକସ ଆଇନ ଭଳି ପ୍ରଗତିଶୀଳ ପଦକ୍ଷେପ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ଦୃଢ କରିବ। ସେହିଭଳି ଘରୋଇ ଶିଳ୍ପର ସୁରକ୍ଷା ସହ ସହଯୋଗପୂର୍ଣ୍ଣ ସ୍ଥିତି ସୃଷ୍ଟି,ଖଣି, ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଏଫଡିଆଇ ବୃଦ୍ଧି କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।
– ଅନିଲ ଅଗ୍ରଓ୍ବାଲ, ବେଦାନ୍ତ ରିସୋର୍ସେସ ଅଧ୍ୟକ୍ଷ
ନିର୍ବାଚନ ଜିତିବା ପରେ ମୋଦି ବିଶ୍ୱର ଜଣେ ଶକ୍ତିଶାଳୀ ଲିଡର ହୋଇ ପାରିଛନ୍ତି।
-ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ
ଅର୍ଥନୀତିକୁ ଏକ ନୂଆ ସ୍ତରକୁ ନେବାରେ ମୋଦିଙ୍କର ନେତୃତ୍ୱ ସହାୟକହେବ।
-ଚନ୍ଦ୍ରଜିତ ବାନାର୍ଜୀ,ସିଆଇଆଇ, ଡିଜି
ବିଶ୍ୱ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ପ୍ରଭାବଶାଳୀ ଦେଶ ହେବ। ଅର୍ଥନୀତି ଏକ ନୂଆ ସ୍ତରରେ ପହଞ୍ଚିବ।
-ସଜ୍ଜନ ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ
ମୋଦି ସଂସ୍କାରକୁ ପ୍ରୋତ୍ସାହିତ କରିଥିବା ବେଳେ ଏବେ ଯାଏ ପ୍ରକ୍ରିୟା ଶେଷ ହୋଇ ନାହିଁ। ଲୋକଙ୍କ ଭରସା ଜିତିବାରେ ମୋଦି ସଫଳ ହୋଇଛନ୍ତି।
– ଆର୍‌.ସି. ଭାର୍ଗଭ, ଅଧ୍ୟକ୍ଷ, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ
ଶିଳ୍ପ କ୍ଷେତ୍ର ଲାଗି ପ୍ରଗତିଶୀଳ ନିଷ୍ପତ୍ତି ଏବଂ ମେକ୍‌ ଇନ ଇଣ୍ଡିଆରେ ଡୁଇଂ ବିଜନେସକୁ ନୂଆ ସରକାର ପ୍ରୋତ୍ସାହିତ କରିବେ ବୋଲି ଆଶାବାଦୀ ।
-ଆନନ୍ଦ କ୍ରିପାଳୁ, ଏମ୍‌ଡି ତଥା ସିଇଓ, ଡିଏଜିଓ ଇଣ୍ଡିଆ
ଲୋକଙ୍କ ସମର୍ଥନ ଯୋଗୁ ସରକାରଙ୍କ ଉତ୍ତରଦାୟିତ୍ୱ ବଢିଛି। ସରକାର ଗ୍ରହଣ କରିବାକୁ ଥିବା ଅର୍ଥନୈତିକ ଏବଂ ସାମାଜିକ ନିଷ୍ପତ୍ତି ଦେଶର ଅଭିବୃଦ୍ଧିକୁ ଆଗାମୀ ୫ ବର୍ଷରେ ୬ରୁ ୧୦% ବଢାଇବାରେ ସହାୟତା କରିବ।
-ରାଜୀବ ତଲଓ୍ବାର, ସଭାପତି, ପିଏଚ୍‌ଡି, ସିସିଆଇ
ଦେଶକୁ ଶାସନ କରିବା ଲାଗି ଲୋକମାନେ ସେମାନଙ୍କ ଲୋକପ୍ରିୟ ଲିଡରକୁ ବାଛିଛନ୍ତି। ସାଧାରଣ ନିର୍ବାଚନ ତାର ପ୍ରତିଫଳନ।
-ହର୍ଷ ଗୋଏଙ୍କା, ଆର୍‌ପିଜି ଏଣ୍ଟରପ୍ରାଇଜେସ
ସରକାରଙ୍କ ନିବେଶ କମିଥିବା ବେଳେ ଶୀଘ୍ର ବଜେଟ ଆସିବାର ଅଛି। ଗତ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସରୁ ଏହା ଧିମା ରହିଛି।
-ପଓ୍ବନ ଗୋଏଙ୍କା, ଏମ୍‌ଡି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ
ଦୃଢ ଏବଂ ସ୍ଥାୟୀ ସରକାର ବିଦେଶୀ ପୁଞ୍ଜି ବଢାଇବାରେ ସହାୟକ ହେବ। ଘରୋଇ ଫାର୍ମଗୁଡିକର ଆତ୍ମବିଶ୍ୱାସ ପୁଣି ଫେରିଛି। ବର୍ତ୍ତମାନ ବ୍ୟବହାର ଏବଂ ନିବେଶର ଏକ ଚକ୍ରଣ ଦେଖିବାକୁ ମିଳିଛି।
– ବିକେ ଗୋଏଙ୍କା, ଆସୋଚାମ ସଭାପତି
ଦେଶର ପରିବର୍ତ୍ତନ ଲାଗି ଏହା ଏକ ସମୟ। ସେହିଭଳି ସଂସ୍କାର ପ୍ରକ୍ରିୟାକୁ ଦୃଢୀଭୂତ କରିବାକୁ ହେବ। ଜୀବନ କାଳ ମଧ୍ୟରେ ଭାରତକୁ ଏକ ସୁପର ପାଓ୍ବାର ହେବା ଦେଖିବାକୁ ଚାହଁୁଛି। ମୋଦିଙ୍କୁ ହୃଦୟଭରା କୃତଜ୍ଞତା।
– ଉଦୟ କୋଟାକ, ବ୍ୟାଙ୍କର
ନିବେଶ ଧାରା ବଢାଇବା ସହ ଟ୍ରାକକୁ ଆଣିବାର ସମୟ ଆସିଛି। ବ୍ୟବହାର ବଢିଲେ ଏହା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଏହା ନିଯୁକ୍ତି ସୃଷ୍ଟି କରିବା ସହ ଗ୍ରାମାଞ୍ଚଳର ଅସୁବିଧାକୁ ଦୁର କରିବ।
-ସନ୍ଦିପ ସୋମାନି, ଫିକି ସଭାପତି
ନୂଆ ସରକାରଙ୍କ ବିତ୍ତିୟ ସଂସ୍କାର ଧାରା ଠିକ ରଖିବାର ଆବଶ୍ୟକତା। ଏଭଳି ପଦକ୍ଷେପ ଭାରତକୁ ଏକ ଗ୍ଲୋବାଲ ଅର୍ଥନୀତି ଭାବେ ଗଢି ତୋଳିବ।
– ପ୍ରତାପ ରେଡ୍ଡି , ଅଧ୍ୟକ୍ଷ, ଆପୋଲୋ ହସ୍ପିଟାଲ୍ସ, ଗ୍ରୁପ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri