Posted inଜାତୀୟ

ଭାଜପା ହାତରୁ ଖସିପାରେ ମଣିପୁର

ଇମ୍ଫାଲ,୧୯ା୬ଭାଜପା ହାତରୁ ଖସିଯାଇପାରେ ମଣିପୁର। ଏହି ଉତ୍ତର-ପୂର୍ବ ରାଜ୍ୟରେ ଭାଜପା ନେତୃତ୍ୱାଧୀନ କ୍ଷମତାସୀନ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ବିପକ୍ଷରେ ବିରୋଧୀ ଦଳ ନେତା ଓକ୍ରାମ ଇବୋବି ସିଂ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହାସହ କଂଗ୍ରେସକୁ ସରକାର ଗଠନ ପାଇଁ ସୁଯୋଗ ଦିଆଯାଉ ବୋଲି ଗୁରୁବାର ରାଜ୍ୟପାଳ ନଜ୍‌ମା ହେପତୁଲ୍ଲାଙ୍କ ନିକଟରେ ଦାବି ଜଣାଇଛନ୍ତି।
୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ୨୦୧୭ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ୨୮ ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଏକାଦଶ ବିଧାନସଭାରେ ଭାଜପାକୁ ୨୧ ଆସନରେ ସଫଳତା ମିଳିଥିବାବେଳେ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌ପିଏଫ୍‌) ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ୪ଟି ଲେଖାଏ ଆସନ ଦଖଲ କରିଥିଲେ। ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଏବଂ ସ୍ବାଧୀନ ଭାବେ ଜଣେ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଭାଜପା ନେତା ଏନ୍‌. ବୀରେନ ସିଂ ଏହି ଦଳଗୁଡ଼ିକର ବିଧାୟକଙ୍କୁ ନେଇ ସରକାର ଗଠନ କରିଥିଲେ। ବୀରେନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସ ସୁଯୋଗ ଖୋଜୁଥିବାବେଳେ ବୁଧବାର ରାତିରେ ମଣିପୁର ରାଜନୀତିରେ ପରିବର୍ତ୍ତନର ସଙ୍କେତ ମିଳିଥିଲା। ୩ ଭାଜପା ବିଧାୟକ ଟି. ଥଙ୍ଗଜାଲାମ, ସାମୁଏଲ୍‌ ଜେଣ୍ଡାଇ ଏବଂ ଏସ୍‌. ସୁବାସଚନ୍ଦ୍ର ଦଳ ତ୍ୟାଗକରି କଂଗ୍ରେସରେ ଯୋଗଦେଇଥିଲେ। ସେମାନଙ୍କ ସହ ଏନ୍‌ପିପିର ୪, ଟିଏମ୍‌ସି ୧ ଓ ଜଣେ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଇତିମଧ୍ୟରେ ଏନ୍‌ପିପିର ୪ ମନ୍ତ୍ରୀ ବୀରେନ ସିଂଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଓ୍ବାଇ. ଜୟକୁମାର, ଏଲ୍‌. ଜୟା ଜୟନ୍ତକୁମାର ସିଂ, ଏନ୍‌. କାଲିସି ଏବଂ ଲେଟ୍‌ପାଓ ହାଓକିପ। ଟିଏମ୍‌ସି ବିଧାୟକ ଟି. ରବୀନ୍ଦ୍ରୋ ସିଂ ଏବଂ ସ୍ବାଧୀନ ବିଧାୟକ ଅଶାବୁଦ୍ଦିନ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ପୂର୍ବରୁ ଦଳବଦଳ କରି ଭାଜପାରେ ସାମିଲ ହୋଇଥିବା ୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି ୟୁମନାମ ଖେମଚନ୍ଦ ସିଂ ଅଯୋଗ୍ୟ ଘୋଷଣା କରିଥିଲେ। ସେହିପରି ଅନ୍ୟ ଜଣେ ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ ବାଚସ୍ପତିଙ୍କ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି।
ବୀରେନ ସିଂ ସରକାରରୁ ଓହରିଯାଇଥିବା ସମସ୍ତ ବିଧାୟକ ଇବୋବି ସିଂଙ୍କ ଶିବିରରେ ସାମିଲ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଇବୋବି ସେମାନଙ୍କୁ ସ୍ବାଗତ କରିଛନ୍ତି। ଏହାସହ କଂଗ୍ରେସ ନେତୃତ୍ୱରେ ନୂଆ ମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳ ନଜ୍‌ମା ହେପତୁଲ୍ଲାଙ୍କ ନିକଟରେ ଦାବି ଜଣାଇଛନ୍ତି। ବୀରେନ ସିଂ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଆସ୍ଥାଭୋଟ କରାଇବା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ବିରୋଧୀ ଦଳ ଦାବି କରିଛି। ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଂଗ୍ରେସ ନେତା ଚଲଟୋନ୍‌ ଆମୋ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ଥିବା ଇବୋବି ସିଂଙ୍କ ନେତୃତ୍ୱରେ ଏକ ଧର୍ମନିରପେକ୍ଷ ସରକାର ଗଠନ ପାଇଁ ଆମେ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କୁ ଦିଆଯାଇଥିବା ସମର୍ଥନପତ୍ରରେ ସମଭାବାପନ୍ନ ଦଳଗୁଡ଼ିକୁ ନେଇ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ଗଠନ କରିବାକୁ କଂଗ୍ରେସ ଚାହୁଁଥିବା ଇବୋବି ଉଲ୍ଲେଖ କରିଛନ୍ତି। ସେହିପରି କେ. ମେଘଚନ୍ଦ୍ର ସିଂଙ୍କ ନେତୃତ୍ୱରେ ୧୨ ଜଣ କଂଗ୍ରେସ ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୭୯(ସି) ଅନୁସାରେ ବାଚସ୍ପତିଙ୍କୁ ବରଖାସ୍ତ କରାଯାଉ ବୋଲି ବିଧାନସଭା ସଚିବଙ୍କୁ ନୋଟିସ ପଠାଇଛନ୍ତି। ମିଳିଥିବା ସୂଚନାନୁସାରେ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ତଥା ଅନ୍ୟ ବିଧାୟକମାନଙ୍କୁ ପଟ୍ଟ ପରିବର୍ତ୍ତନ ଏଡ଼ାଇବା ଲାଗି ଭିନ୍ନ ଭିନ୍ନ ହୋଟେଲ ଏବଂ ଲଜ୍‌ରେ ରଖାଯାଇଛି। ମଣିପୁରର ଏକମାତ୍ର ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଗତ କିଛି ମାସ ହେଲା ମୁଖ୍ୟମନ୍ତ୍ରୀ ବୀରେନ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ ଜେ. ଜୟକୁମାରଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ୪ କଂଗ୍ରେସ ବିଧାୟକ ଏବଂ ଏନ୍‌ପିପିର ୪ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ସେମାନଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଏବେ ବୀରେନ ସିଂଙ୍କୁ କ୍ଷମତାଚ୍ୟୁତ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri