Posted inଫୁରସତ

ଭଗବାନ୍‌ ରାମଙ୍କ ବଂଶଧର ୨୧ ବର୍ଷୀୟ ଯୁବକ: ୨୦ ହଜାର କୋଟି ସମ୍ପତ୍ତିର ମାଲିକ

ମାତ୍ର ୨୧ ବର୍ଷୀୟ ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଖାଲି ସେତିକି ନୁହେଁ, ଯୁବକ ଜଣଙ୍କ ନିଜକୁ ଭଗବାନ୍‌ ରାମଙ୍କ ବଂଶଧର ବୋଲି ମଧ୍ୟ କହୁଛନ୍ତି।
ପଦ୍ମନାଭ ସିଂହ ନାମକ ସମ୍ପୃକ୍ତ ଯୁବକ ଜୟପୁର ରାଜ ପରିବାରର ସଦସ୍ୟ। ସେ ଜୟପୁର ଶାହୀ ପରିବାରର ୩୦ତମ ବଂଶଧର। ପଦ୍ମନାଭ ଜଣେ ମଡେଲ ସାଙ୍ଗକୁ ପୋଲୋ ଖେଳାଳି, ଟ୍ରାଭେଲର ମଧ୍ୟ। ଭ୍ରମଣକୁ ସବୁଠାରୁ ଅଧିଭ ଭଲ ପାଉଥିବା ପଦ୍ମନାଭ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି।
କୁହାଯାଏ ଜୟପୁରର ପୂର୍ବ ମହାରାଜା ଭବାନୀ ସିଂହ ଭଗବାନ୍‌ ରାମଙ୍କ ପୁଅ କୁଶଙ୍କ ୩୦୯ତମ ବଂଶଧର। ଏହି ରାଜପରିବାର ସହ ସମ୍ପର୍କ ରଖିଥିବା ପଦ୍ମିନୀ ଦେବୀ ନିଜେ ଏକ ସାକ୍ଷାତ୍‌କାରରେ ଏହା କହିଥିଲେ। ନିଜର ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ପରିଚିତ ପଦ୍ମନାଭଙ୍କର ଜୟପୁରର ରାମନିବାସ ମହଲରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି। ୨୦୧୧ରେ ଏହି ରାଜପରିବାରର ସମ୍ପତ୍ତି ୬୨୧.୮ ମିଲିୟନ୍‌ ଅର୍ଥାତ୍‌ ୪୪ ଅରବ ଟଙ୍କାରୁ ଊର୍ଦ୍ଧ୍ୱ ଥିଲା। ଏବେ ଏହା ବଢ଼ି ୪୮ ଅରବରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି...

ଇଏ ବି ମା’… ଅଳିଆ ଉଠାଇ ପୋଷୁଛନ୍ତି ଦିବ୍ୟାଙ୍ଗ ପୁଅର ପେଟ

ଭାରତର କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟୀ କାହାଣୀ ପୋଷ୍ଟ କରି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏପରି ଜଣେ ମା’ଙ୍କ...

ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ...

ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍‌। ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମନ ଭିତରେ ସବୁବେଳେ...

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ? କେବେ ଚାହୁଁ ନ...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି...

ନିୟତିର ଖେଳ : ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦିନ ମଜୁରିଆ

କାନପୁର : ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *