ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍‌

ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍‌ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍‌ ସଦସ୍ୟ ଡ. ଅଞ୍ଜନା ପଣ୍ଡା, ତୃପ୍ତି ମିଶ୍ର, ଭଦ୍ରକରୁ ଡିପିଏମ୍‌ ସରିତା ମହାପାତ୍ର, ଡିଏମ୍‌ଆର୍‌ସିଏଚ୍‌ ଜିତେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡାକ୍ତରଖାନାର ସ୍ବଚ୍ଛତା, ଲେବରରୁମ୍‌, ଓଟି, ବାହାରୁଥିବା ଅଳିଆ ଆବର୍ଜନା କେଉଁଠି ପଡୁଛି, ଇନ୍‌ଡୋର ଓ ଆଉଟଡୋର ବୁଲି ଦେଖିଥିଲେ। ଭାରପ୍ରାପ୍ତ ଡ. କମଳାକାନ୍ତ ସ୍ବାଇଁ, ଡ. ସୁଧାଂଶୁ ଶେଖର ବେହେରା, ଡ. ତୁଲିକା ରଥ, ଡ. ଶୁଭେଦା ପ୍ରିୟଦର୍ଶନୀ ପରିଡ଼ା, ଡ. ଆଦିତ୍ୟ କୁମାର ସାହୁ, ବିପିଏମ୍‌ ରଶ୍ମିରେଖା ପୃଷ୍ଟି, ଅନିତାରାଣୀ ରାଉତ, ମନୋରଞ୍ଜନ ରାଉତ, ରଞ୍ଜିତ ବରାଳ, ପଙ୍କଜ ବେହେରା, ନିରଞ୍ଜନ ଉପାଧ୍ୟାୟ, ନିରଞ୍ଜନ ସାହୁ ଓ ଲଲାଟ ପାଢ଼ୀ ପ୍ରମୁଖ ଟିମ୍‌କୁ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଜଳକା, ବନ୍ୟା ଆଶଙ୍କା

ରୂପସା, ୨୦।୧୦(ଡି.ଏନ.ଏ.): ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ରବିବାର ରାତିରୁ ବିପଦସଂକେତ ଉପରେ ପ୍ରବାହିତ...

ପରକୀୟା ପ୍ରୀତିର କୁପରିଣତି: ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ଜଳେଶ୍ବର,୧୧।୨(ସ୍ବ.ପ୍ର.): ପରକୀୟା ପ୍ରୀତିର କୁପରିଣତି ସ୍ବରୂପ ସ୍ତ୍ରୀର ପ୍ରେମିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲା ରାଇବଣିଆ...

୨ ବଖରା ଜଳିଗଲା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତର ୮ନମ୍ବର ୱାର୍ଡରେ ଅଗ୍ନିକାଣ୍ଡ ଘଟି ନନ୍ଦକିଶୋର ପ୍ରଧାନଙ୍କର ୨ବଖରା ସମେତ ତାଙ୍କର ଏକ ଦୋକାନ ଘର...

ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି...

ଜାତୀୟ ରାଜପଥରେ ପ୍ରାଣୀଧନ ପରିବହନ

ଜଳେଶ୍ୱର, ୧୩।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥ ଓ ୫୭ନଂ. ରାଜ୍ୟ ରାଜପଥରେ ଛେଳି, ମେଣ୍ଢା ଓ ଗୋରୁ ଆଦି ଗୃହପାଳିତ...

ଭୁଶୁଡ଼ିଲା କୋର୍ଟ ପାଚେରି, ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

ବସ୍ତା, ୧୭।୯(ସ୍ବ.ପ୍ର.)-ବସ୍ତା ବ୍ଲକର ବାହାର୍ଦ୍ଦାଠାରେ ଥିବା କୋର୍ଟ ପାଚେରି ଭୁଶୁଡି ପଡ଼ିଛି। ଗତ ୬ ମାସ ପୂର୍ବରୁ ଏହି ପାଚେରି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

ଅଂଶୁଘାତରେ ଯୁବକ ମୃତ

ହାଟଡିହୀ,୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ଗ୍ରାମର ଶ୍ରୀକାନ୍ତ ଜେନା(୩୫) ଅଂଶୁଘାତରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଶ୍ରୀକାନ୍ତ ନିଜ...

Advertisement
Archives

Model This Week