ଭାଜପା କୃଷକ ମୋର୍ଚ୍ଚାର ନୂଆ ଜିଲା ପ୍ରଭାରୀ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସୂନା ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର ପାତ୍ର, ବାଲେଶ୍ୱର ଜିଲା ପାଇଁ ସରୋଜ ମଲ୍ଲିକ, ବରଗଡ ପାଇଁ ମନୋରଞ୍ଜନ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଭଦ୍ରକ ଜିଲା ପାଇଁ ଶ୍ରୀଧର ସାହୁ ଓ ବଲାଙ୍ଗୀର ପାଇଁ ବିଶ୍ୱଜିତ୍‌ ସ୍ବାଇଁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବୌଦ୍ଧ ପାଇଁ ଚନ୍ଦ୍ରଶେଖର ପଣ୍ଡା, କଟକ ସହର ପାଇଁ ପ୍ରଶାନ୍ତ ଗନ୍ଥିଆ, କଟକ ସଦର ପାଇଁ ଶ୍ରୀରଞ୍ଜନ ମଙ୍ଗରାଜ, ଦେବଗଡ଼ ପାଇଁ କିଶୋର ସୂତାର, ଢେଙ୍କାନାଳ ପାଇଁ ହୃଷୀକେଶ ଜେନା, ଗଜପତି ପାଇଁ ଭଗବାନ ପଣ୍ଡା, ଗଞ୍ଜାମ ପାଇଁ ପ୍ରଦୀପ ସାହୁ, ଘୁମୁସର ପାଇଁ ରାଜେଶ କୁମାର ସାହୁ, ଜଗତ୍‌ସିଂହପୁର ପାଇଁ ଦୁର୍ଯ୍ୟୋଧନ ସାହୁ, ଯାଜପୁର ପାଇଁ ତୁଷାର ଚକ୍ରବର୍ତ୍ତୀ, ଝାରସୁଗୁଡା ପାଇଁ ଉପାଧ୍ୟାୟ ପାଣିଗ୍ରାହୀ, କଳାହାଣ୍ଡି ଲକ୍ଷ୍ମଣ ବାଗ୍‌ ଯାଦବ ଓ କନ୍ଧମାଳ ପାଇଁ ସୁନୀଲ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। କେନ୍ଦ୍ରାପଡା ପାଇଁ ସତ୍ୟବାଦୀ ଚଇନି, କେନ୍ଦୁଝର ପାଇଁ ତ୍ରିପୁରା ଦେହୁରୀ, ଖୋର୍ଦ୍ଧା ପାଇଁ ହିତେଶ୍‌ ମହାପାତ୍ର, କୋରାପୁଟ ପାଇଁ ଶ୍ରୀକାନ୍ତ ହୋତା, ମାଲକାନଗିରି ପାଇଁ ବିପଦ ଭଞ୍ଜନ ଦାସ, ମୟୂରଭଞ୍ଜ (ରାଇରଙ୍ଗପୁର ଓ ବାରିପଦା) ପାଇଁ ରାଧାକାନ୍ତ ମହନ୍ତ, ନବରଙ୍ଗପୁର ପାଇଁ ଦେବ ପ୍ରସାଦ ସିଂହଦେଓ, ନୟାଗଡ ପାଇଁ କାମାକ୍ଷା ପ୍ରସାଦ ପ୍ରଧାନ, ନୂଆପଡା ପାଇଁ ଗୋବର୍ଦ୍ଧନ ଅଗ୍ରୱାଲ୍‌, ପୁରୀ ପାଇଁ ସନ୍ତୋଷ ପ୍ରଧାନ, ସମ୍ବଲପୁର ପାଇଁ କୈଳାସ ଚନ୍ଦ୍ର ରଥ, ସୁବର୍ଣ୍ଣପୁର ପାଇଁ ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁନ୍ଦରଗଡ ଜିଲା ପାଇଁ ଶ୍ରୀକୃଷ୍ଣ ପରିଡା, ସୁନ୍ଦରଗଡ (ବଣାଇ) ପାଇଁ କୈଳାସ ଚନ୍ଦ୍ର ରାଉତ ଓ ସୁନ୍ଦରଗଡ (ପାନପୋଷ) ପାଇଁ ପ୍ରଦୀପ କୁମାର ମହନ୍ତଙ୍କ ନାମକୁ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri