Posted inଜାତୀୟ

ଭାଜପା ସହ ମେଣ୍ଟ ପରେ ଇସିଙ୍କ ଶୁଭଦୃଷ୍ଟି: ନିର୍ବାଚନ ଲଢ଼ିପାରିବେ ସିକିମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ଉପନିର୍ବାଚନ ପୂର୍ବରୁ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂ ତମାଙ୍ଗ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନିର୍ବାଚନ କମିଶନ (ଇସି) ରବିବାର ତାଙ୍କର ଅଯୋଗ୍ୟତା ଅବଧିକୁ ୫ ବର୍ଷ କମାଇ ଦେଇଛନ୍ତି। ଫଳରେ ସେ ଏବେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନିର୍ବାଚନ ଲଢ଼ିପାରିବେ।
ସିଂ ତମାଙ୍ଗ୍‌ ୧୯୯୦ ଦଶକରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିବାବେଳେ ଗାଈ ବଣ୍ଟନ ଯୋଜନାରେ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ତାଙ୍କ ବିରୋଧରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତମାଙ୍ଗ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ବର୍ଷକ ପାଇଁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ତମାଙ୍ଗ୍‌ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅଯୋଗ୍ୟ ଥିଲେ। ଏହି କଟକଣା ହଟାଇବା ପାଇଁ ସେ ଗତ ଜୁଲାଇରେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ। ଶାସକ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ସହ ଶନିବାର ଭାଜପା ମେଣ୍ଟ ଘୋଷଣା କରିଥିଲା। ଏହାର ଦିନକ ପରେ ତାଙ୍କ ଉପରେ ଇସିଙ୍କ ଶୁଭଦୃଷ୍ଟି ପଡ଼ିଛି। ତମାଙ୍ଗ୍‌ଙ୍କ ଅଯୋଗ୍ୟତା ଅବଧିକୁ ୫ ବର୍ଷ କମାଇ ଦିଆଯାଇଛି। ଫଳରେ ସେ ଏବେ ଉପନିର୍ବାଚନ ଲଢ଼ି ପାରିବେ। ତମାଙ୍ଗ୍‌ ୨୦୧୮ ଅଗଷ୍ଟ ୧୦ରେ ଜେଲରୁ ମୁକୁଳି ଗତ ମେ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତା ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ନିୟମ ରହିଛି। ଏଭଳି ସ୍ଥଳେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିବା ତମାଙ୍ଗ୍‌ଙ୍କ ପାଇଁ ପଦ ବଜାୟ ରଖିବା ଲାଗି ୬ ମାସ ମଧ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା ଜରୁରୀ। ତମାଙ୍ଗ୍‌ଙ୍କ ଅଯୋଗ୍ୟତା ଅବଧି ୨୦୨୪ ଅଗଷ୍ଟ ୧୦ରେ ଶେଷ ହେବାକୁ ଥିବାବେଳେ ଇସି ଲୋକ ପ୍ରତିନିଧି ଆଇନର ଧାରା ୧୧ ଅନୁସାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା କଟକଣାକୁ ୫ ବର୍ଷ ହ୍ରାସ କରିଦେଇଛନ୍ତି। ଫଳରେ ଜେଲ୍‌ରୁ ମୁକୁଳିବାର ୧୧ ମାସ ପରେ ସେ ନିର୍ବାଚନ ଲଢ଼ିପାରିବେ।
ଯେ, ସିକିମର ଭାଜପା ପ୍ରଭାରୀ ନୀତିନ ନବୀନ ଶାସକ ଏସ୍‌କେଏମ୍‌ ସହ ମିଶି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ। ଭାଜପା ଗ୍ୟାଙ୍ଗ୍‌ଟକ ଓ ମାର୍ଟମ-ରୁମଟେକ୍‌ ଆସନରୁ ଲଢ଼ିବାକୁ ଥିବାବେଳେ ଏସ୍‌କେଏମ୍‌ ଭାଗରେ ପୋକ୍‌ଲୋକ-କାମରଙ୍ଗ ଆସନ ପଡ଼ିଛି। ଅକ୍ଟୋବର ୨୧ରେ ଏହି ୩ ଆସନରେ ଉପନିର୍ବାଚନ ହେବ ବୋଲି ନିକଟରେ ଇସି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଳରୁ ମିଳିଲା ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ କାର୍ଡ

ଜୟପୁର, ୩।୭: ରାଜସ୍ଥାନର ବାରା ଜିଲା ଉବଡା ଅଞ୍ଚଳରେ ଥିବା ଏକ ନାଳରେ ୩୦୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ କାର୍ଡ ପଡିଥିବାର ଦେଖିବାକୁ ମିଳିଛି। ତିନିବର୍ଷ ତଳେ...

ଆକ୍ସନ ମୁଡରେ ସ୍ବରାଷ୍ଟ ମନ୍ତ୍ରଣାଳୟ: ରାହୁଲ ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ କରିପାରେ ଏନ୍‌ଆଇଏ

ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରରେ କଶ୍ମୀର ପଣ୍ଡିତ ତଥା ତହସିଲ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାର୍ଯ୍ୟକରୁଥିବା ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସ୍ବରାଷ୍ଟ ମନ୍ତ୍ରଣାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ମୃତଦେହ ଦାହ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍‌ କୋକେଇରୁ ଉଠିପଡି ପାଣି ମାଗିଲେ ଯୁବକ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅମିନାବାଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକ୍ତରଖାନାରେ ମୃତ ଘୋଷିତ ହୋଇଥିବା ଜଣେ ଯୁବକ କୋକେଇରୁ ଉଠିପଡି...

ଆଉ ୮୬ ଅସ୍ତିତ୍ୱହୀନ ଦଳ ତାଲିକାରୁ ବାଦ୍‌

ନୂଆଦିଲ୍ଲୀ,୧୪ା୯(ପି.ଟି.): ନିର୍ବାଚନ କମିଶନ (ଇସି) ଆଉ ୮୬ଟି ଅସ୍ତିତ୍ୱହୀନ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)ଙ୍କୁ ତାଲିକାରୁ ବାଦ୍‌ ଦେବା ଲାଗି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।...

ଜୁନ୍‌ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାଶନ କାର୍ଡ’

ନୂଆଦିଲ୍ଲୀ,୪ା୧୨(ପି.ଟି.): ଆସନ୍ତା ବର୍ଷ ଜୁନ୍‌ ୧ରୁ ସାରା ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ନୀତି କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ...

ଯୁବତୀଙ୍କ ମୁହଁରୁ ଜବରଦସ୍ତି ବୁର୍ଖା କାଢିଲେ ଦୁର୍ବୁତ୍ତ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯାଇଛି। ଏହି ଦୃଶ୍ୟଟି ଏବେ ସୋସିଆଲ...

୫୩ ବର୍ଷ ବୟସରେ ଯୁକ୍ତ ୨ରେ ଆଡ୍‌ମିଶନ କଲେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀ

ରାଞ୍ଚି, ୧୦।୮: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବ। ଏହାର ଏକ ଜ୍ୱଳନ୍ତ...

ଏଲ୍‌ଏସିରେ ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ: ସିଡିଏସ୍‌

ନୂଆଦିଲ୍ଲୀ,୬ ।୧୧: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ ଶୁକ୍ରବାର କହିଛନ୍ତି ପୂର୍ବ ଲଦ୍ଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ଏବେବି ସ୍ଥିତି...

Advertisement
Archives

Model This Week