ଭାଙ୍ଗିଲା ଘର, ଉଜୁଡିଲା ଧାନ

ଖଇରା, ୯।୧୧(ଡି.ଏନ.ଏ.): ବୁଲୁବୁଲ ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବହୁ ସ୍ଥାନରେ ଘର ଉପରେ ଗଛ ପଡିବା ଯୋଗୁ ଛପର ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କିଛି ସ୍ଥାନରେ ରାସ୍ତାରେ ଗଛ ପଡିବା ଯୋଗୁ ଯାତାୟାତ ଠପ୍‌ ହୋଇ ଯାଇଛି। ପ୍ରବଳ ବର୍ଷା ଯୋଗୁ ପାଚିଲା ଧାନ ପାଣିରେ ଭାସୁଛି। ଫଳରେ ଚାଷୀମାନଙ୍କର ବର୍ଷକର ଅମଳ ଏକପ୍ରକାର ନଷ୍ଟ ହୋଇଯାଇଛି। ସେପଟେ ବିଦ୍ୟୁତ ସଂଯୋଗ ଅଭାବରୁ ସମଗ୍ର ଖଇରା ବିଦ୍ୟୁତ୍‌ ସବ୍‌ଡିଭିଜନର ଉପଭୋକ୍ତାମାନେ ୨୪ଘଣ୍ଟା ଧରି ଅନ୍ଧାରରେ ରହିଛନ୍ତି। ତେଲଦିଆ ବଟେଶ୍ୱର ରାସ୍ତାର ନାହୁଲଠାରେ ରାସ୍ତାରେ ଗଛ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିଭଳି ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଅଭିମନ୍ୟୁ ସାହୁଙ୍କ ଘର ଉପରେ ଗଛ ଭାଙ୍ଗି ପଡିବାରୁ ବାସଗୃହ ନଷ୍ଟ ହୋଇଛି। ଖଇରା ଅଗ୍ନିଶମ ବିଭାଗ ପହଞ୍ଚି ଗଛକୁ ବାସଗୃହ ଉପରୁ ହଟାଇବାକୁ ସକ୍ଷମ ହୋଇଛନ୍ତି। ସେପଟେ ଖଇରା ବ୍ଲକରେ ଆନୁମାନିକ ୧୯ହଜାର ୪ଶହ ହେକ୍ଟର ଚାଷଜମିରେ ଚଳିତବର୍ଷ ଧାନଚାଷ କରାଯାଇଥିଲା। ଏବେ ଧାନ ପାଚି ଆସୁଥିବା ବେଳେ ମାତ୍ର ଆଉ ୧୦ କି ୧୫ଦିନ ମଧ୍ୟରେ ଚାଷୀମାନେ ଧାନକାଟି ଖଳାକୁ ଆଣିବା ପାଇଁ ପ୍ରସ୍ତୁତ ହେଉଥିଲେ। ପାଚିଲା ଧାନରେ ବର୍ଷା ମାଡ ଯୋଗୁ ଅନ୍ୟୁନ ୮ହଜାର ହେକ୍ଟର ଜମିର ଧାନନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି। ତୁରନ୍ତ ସରକାର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ମାଣିତ୍ରୀ ପଞ୍ଚାୟତର ଚାଷୀ ଅକ୍ଷୟ କୁମାର ଦାସ, ଉମାକାନ୍ତ ପଣ୍ଡା, ଅର୍ଜୁନ ପଣ୍ଡା, ଶମ୍ଭୁନାଥ ଦଳେଇ, ସୁଶାନ୍ତ ମହାପାତ୍ର, ସାରଡାଙ୍ଗ ପଞ୍ଚାୟତ ଅଲିପୁର ଗ୍ରାମର ଚାଷୀ ସୁଦର୍ଶନ ପୃଷ୍ଟି, ପ୍ରଭାତ କୁମାର ପଣ୍ଡା ଓ ଅନାଦି ପରିଡା ପ୍ରମୁଖ ଦାବି କରିଛନ୍ତି। ଏହାଛଡା ବ୍ଲକର ସାରଡାଙ୍ଗ, ଝିଙ୍କିରିଆ, ବର୍ତ୍ତନା, ମହତୀପୁର, କୁପାରୀ, ଝିଙ୍କିରିଆ, ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ମାାଖନପୁର ଓ ସାରୁଗାଁ ଆଦି ପଞ୍ଚାୟତ ସମେତ ୩୭ ପଞ୍ଚାୟତରେ ଧାନ ପାଣିରେ ପଡି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଖଇରା କୃଷି ପରାମର୍ଶ କେନ୍ଦ୍ରର ସହକାରୀ କୃଷି ଅଧିକାରୀ ବାସୁଦେବ ଶତପଥିଙ୍କୁ ଯେଗାଯୋଗ କରାଯିବାରୁ ବହୁ ଅଞ୍ଚଳରୁ କ୍ଷତି ସମ୍ପର୍କିତ ଅଭିଯୋଗ ତାଙ୍କ ନିକଟକୁ ଆସିଛି। ଖୁବଶୀଘ୍ର ରାଜସ୍ବ ଓ କୃଷି ବିଭାଗର ମିଳିତ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri