ଭତା, ପୋରଛାହନ୍‌ରୁ ବଁଚିତ୍‌ ଗଣ୍ଡାବଜା କଳାକାର: ବିପଦ୍‌ରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି

 

ଲାଠୋର, ୨୮ା୧୨ (ଡି.ଏନ୍‌.ଏ.)-
ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍‌ ପ୍ରାଚୀନ। ସେନ୍‌ତା ଇଠାନର ଜାନିଯାତ୍‌ରା, ପରବ୍‌, ଉଛବ୍‌, ବିହାବରୁ ସଂଗେ ଯୁଡ଼ି ହେଇରହିଛେ ଢୋଲ, ଲିସାନ, ତାସା, ମୁହୁରୀ ଲେଖେଁ ପ୍ରାଚୀନ ବାଦ୍ୟଯନ୍ତ୍ର। ଇ ବଜାମାନ ଆଗରୁ ପୁରଖାପାତିନୁ ପିଢ଼ିଧରି ପିଢ଼ି ଦଲିତ୍‌ ସମାଜର କଳାକାରମାନେ ବଜେଇ ଆସୁଥିଲେ। ଇ ବଜାମାନକୁ ସମାଜରେ ଶୁଭ ବଜା ବଲି ଗନ୍‌ତି କରାଯାଏସି। କେହେନ୍‌ସି ବିହାବରପନ୍‌ ହେଉକି ଜାନିଯାତ୍‌ରା ସବୁଥି ଗଁଡ଼ାବଜା ମୂଲ ଆଏ। ପୁରାତନକାଲୁ ଇ ସମାଜର କଳାକାରମାନେ ବଜା ବଜେଇ ନିଜର କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କାଲି ଆଧୁନିକତାର ଛାପ୍‌ରେ ଆମର ସମାଜରେ ଅନେକ ପରିବରତନ୍‌ ହେବାର ସଂଗେ ସରକାରୀ ପୋରଛାହନ୍‌ ଅଭାବୁ କଳାକାରମାନେ ଇ ବୁର୍‌ତିରୁ ମୁହୁଁ ଫିରେଇ ନେଉଛନ୍‌। ଇଆଡ଼େ ଯେ ସରକାର କଳାକାରମାନକୁ ଭତା ପୋରଛାହନ୍‌ ଯୁଗେଇ ଦେବାର କଥା କହୁଛନ୍‌।
ସୂଚନା ହିସାବେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ ଜଲପାଙ୍କେଲ ଗଁାର ଗଁଡ଼ାବଜାର କଳାକାର ବିନୋଦ ସୁନା, ମୀନକେତନ ସୁନା, ବନା ସୁନା, ମକାରୁ ବିଭାର, ହରି ସୁନା, ପୁରନ୍ଦର ତାଣ୍ଡି, ହେରନା ସୁନା ଦୁଇ ଦୁଇଥର ଦରକାରୀ କାଗଜପତର ଦେଇ କଳାକାର ଭତାର ଲାଗି ପଁଚେତ୍‌ରେ ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ କଳାକାରମାନେ ନିଜର ବାପ୍‌ଅଜା ଅମଲରୁ କଳାକେ ବଁଚେଇ ରଖ୍‌ବାର ସଂଗେ ନିଜର କୁଟୁମ ପୁଷିଆସୁଛନ୍‌। ଅଂଚଲର ଆସରପାସର ଗଁାଗଁଡ଼ାରେ ହେଉଥିବାର ବିହାବରପନ, ବରୁଘର, ଜାନିଯାତ୍‌ରାରେ ନିଜର କଳାର ପରଦରଶନ କରି ଦୁଇପଏସା ରୁଜଗାର କରୁଛନ୍‌। ହେଲେ ଆଏଜ୍‌କାଲି ଇ ଆଧୁନିକ ଯୁଗେ ଲୋକ୍‌ ଗଁଡ଼ାବଜା ବଦ୍‌ଲା ଡିଜେ, ବ୍ୟାଣ୍ଡପାର୍ଟିକେ ବେଶି ପସନ୍‌ କରୁଛନ୍‌। ଯେନ୍‌ଥିରଲାଗି ଇ ପ୍ରାଚୀନ କଳା ଦିନୁଦିନ୍‌କେ ବୁଡ଼ବାକେ ବସଲାନ ବଲି କଳାକାରମାନେ କହିଛନ୍‌। ଏନ୍‌ତାଥି ସରକାରୀ ପୋରଛାହନ୍‌ ଅଭାବୁ ଅନେକ କଳାକାର ଇ କୁଲବୁରତିରୁ ମୁହୁଁ ମୁରି ଉନିଅଁା କାମ୍‌ଧଁଦା କଲାବେଲେ ଆରକେତେ ଉପେ ଶୂଇନ୍‌ ହେଇ କଳାକେ ବଁଚେଇ ରଖିଛନ୍‌। ଆଏଜ୍‌କାଲି ଇ ବୁର୍‌ତିରୁ ଯାହା କମାନି ହେଉଛେ ସେଥ୍‌ରେ ଛୁଆପିଲାକୁ ପାଠ୍‌ ଦୁଇଅଖର ପଢ଼ାବାର ତ ଦୂରେ ଥାଉ, ଦୁଇବେଲା ଦୁଇମୁଠା ଖାଏବାରଟା ବି ଯୁଟାବାରଟା ଭିଡ଼ ହେଇଯାଉଛେ ବଲି କଳାକାରମାନେ କହିଛନ୍‌। ଅତି କମ୍‌ରେ ସରକାର ଆମକୁ କଳାକାର ଭତା ଦେଲେ ହେଲେ ଇ କଳାଟାକେ ବଁଚେଇ ରଖିହେତା ବଲି କଳାକାରମାନେ ମନ୍‌ଦୁଖ କରି କହିଛନ୍‌। ଇ ସମସିଆଟା ଖାଲି ଜଲପାଙ୍କେଲ ଗଁାର ନୁହେଁ ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ରହିଛେ। ଇ ଦିଗେ ରାଏଜ୍‌ ସରକାର, ଜିଲା ପରଶାସନ କଳାକାରମାନକୁ ଚିନ୍‌ହଁଟ୍‌ କରି ତାହାକୁ ଭତା ଯୁଗେଇ ଦେବାର ବେବସ୍‌ତା କରବାର କଥା ବଲି କଳାକାରମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri