ଭକ୍ତଙ୍କୁ ବଣ୍ଟାଯାଉନି ମାଗଣା ମହାପ୍ରସାଦ

ପୁରୀ ଅଫିସ, ୮।୧: ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତିଲାଭ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଠାକୁରଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ପାଇଁ ଚାହିଁ ରହିଥାନ୍ତି। କିନ୍ତୁ ପ୍ରତ୍ୟେକ ଭକ୍ତ ମହାପ୍ରସାଦ କିଣିବାକୁ ସମର୍ଥ ହେଉ ନ ଥିବାରୁ ବାଇଶିପାହାଚରେ ବଣ୍ଟାଯାଉଥିଲା ମାଗଣା ମହାପ୍ରସାଦ। ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ ହାତକୁ କଣିକାଏ ଅବଢା ବଢାଇ ଦିଆଯାଉଥିଲା। ସେମାନେ ଖୁସି ମନରେ ଫେରୁଥିଲେ। ହେଲେ ପ୍ରାୟ ୨ବର୍ଷ ହେବ ଆଉ ବଣ୍ଟାଯାଉନି ମହାପ୍ରସାଦ। ଶ୍ରୀମନ୍ଦିର ବଜେଟ୍‌ରେ ସ୍ବତନ୍ତ୍ର ଅନୁଦାନ ଥାଇ ମଧ୍ୟ ଇଚ୍ଛାଶକ୍ତି ଅଭାବରୁ ଏହା ବନ୍ଦ ହୋଇଯାଇଥିବା କୁହାଯାଉଛି। ଏ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଲେଖାଏ ଅବଢା ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ମାଗଣା ମହାପ୍ରସାଦ (ମିଷ୍ଟାନ୍ନ) ବଣ୍ଟନ। ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ୨ହାଣ୍ଡି ମିଷ୍ଟାନ୍ନ ଶ୍ରଦ୍ଧାଳୁଙ୍କୁ ବାଣ୍ଟିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ୨ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶିପାହାଚରେ ଦୁଇଟି ବଡ଼ ଆଟିକାରେ ପ୍ରତ୍ୟହ ଏହି ମିଷ୍ଟାନ୍ନ ବଣ୍ଟାଯାଉଥିଲା। ଭକ୍ତମାନେ କଣିକାଏ ଲେଖାଏ ମହାପ୍ରସାଦ ପାଇଁ ଖୁସି ମନରେ ଫେରୁଥିଲେ। ପ୍ରାୟ ୨ ବର୍ଷ ହେବ ବନ୍ଦ ହୋଇଯାଇଛି ଏହି ମାଗଣା ମହାପ୍ରସାଦ ବଣ୍ଟନ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିର ୨୦୧୮-୧୯ ବଜେଟ୍‌ରେ ଏଥିଲାଗି ୧.୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବାବେଳେ ମାଗଣା ମହାପ୍ରସାଦ ପରିମାଣ ବଢାଇବା ଲାଗି ଯୋଜନା କରାଯାଇଥିଲା। ୨ ଆଟିକା ବଣ୍ଟାଯାଉଥିବାରୁ ଅନେକ ଭକ୍ତ ଏଥିରୁ ବଞ୍ଚତ୍ତ ହେଉଥିଲେ । ତେଣୁ ୨୦ ଆଟିକା ମହାପ୍ରସାଦ ଚାରିଦ୍ୱାରରେ ବଣ୍ଟାଯିବା ନିମନ୍ତେ ଯୋଜନା ହୋଇଥିଲା। ଏପରି କି ଭକ୍ତଙ୍କୁ ହାତରେ ନୁହେଁ, ଖଲି ଦନାରେ ମହାପ୍ରସାଦ ଦିଆଯିବା ନିମନ୍ତେ ମଧ୍ୟ ପ୍ରଶାସନ ସ୍ଥିର କରିଥିଲା। ଏଥିପାଇଁ ଖଲିଦନା ଅଣାଯାଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଖାଯାଇଥିଲା। ହେଲେ ଏହା କାର୍ଯ୍ୟକାରୀ ପୂର୍ବରୁ ମାଗଣା ମହାପ୍ରସାଦ ବଣ୍ଟନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ତେବେ ହଠାତ୍‌ କାହିଁକି ଏହାକୁ ବନ୍ଦ କରାଗଲା। ଏହା ବନ୍ଦ ହେବା ପଛରେ କାହାର କିଛି ସ୍ବାର୍ଥ ରହିଛି କି ଏମିତି ନାନା ସନ୍ଦେହ ଏବେ ଭକ୍ତଙ୍କ ମନରେ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବାଲେଶ୍ୱର ଖଇରାର ମାଧବ ସାହୁ କହିଛନ୍ତି, ଆମେ ଟ୍ରେନରେ ପୁରୀ ଆସୁ। ଯଦି ଦର୍ଶନ ବିଳମ୍ବ ହୁଏ ତେବେ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବାକୁ ସମୟ ନ ଥାଏ। ଟ୍ରେନ୍‌ ଛାଡ଼ିି ଦେବାର ଭୟ ଥାଏ। ତେଣୁ ପୂର୍ବରୁ ବାଇଶି ପାହାଚରେ ବଣ୍ଟା ଯାଉଥିବା ମହାପ୍ରସାଦ ପାଇ ଆମେ ଫେରିଥାଉ। ଟିକିଏ ମହାପ୍ରସାଦ ପାଇଲେ ମନ ଖୁସି ହୋଇଯାଏ। ପୂର୍ବରୁ ଏକାଧିକ ଥର ବାଇଶିପାହାଚରେ ବଣ୍ଟାଯାଉଥିବା ଅବଢା ପାଇଛି। ହେଲେ ଏବେ ଆଉ ତାହା ମିଳୁନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ବିଚାର କରି ଏହି ବ୍ୟବସ୍ଥା ପୁଣି ଆରମ୍ଭ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri