ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ହାତୀପାଲିର ଗଣେଷ ମିଶ୍ର (୩୪), ଲୁଟେରା ଗ୍ୟାଙ୍ଗ୍‌ର ମୁଖ୍ୟ ଘିକୁଣ୍ଡି ପଞ୍ଚାୟତ ଗରିଆପାଲିର ଭରତ ଘିବିଲା ଓରଫ ବୁଲୁ (୨୬), ସର୍ବେଶ୍ୱର ନାଏକ ଓରଫ ସର୍ବେ (୨୧), ପଟାଭାଡି ସୋନପୁରର ତନ୍ମୟ ମିଶ୍ର (୨୩), ଗାନ୍ଧୀନଗରପଡା ବଲାଙ୍ଗୀରର ଗୋପାଳ ନାଗ (୨୬), ସୁଦପଡା ବଲାଙ୍ଗୀରର କୃପା ସାହୁ (୪୦)। ଅନ୍ୟ ଜଣେ ଅଭିଯୁକ୍ତ ରତାଖଣ୍ଡି ଗ୍ରାମର ଦିଲୀପ ପ୍ରଧାନ ଫେରାର ଅଛନ୍ତି । ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୪ ହଜାର ଟଙ୍କା, ୬ଟି ମୋବାଇଲ, ୨ଟି ବାଇକ, ଗୋଟିଏ ଭୁଜାଲି ଓ ଗୋଟିଏ ଦେଶୀ ପିସ୍ତଲ ପୋଲିସ ଜବତ କରାଯାଇଛି । ଗିରଫ ୬ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଗତ ୧୪ ତାରିଖରେ ଲମ୍ବସରି ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ ପାଇଁ ଆକ୍ସିସ ବ୍ୟାଙ୍କ ୩ ଲକ୍ଷ ୯୩ ହଜାର ଟଙ୍କା ନିର୍ବାହୀ ଅଧିକାରୀ ବିପୁଳ କୁମାର ଦାସଙ୍କୁ ଘିକୁଣ୍ଡି ଗ୍ରାମପଞ୍ଚାୟତ ଅଫିସ୍‌ରେ ଦେଇଥିଲା । ଅଭିଯୁକ୍ତ ଗଣେଷ ମିଶ୍ର ଓ ଦିଲୀପ ପ୍ରଧାନ ଏହାକୁ ଦେଖିଥିଲେ ଏବଂ ଉକ୍ତ ଟଙ୍କା ଲୁଟ କରିବା ପାଇଁ ଯୋଜନା କରିଥିଲେ । ସେମାନେ ଅଭିଯୁକ୍ତ ବୁଲୁ ଘିବିଲାଙ୍କ ସହ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ । ତଦନୁଯାୟୀ ବୁଲୁ ଅନ୍ୟ ଚାରି ଜଣଙ୍କ ସହ ଯୋଗାଯୋଗ କରି ଟିମ୍‌ ଗଠନ କରିଥିଲା । ଗତ ୧୪ ତାରିଖ ଦିନ ୧୦ଟାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସ ଏକ କାର୍‌ (ନଂ. ଓଡି୨୭ଏ/୧୩୬୯) ଯୋଗେ ଉକ୍ତ ଟଙ୍କା ଧରି ଦମାମୁଣ୍ଡା-ଦପଲା ରାସ୍ତା ଦେଇ ଲମ୍ବସରି ପଞ୍ଚାୟତ ଅଭିମୁଖେ ବାହାରିଥିଲେ । ଏହା ପୂର୍ବରୁ ବାହାନା କରି ଅଭିଯୁକ୍ତ ଦିଲୀପ ନିର୍ବାହୀ ଅଧିକାରୀ ଦାସଙ୍କ ଦେଉଳି ସ୍ଥିତ ଘରକୁ ଆସି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ଆଜି କୁଆଡେ ଯିବେ ବୋଲି ପଚାରି ବୁଝିଥିଲେ। ନିର୍ବାହୀ ଅଧିକାରୀ ଦାସ ଟଙ୍କା ଧରି ଗାଡିରେ ଯିବା ବେଳେ ଦେଉଳିଠାରେ ଅପେକ୍ଷା କରିଥିବା ଅଭିଯୁକ୍ତ ଗଣେଷ ନିର୍ବାହୀ ଅଧିକାରୀଙ୍କ ଗାଡକୁ ଦେଖି ଲୁଟେରା ଗ୍ୟାଙ୍ଗ ମୁଖ୍ୟ ବୁଲୁଙ୍କୁ ଫୋନରେ ଜଣାଇଥିଲେ । ଦିଲୀପ ଏବଂ ଗଣେଷଙ୍କ ଛଡା ଅନ୍ୟ ୫ ଅଭିଯୁକ୍ତ ୨ଟି ବାଇକରେ ଦପଲା ରାସ୍ତା ଶଙ୍କରପୁର କ୍ରସର ନିକଟରେ ଲୁଚି ରହି ନିର୍ବାହୀ ଅଧିକାରୀଙ୍କ ଗାଡିକୁ ଅଟକାଇଥିଲେ । ସେମାନେ ଦେଶୀ ପିସ୍ତଲ ଏବଂ ଭୁଜାଲି ଦେଖାଇ ଡ୍ରାଇଭର ମନୋଜ ନାଏକଙ୍କୁ ଗାଡିରୁ ତଡି ଦେଇଥିଲେ ଏବଂ ନିର୍ବାହୀ ଅଧିକାରୀଙ୍କୁ ଗାଡିରେ ବସାଇ ଏକ ଜଙ୍ଗଲ ରାସ୍ତାକୁ ନେଇ ଯାଇଥିଲେ । ସେଠାରେ ସେମାନେ ତାଙ୍କୁ ମାଡ ମାରି ୩.୯୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଆଇଆଇସି ଗୋପୀନାଥ ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ । ପରେ ଏସଡିପିଓ ଏସ୍‌. ଟିଗ୍ଗାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ପୋଲିସ ୭ଜଣଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri