ଭାଜପା ସଂଖ୍ୟାଗରିଷ୍ଠତା ହାସଲ ପରେ ମୋଦି ଫ୍ୟାନଙ୍କ ୨୪୦ କି.ମି.ସାଇକେଲ ଯାତ୍ରା: ମହାପ୍ରଭୁଙ୍କ ଦର୍ଶନ କରିି ପୂରଣ କଲେ ମାନସିକ

ପୁରୀ ଅଫିସ,୨୬।୫: ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ବିପୁଳ ଜନ ସମର୍ଥନ ହାସଲ କରିଛନ୍ତି । ଦ୍ୱିତୀୟ ଥରଲାଗି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏନେଇ ଦେଶସାରା ଉତ୍ସାହର ମାହୋଲ ରହିଛି । କିଏ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ତ କିଏ ମାନସିକ କରି ୨୪୦ କି.ମି. ସାଇକଲ ଯାତ୍ରା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଏହିପରି ମୋଦି ଫ୍ୟାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ଜଣେ ମୋଦି ଫ୍ୟାନ ହେଉଛନ୍ତି ମୟୂରଭଞ୍ଜ ଜିଲା କପ୍ତିପଦାର ଯୁବଚାଷୀ ସତ୍ୟଜିତ ମହାନ୍ତି। ମୋଦିଙ୍କ ଉଦ୍ଦେଶ୍ୟରେ ସତ୍ୟଜିତ କପ୍ତିପଦାରୁ ଶ୍ରୀକ୍ଷେତ୍ର ସାଇକେଲ ଯାତ୍ରା କରିଛନ୍ତି । ରବିବାର ସକାଳ ୯ଟାରେ ସେ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିଥିଲେ। ମହୋଦଧି, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଆଦି ତୀର୍ଥରେ ସ୍ନାନ ସାରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ମୋଦିଙ୍କ ଦୀର୍ଘାୟୁ କାମନା କରିଥିଲେ। ତାଙ୍କ ନେତୃତ୍ୱରେ ଦେଶର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ପରେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି।
ଏ ନେଇ ସତ୍ୟଜିତ କହିଛନ୍ତି, ୨୦୦୮ରେ ଗୁଜରାଟରେ ରହିଥିବା ସମୟରେ ମୋଦିଙ୍କ ବିକାଶମୂଳକ କାର୍ଯ୍ୟ, ବଳିଷ୍ଠ ନେତୃତ୍ୱ, ରାଷ୍ଟ୍ରୀୟତା ଭାବରେ ସେ ଅନୁପ୍ରାଣିତ ହୋଇଥିଲେ। ଭବିଷ୍ୟତରେ ସୁଯୋଗ ମିଳିଲେ ମୋଦିଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ ବୋଲି ସେ ଆଶା ରଖିଛନ୍ତି। ମୋଦି ଦ୍ବିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କଲେ ନିଜ ଗ୍ରାମରୁ ସାଇକେଲ ଯାତ୍ରା କରି ମହାପ୍ରଭୁଙ୍କ ନିକଟରେ ମୋଦିଙ୍କ ମଙ୍ଗଳ କାମନା କରିବେ ବୋଲି ମାନସିକ କରିଥିଲେ ସତ୍ୟଜିତ। ୨୩ ତାରିଖ ଫଳାଫଳ ଘୋଷଣା ପରେ ସେ ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri