ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ହାତୀପାଲିର ଗଣେଷ ମିଶ୍ର (୩୪), ଲୁଟେରା ଗ୍ୟାଙ୍ଗ୍‌ର ମୁଖ୍ୟ ଘିକୁଣ୍ଡି ପଞ୍ଚାୟତ ଗରିଆପାଲିର ଭରତ ଘିବିଲା ଓରଫ ବୁଲୁ (୨୬), ସର୍ବେଶ୍ୱର ନାଏକ ଓରଫ ସର୍ବେ (୨୧), ପଟାଭାଡି ସୋନପୁରର ତନ୍ମୟ ମିଶ୍ର (୨୩), ଗାନ୍ଧୀନଗରପଡା ବଲାଙ୍ଗୀରର ଗୋପାଳ ନାଗ (୨୬), ସୁଦପଡା ବଲାଙ୍ଗୀରର କୃପା ସାହୁ (୪୦)। ଅନ୍ୟ ଜଣେ ଅଭିଯୁକ୍ତ ରତାଖଣ୍ଡି ଗ୍ରାମର ଦିଲୀପ ପ୍ରଧାନ ଫେରାର ଅଛନ୍ତି । ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୪ ହଜାର ଟଙ୍କା, ୬ଟି ମୋବାଇଲ, ୨ଟି ବାଇକ, ଗୋଟିଏ ଭୁଜାଲି ଓ ଗୋଟିଏ ଦେଶୀ ପିସ୍ତଲ ପୋଲିସ ଜବତ କରାଯାଇଛି । ଗିରଫ ୬ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଗତ ୧୪ ତାରିଖରେ ଲମ୍ବସରି ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ ପାଇଁ ଆକ୍ସିସ ବ୍ୟାଙ୍କ ୩ ଲକ୍ଷ ୯୩ ହଜାର ଟଙ୍କା ନିର୍ବାହୀ ଅଧିକାରୀ ବିପୁଳ କୁମାର ଦାସଙ୍କୁ ଘିକୁଣ୍ଡି ଗ୍ରାମପଞ୍ଚାୟତ ଅଫିସ୍‌ରେ ଦେଇଥିଲା । ଅଭିଯୁକ୍ତ ଗଣେଷ ମିଶ୍ର ଓ ଦିଲୀପ ପ୍ରଧାନ ଏହାକୁ ଦେଖିଥିଲେ ଏବଂ ଉକ୍ତ ଟଙ୍କା ଲୁଟ କରିବା ପାଇଁ ଯୋଜନା କରିଥିଲେ । ସେମାନେ ଅଭିଯୁକ୍ତ ବୁଲୁ ଘିବିଲାଙ୍କ ସହ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ । ତଦନୁଯାୟୀ ବୁଲୁ ଅନ୍ୟ ଚାରି ଜଣଙ୍କ ସହ ଯୋଗାଯୋଗ କରି ଟିମ୍‌ ଗଠନ କରିଥିଲା । ଗତ ୧୪ ତାରିଖ ଦିନ ୧୦ଟାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସ ଏକ କାର୍‌ (ନଂ. ଓଡି୨୭ଏ/୧୩୬୯) ଯୋଗେ ଉକ୍ତ ଟଙ୍କା ଧରି ଦମାମୁଣ୍ଡା-ଦପଲା ରାସ୍ତା ଦେଇ ଲମ୍ବସରି ପଞ୍ଚାୟତ ଅଭିମୁଖେ ବାହାରିଥିଲେ । ଏହା ପୂର୍ବରୁ ବାହାନା କରି ଅଭିଯୁକ୍ତ ଦିଲୀପ ନିର୍ବାହୀ ଅଧିକାରୀ ଦାସଙ୍କ ଦେଉଳି ସ୍ଥିତ ଘରକୁ ଆସି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ଆଜି କୁଆଡେ ଯିବେ ବୋଲି ପଚାରି ବୁଝିଥିଲେ। ନିର୍ବାହୀ ଅଧିକାରୀ ଦାସ ଟଙ୍କା ଧରି ଗାଡିରେ ଯିବା ବେଳେ ଦେଉଳିଠାରେ ଅପେକ୍ଷା କରିଥିବା ଅଭିଯୁକ୍ତ ଗଣେଷ ନିର୍ବାହୀ ଅଧିକାରୀଙ୍କ ଗାଡକୁ ଦେଖି ଲୁଟେରା ଗ୍ୟାଙ୍ଗ ମୁଖ୍ୟ ବୁଲୁଙ୍କୁ ଫୋନରେ ଜଣାଇଥିଲେ । ଦିଲୀପ ଏବଂ ଗଣେଷଙ୍କ ଛଡା ଅନ୍ୟ ୫ ଅଭିଯୁକ୍ତ ୨ଟି ବାଇକରେ ଦପଲା ରାସ୍ତା ଶଙ୍କରପୁର କ୍ରସର ନିକଟରେ ଲୁଚି ରହି ନିର୍ବାହୀ ଅଧିକାରୀଙ୍କ ଗାଡିକୁ ଅଟକାଇଥିଲେ । ସେମାନେ ଦେଶୀ ପିସ୍ତଲ ଏବଂ ଭୁଜାଲି ଦେଖାଇ ଡ୍ରାଇଭର ମନୋଜ ନାଏକଙ୍କୁ ଗାଡିରୁ ତଡି ଦେଇଥିଲେ ଏବଂ ନିର୍ବାହୀ ଅଧିକାରୀଙ୍କୁ ଗାଡିରେ ବସାଇ ଏକ ଜଙ୍ଗଲ ରାସ୍ତାକୁ ନେଇ ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ମାଡ ମାରି ୩.୯୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଆଇଆଇସି ଗୋପୀନାଥ ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ପରେ ଏସଡିପିଓ ଏସ୍‌. ଟିଗ୍ଗାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ପୋଲିସ ୭ଜଣଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାକୁ ଓହ୍ଲାଇଲେ ଭଦ୍ରକର ଚାଷୀ, ଧାନ ଢ଼ାଳି ଅବରୋଧ କଲେ

ଭଦ୍ରକ ଅଫିସ,୧୨।୨ – ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଭଦ୍ରକ – ଆନନ୍ଦପୁର ରାଜ୍ୟ ରାଜପଥ...

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି:୧୪।୩: ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡିଠାରୁ ୫କି.ମି କିମି ଦୂର କତଲକଇଠା ଗ୍ରାମରେ ରବିବାର ଏକ ବେସରକାରୀ ସଂସ୍ଥାର ଆମ୍ବୁଲାନ୍ସ ଗାଡି ଧକ୍କାରେ ଜଣେ ନାବାଳିକାଙ୍କ...

ମାଓବାଦୀ-ଗ୍ରାମବାସୀ ଲଢ଼େଇ: ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ...

ଲାଗିଲାଣି ୧.୧୨ ଲକ୍ଷ ଗଛ

ଢେଙ୍କାନାଳ ଅଫିସ, ୧୩।୩ – ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଶିଳ୍ପସମୃଦ୍ଧ ଜିଲାରେ...

ରାସ୍ତା, କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କଲେ ଉପଜିଲାପାଳ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ ଗୁରୁବାର ସନ୍ଧ୍ୟାରେ ଯୋଡାଠାରେ ଥିବା କଲ୍ୟାଣ ମଣ୍ଡପ ଓ ରଣାଶାଳ ଘାଟିଠାରୁ ବାଂଶପାଣି ରାସ୍ତାର...

ଅନୁଗୋଳ ଜିଲାରେ ୫-ଟି ମନ୍ତ୍ର ବାଟବଣା: ବୈଠକର ମାସେ ପରେ ଆସୁଛି ଡିପିସି ଫାଇଲ

ଅନୁଗୋଳ ଅଫିସ, ୨୯।୮: ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଅନୁଗୋଳ ଜିଲାରେ ବାଟବଣା ହୋଇଥିବା ଚର୍ଚ୍ଚା ଜୋର ଧରିଛି। କାରଣ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି (ଡିପିସି) ବୈଠକ...

ସମୁଦ୍ରରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଆରମ୍ଭ

ଛତ୍ରପୁର,୧୭ା୧୧(ଡି.ଏନ.ଏ) – ଆର୍ଯ୍ୟପଲ୍ଲୀ ମେରାଇନ୍‌ ଥାନା ପକ୍ଷରୁ ସମୁଦ୍ରରେ ସ୍ବତନ୍ତ୍ର ବୋଟ୍‌ ଦ୍ୱାରା ପାଟ୍ରୋଲିଂ ଆରମ୍ଭ ହୋଇଛି । ମେରାଇନ୍‌ ଥାନା ଅଧୀନରେ ଗଞ୍ଜାମ ବ୍ଲକର...

ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା...

Advertisement


Archives

Model This Week