Posted inଖେଳ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। ଏହା ଗତ ୧୧ରୁ ଆରମ୍ଭ ହୋଇ ଆସନ୍ତା ୨୧ ତାରିଖରେ ସମ୍ପୂର୍ଣ୍ଣ ହେବ। ଏହା ଆଜକୁ ୨୪ବର୍ଷ ଧରି ପାଳିତ ହୋଇ ଆସୁଥିବାବେଳେ ଗ୍ରାମର କଳ୍ପତରୁ ସେବା ସଂଘ ପକ୍ଷରୁ ଆୟୋଜନ କରାଯାଇଥାଏ। ଏହି ଭାଗବତ ସପ୍ତାହ ପାଳନ ଅବସରରେ ଦୈନନ୍ଦିନ ଭାଗବତ ଗୀତା ଗାନ ମଧ୍ୟରେ ଦଶମ ସ୍କନ୍ଦରେ ଋକ୍ମିଣୀ ବିବାହ କଥାବସ୍ତୁକୁ ନେଇ କୁନିକୁନି ଶିଶୁ କଳାକାରଙ୍କୁ ନେଇ ଖୋଲାମଞ୍ଚରେ ଏକ ନୃତ୍ୟନାଟିକା ମଞ୍ଚସ୍ଥ କରାଯାଇଥିଲା । ଏଥିରେ ବର ବେଶରେ ଶଙ୍କର ନାଏକ ଓ କନ୍ୟା ବେଶରେ ଭାନୁମତି ନାଏକ ସୁସଜ୍ଜିତ ହୋଇ ଅଭିନୟ କରିଥିଲେ। ଉଭୟ ବର ଓ କନ୍ୟାଙ୍କ ପିତାମାତା ଭାବେ ଯୋଗେନ୍ଦ୍ର ସା, କୁମୁଦିନୀ ସା ଓ ପ୍ରହଲ୍ଲାଦ ଗଞ୍ଜୁ, ପୁଷ୍ପଲତା ଗଞ୍ଜୁ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଅନ୍ୟାନ୍ୟ ଶିଶୁ କଳାକାର କୃଷ୍ଣ, ବଳରାମ, ଶିବ, ପାର୍ବତୀ, ହନୁମାନ, ନନ୍ଦି, ଭୃଙ୍ଗି ବେଶରେ ଅଙ୍କିତ, ରାଜୀବ, ପ୍ରତିଣ, ଗୋପବନ୍ଧୁ, କୁନାଲ, ଝସକେତନ, ପ୍ରକାଶ, ବଣ୍ଟି, ନୂତନ, ଭରତ ପ୍ରମୁଖ ଅଭିନୟ କରିଥିଲେ। ଏହି କୁନିକୁନି ଶିଶୁଙ୍କର ନୃତ୍ୟାଭିନୟରେ ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇପଡିଥିଲା। ଲୋକେ ଭାବବିହ୍ବଳ ହୋଇ ଏହାକୁ ଉପଭୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ଚିନ୍ତା କର ନାହିଁ, ଭାରତ ପାଇଁ ଭଲ ଖେଳ..’, କାହିଁକି ଏମିତି ମେସେଜ ଲେଖିଲେ କ୍ରିକେଟର ଆକାଶ ଦୀପଙ୍କ ଭଉଣୀ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୭।୭: ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପଙ୍କ ଭଉଣୀ ଅଖଣ୍ଡ ଜ୍ୟୋତି ସିଂହ ଏଜବାଷ୍ଟନରେ ତାଙ୍କ ଭାଇଙ୍କ ପ୍ରଦର୍ଶନ ଦେଖି ଭାବପ୍ରବଣ ହୋଇଯାଇଛନ୍ତି। ଏଜବାଷ୍ଟନରେ...

ଏତିକି ଟଙ୍କାରେ ବିକ୍ରି ହେଲେ କୋହଲିଙ୍କ ଭଣଜା: DPL 2025ରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଳୀ,୭।୭: ଦିଲ୍ଲୀ ପ୍ରିମିୟର ଲିଗ ୨୦୨୫ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହାର ପ୍ରାୟ ଗୋଟିଏ ମାସ ପୂର୍ବରୁ ନିଲାମ ହୋଇଥିଲା। ଯେଉଁଥିରେ ଈଶାନ୍ତ...

ଐତିହାସିକ ବିଜୟ ପରେ ପ୍ରିୟ ସାମ୍ବାଦିକଙ୍କୁ ଖୋଜିଲେ ଶୁମବନ ଗିଲ୍‌: ଜାଣନ୍ତୁ କାହିଁକି

ବର୍ମିଂହାମ,୭।୭: ଏଜବାଷ୍ଟନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଶୁବମନ ଗିଲ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ପ୍ରଥମ ଏସୀୟ ଅଧିନାୟକ ଯିଏ ଏଜବାଷ୍ଟନରେ...

ବାପା ଚାହୁଁ ନ ଥିଲେ ପୁଅ ହୁଅନ୍ତୁ କ୍ରିକେଟର, ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ, ଏବେ ଚମକିଲା ଭାଗ୍ୟ

ନୂଆଦିଲ୍ଲୀ,୭।୭: ଆକାଶଦୀପ ଏବେ ଟିମ୍‌ ଇଣ୍ଡିଆ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳୁଛନ୍ତି ଏବଂ ଏହା ପରେ ସାରା ଦେଶରେ ତାଙ୍କର ଚର୍ଚ୍ଚା ହେଉଛି। କାରଣ...

ଜିମ୍ବାବେ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ୱିଆନ ମୁଲଡରଙ୍କ ରେକର୍ଡ ତ୍ରିଶତକ

ନୂଆଦିଲ୍ଲୀ,୭।୭: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ୱିଆନ ମୁଲଡର ଜିମ୍ବାବେ ବିପକ୍ଷରେ ଦ୍ୱିତୀୟ ଓ ଶେଷ ଟେଷ୍ଟ ମ୍ୟାଚରେ ଟେଷ୍ଟ କ୍ରିକେଟ ଇତିହାସର ଦ୍ୱିତୀୟ ତ୍ରିଶତକ ରନ୍...

ବିରାଟ କୋହଲିଙ୍କଠାରୁ ପ୍ରଶଂସା ଶୁଣି ଇମୋଶନାଲ ହେଲେ ସିରାଜ, ସୋସିଆଲ ମିଡ଼ିଆରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶେଷ ହୋଇଛି। ଯେଉଁଠାରେ ଟିମ ଇଣ୍ଡିଆ ଆୟୋଜକ ଦଳକୁ ୩୩୬ ରନରେ ପରାସ୍ତ କରିଥିଲା। ଏଜବାଷ୍ଟନରେ...

କୋହଲି ଉତ୍‌ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର

ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର...

ବିଜୟ ସତ୍ତ୍ୱେ ତୃତୀୟ ଟେଷ୍ଟରୁ ବିଦା ହେବେ ଏହି ଖେଳାଳି: ଗିଲ୍‌ ଦେଲେ ସଙ୍କେତ

ବର୍ମିଂହାମ,୭।୭:ଏଜବାଷ୍ଟନରେ ବିଜୟୀ ହେବା ସତ୍ତ୍ୱେ, ଭାରତର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି। କାରଣ ଶୁବମନ ଗିଲ ନିଶ୍ଚିତ କରିଛନ୍ତି ଯେ, ଜସପ୍ରିତ ବୁମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri