ଭାଜପା ରାଜ୍ୟ ସଭାପତି ଚୟନ ପ୍ରସଙ୍ଗ:ଗୋଟିଏ ନାମରେ ସହମତି ଲାଗି ପ୍ରଚେଷ୍ଟା

ଭୁବନେଶ୍ୱର, ୧-୧(ବ୍ୟୁରୋ):ଭାଜପାର ସାଙ୍ଗଠନିକ ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ମଣ୍ଡଳ ସଭାପତି ଚୟନଠାରୁ ଆରମ୍ଭ କରି ଜିଲା ସଭାପତି ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ବସିଛି। ଏହାସହ ରାଜ୍ୟ ପରିଷଦ ସଦସ୍ୟ ମଧ୍ୟ ଚୟନ ସରିଛି। ଜିଲା ସଭାପତି ଏବଂ ରାଜ୍ୟ ପରିଷଦ ତାଲିକା ଗତ ରବିବାର କେନ୍ଦ୍ରକୁ ପଠାଯିବା ପରେ ୭ଦିନ ମଧ୍ୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍‌ ଓଡିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଦଳର କିଏ ରାଜ୍ୟ ମଙ୍ଗ ଧରିବ ସେନେଇ ପର୍ଯ୍ୟବେକ୍ଷକ ମତାମତ ସଂଗ୍ରହ ସକାଶେ ଆସିଥିଲେ। ଏଥିପାଇଁ କେନ୍ଦ୍ରରୁ ରାଜ୍ୟ ସଭା ଏମ୍‌ପି ବୀନୟ ସହସ୍ରବୁଦ୍ଧେ ଏବଂ ଭାଜପା ସର୍ବଭାରତୀୟ ସମ୍ପାଦକ ଆର୍‌ପି ସିଂ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ପର୍ଯ୍ୟବେକ୍ଷକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ବହୁ ବରିଷ୍ଠ ନେତା, ପଦାଧିକାରୀ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଆଲୋଚନା କରି ଫେରିଛନ୍ତି। ତେବେ ଦଳର ସଭାପତି ପଦ ପାଇଁ କାହା ନାଁରେ ମୋହର ବାଜିବ ତାକୁ ନେଇ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ସଭାପତି ପଦ ପାଇଁ ଗୋଟିଏ ନାଁ ଉପରେ ସମସ୍ତ ନେତାଙ୍କ ସହମତି କିପରି ପ୍ରକାଶ ପାଇବ ସେଦିଗରେ ଦୁଇ ପର୍ଯ୍ୟବେକ୍ଷକ ଗୁରୁତ୍ୱ ଦେଇଥିବା ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ହେଲେ ବୈଠକରେ ୩ ନେତାଙ୍କ ନାଁକୁ ନେଇ ବିଶେଷ ମତ ପ୍ରକାଶ ପାଇଛି। ଗୋଟିଏ ନାଁ ଉପରେ ସମସ୍ତଙ୍କ ସହମତି ଯୋଗାଡ଼ କରିବାରେ ଦୁଇ ପର୍ଯ୍ୟବେକ୍ଷକ ବିଫଳ ହୋଇ ଫେରିଛନ୍ତି। ହେଲେ ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଦିଲ୍ଲୀରେ ପହଞ୍ଚିବାପରେ କାହା ଚାପରେ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀର ଜଣେ ସମର୍ଥକଙ୍କୁ ସଭାପତି ଆସନରେ ବସାଯିବ ନା ମତ ପ୍ରକାଶ ପାଇଥିବା ୩ ନାଁ ଉପରେ ପୁନର୍ବାର ବିଚାର କରାଯିବ ସେନେଇ କିଛି ଜଣାପଡୁନାହିଁ। ଯଦି ପ୍ରକୃତରେ କେନ୍ଦ୍ରୀୟ ନେତୃତ୍ୱ କାହା ଚାପରେ ବସିଭୂତ ନ ହୋଇ ସବୁ ଆଶାୟୀଙ୍କୁ ବିଚାରକୁ ନିଅନ୍ତି ତେବେ ଆଉଥରେ ପର୍ଯ୍ୟବେକ୍ଷକମାନେ ରାଜ୍ୟ ଗସ୍ତରେ ଆସିବା ନିଶ୍ଚିତ। ଅନ୍ୟପକ୍ଷରେ ରାଜ୍ୟରେ ଦଳର କେତେ ଅସନ୍ତୋଷ ଗୋଷ୍ଠୀ ରହିଛନ୍ତି ତାର ମଧ୍ୟ ତାଲିକା ସଂଗ୍ରହ କରାଯାଇଛି। ଶେଷରେ ଉତ୍କଳ ବିପନ୍ନ ସହାୟତା ସମିତି କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଏଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କ ମତାମତ ଲୋଡାଯାଇଛି ବୋଲି ମଧ୍ୟ ଅନେକାଂଶରେ ଆଲୋଚନା ହେଉଛି। ଦଳର ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି, ସହମତି ଭିତ୍ତିରେ ରାଜ୍ୟ ସଭାପତି ଚୟନର ପରମ୍ପରା ରହିଆସିଛି। ଯୋଗ୍ୟତା, ଦକ୍ଷତା, ପାରଦର୍ଶିତା, ଗ୍ରହଣିୟତା ରାଜ୍ୟ ସଭାପତି ଚୟନର ମୁଖ୍ୟ ମାପକାଠି ହେବ ବୋଲି ଷଡଙ୍ଗୀ କହିଛନ୍ତି। ତେବେ ଏଥର ଭାଜପା ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ଦଳ ହେବାପରେ ଦଳର ମୁଖ୍ୟ ପଦବୀ ଲାଗି ଆଶାୟୀଙ୍କ ସଂଖ୍ୟା ବଢିଯାଇଛି। ଏସବୁ ମଧ୍ୟରେ ଜଣେ ରାଜ୍ୟ ନେତାଙ୍କ କହିବାନୁଯାୟୀ ଆସନ୍ତା ୫ଦିନ ମଧ୍ୟରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri