ଭାଙ୍ଗିଲା ୫୨୫ ବର୍ଷର ପରମ୍ପରା: ବନ୍ଦ ହେଲା ପଶୁ, ପକ୍ଷୀ ବଳି

ଅଗରତାଲା: ଦୀର୍ଘ ୫୨୫ ବର୍ଷ ପରେ ବଦଳିଲା କୁପ୍ରଥା। ଶାରଦୀୟ ଦୁର୍ଗାପୂଜା ଅବସରରେ ତ୍ରିପୁରାସ୍ଥିତ ଲୋକପ୍ରିୟ ଦୁର୍ଗାବାଡ଼ି ମନ୍ଦିରରେ ଆଉ ବଳି ପଡ଼ିବେନି ନିରୀହ ପଶୁ, ପକ୍ଷୀ। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶହ ଶହ ବର୍ଷରୁ ପ୍ରଚଳିତ ବଳି ପ୍ରଥା ଉପରେ ଏଠାରେ ରୋକ୍‌ ଲାଗିଛି। ସୂଚନା ଯେ, ଦୀର୍ଘ ୭୦ ବର୍ଷ ହେଲା ଦୁର୍ଗାବାଡ଼ି ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ପାଳନ ନିମନ୍ତେ ତ୍ରିପୁରା ସରକାର ସମସ୍ତ ଖର୍ଚ୍ଚ ବହନ କରିଆସୁଛନ୍ତି।
ଏ ନେଇ ମନ୍ଦିରର ମୁଖ୍ୟ ପୂଜକ ଦୁଲାଲ୍‌ ଭଟ୍ଟାଚାର୍ଜି କହିଛନ୍ତି, ଆମେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଛୁ। ପ୍ରଥମଥର ପାଇଁ ଏଠାରେ ପାଞ୍ଚଦିନିଆ ଦୁର୍ଗାପୂଜା ପାଳନ ଅବସରରେ ଦୀର୍ଘ ୫୨୫ ବର୍ଷର ବଳି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ତେବେ ଗତବର୍ଷ ଏକ ମଇଁଷି ସମେତ ଅନେକ ଛେଳି ଓ ପାରାଙ୍କୁ ଏଠାରେ ପଞ୍ଚଦିବସୀୟ ଦୁର୍ଗାପୂଜା ଅବସରରେ ବଳି ଦିଆଯାଇଥିଲା। ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ ଏବଂ ଅରିନ୍ଦମ ଲୋଧଙ୍କୁ ନେଇ ଗଠିତ ତ୍ରିପୁରା ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ସେପ୍ଟେମ୍ବର ୨୭ରେ ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି। କୌଣସି ବ୍ୟକ୍ତି କିମ୍ବା ସରକାର ରାଜ୍ୟର କୌଣସି ମନ୍ଦିରରେ ପଶୁ, ପକ୍ଷୀ ବଳି ଦେଇ ପାରିବେନାହିଁ ବୋଲି ହାଇକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମତରେ ବିଜୟଲାଭ କଲେ ଶିବରାଜ: ଆସିଲେ ନାହିଁ କଂଗ୍ରେସ ବିଧାୟକ

ଭୋପାଳ,୨୪।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶିବରାଜ ସିଂ ଚୌହାନ ମଙ୍ଗଳବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ଏହି ସମୟରେ ବିଧାନସଭାରେ...

ଏମିତି ମନ୍ଦିର, ଯାହା ଦେଖିବାକୁ ସାପ ପରି…

ଦୁନିଆରେ ଶହ ଶହ କୋଠା ଅଛି। ଯେଉଁଥିରେ ଇଞ୍ଜିନିୟରମାନେ ନିଶ୍ଚିତ ଭାବରେ ବହୁତ ମନପ୍ରାଣ ଦେଇ ଅଧିକ ପରିଶ୍ରମ କରିଥିବେ। କିନ୍ତୁ ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରୁ...

କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର...

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ମେହବୁବା କହିଲେ, ଭାରତୀୟ ଲୋକତନ୍ତ୍ର ପାଇଁ କଳାଦିବସ, ଭୟଙ୍କର ହେବ ପରିଣାମ

ନୂଆଦିଲ୍ଲୀ,୫।୮:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର...

୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବା

ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ...

ପାନର ଦାମ୍‌ ୯୯୯

ମହଙ୍ଗା ପାନ। ପାନର ମୂଲ୍ୟରେ ଜଣେ ବ୍ରାଣ୍ଡେଡ ଜୋତା ଏବଂ ଚଷମା କିଣାଯାଇପାରିରେ। ଏହି ସ୍ବତନ୍ତ୍ର ପାନର ନାମ ହେଉଛି ସୁନା ପାନ, ଯାହାର ମୂଲ୍ୟ...

ତେଜସ୍‌ର ବଢ଼ିବ ଶକ୍ତି, ସାମିଲ ହେବ ହାମର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ଲାଗି ବାୟୁସେନାରେ ଫ୍ରାନ୍ସ ନିର୍ମିତ ହାମର...

ମାଗଣା ବିଦ୍ୟୁତ୍‌ ବିଲ୍‌ ଉପରେ ନୂଆ ନିୟମ: କେଜ୍‌ରିଓ୍ବାଲଙ୍କ ଘୋଷଣା

ନୂଆଦିଲ୍ଲୀ,୧୪।୯: ଦିଲ୍ଲୀରେ ବିଦ୍ୟୁତ ସବ୍‌ସିଡି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ଯେଉଁମାନେ ବିଦ୍ୟୁତ୍‌ ସବ୍‌ସିଡି ଚାହୁଁଛନ୍ତି,...

Advertisement
Archives

Model This Week