ଭଉଣୀ ଖୁସିଙ୍କ ସହ ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କଲେ ଜାନଭୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜର ଅଭିନୟ ସହିତ ଖୁବ୍‌ କମ ସମୟ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ହିନ୍ଦୀ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆରଙ୍କ ସହିତ ଫିଲ୍ମ ‘ ଏନ୍‌ଟିଆର-୩୦’ରେ ନଜର ଆସିବେ। ଇତି ମଧ୍ୟରେ ସୋମବାର ଜାନଭୀ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଉଭୟ ଭାରତୀୟ ପୋଷାକରେ ନଜର ଆସିଥିଲେ। ଯେଉଁଠାରେ ଜାନଭୀ ଗୋଲାପୀ ଏବଂ ହାଲୁକା ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ଖୁସିଙ୍କୁ ଲାଲ ଏବଂ ସବୁଜ ଲେହେଙ୍ଗାରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଯାହା ଭାଇରାଲ ହେଉଛି।

କାମ ବିଷୟରେ କହିବାକୁ ଗଲେ, ଜାନଭୀ ବର୍ତ୍ତମାନ ‘ ଏନ୍‌ଟିଆର-୩୦’ପାଇଁ ଶୁଟିଂ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କୋରତାଲା ସିଭା। ଏହାପୂର୍ବରୁ ଜାନଭୀ ଫିଲ୍ମ ‘ମିଲି’ରେ ନଜର ଆସିଥିଲେ। ଯେଉଁଥିରେ ତାଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୭ ବର୍ଷ ବିତିଲାଣି, ହେଲେ ବି ନବବିବାହିତାଙ୍କଠାରୁ କମ୍‌ ଲାଗନ୍ତି ନାହିଁ ଏହି ସେଲିବ୍ରିଟି ଯୋଡ଼ି

ବମ୍ବେ: ଟେଲି ପରଦାର ହିଟ୍‌ ଯୋଡ଼ି ମଧ୍ୟରୁ ରବି ଦୁବେ-ସରଗୁନ୍‌ ମେହେଟ୍ଟା ଅନ୍ୟତମ। ୧୨/୨୪ କରୋଲ ବାଗ୍‌ ଟେଲିଭିଜନ ଧାରାବାହିକ ସେଟ୍‌ରେ ସରଗୁନ୍‌ଙ୍କୁ ଭେଟିଥିଲେ ରବି।...

ପୁଅଙ୍କ ସହ ସୋନୁଙ୍କ ଓ୍ବର୍କଆଉଟ୍‌

ବମ୍ବେ: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ବାହାର ରାଜ୍ୟରେ ଫସି ରହିଥିବା...

ସନ୍ନି ଲିଓନିଙ୍କ ଘରେ ପଶିଗଲା ଅସରପା, ନିଜକୁ ରକ୍ଷା କରିବାକୁ ଯାଇ ହେଲା ଏମିତି ଅବସ୍ଥା

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହା ଇନଷ୍ଟାଗ୍ରାମରେ ଖୁବ ଭାଇରାଲ...

ଲିପ୍‌ ବାମ୍‌, ଫେସ୍‌ଓ୍ବାଶ ଓ ପରିଣିତି

ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ।...

ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର...

ଅନନ୍ୟାଙ୍କ ସହ ଆଗକୁ କାମ ନେଇ ଏମିତି କହିଲେ ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ। କେହି କେହି କହିଛନ୍ତି, ଏହି ଯୋଡି ଖୁବ୍‌ ସୁନ୍ଦର ।...

ଏବେ ଅଟୋରେ ଯିବା ଆସିବା କରୁଛନ୍ତି ରାକ୍ଷୀ ସାଓ୍ବନ୍ତ, ଡ୍ରାଇଭର ଟଙ୍କା ଚୋରି କରି ଫେରାର…

ମୁମ୍ବାଇ : ମନୋରଞ୍ଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପ୍ରାୟତଃ ପାପରାଜିରେ ସକ୍ରିୟ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଲୋକଙ୍କର ମନୋରଞ୍ଜନ କରିଥାନ୍ତି ।...

‘ମୁଁ କଙ୍ଗନାଙ୍କୁ ଦୁଇ ଚାପୁଡ଼ା ମାରିବାକୁ ଚାହୁଁଛି’

ମୁମ୍ବାଇ: କଙ୍ଗନାଙ୍କ ମନ୍ତବ୍ୟରେ ଜଣେ ଅଭିନେତ୍ରୀ ତାଙ୍କୁ ଚାପୁଡ଼ା ମାରିବା ପାଇଁ କହିଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ମୁଁ କଙ୍ଗନା ରାଣାଓ୍ବତଙ୍କୁ ଭେଟିବାକୁ ଚାହୁଁଛି। କାରଣ...

Advertisement
Archives

Model This Week