ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ବହୁତ୍‌ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକର ଉଦାସୀନତା ଲାଗି ପରକୁତ ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର ଖଲିଆପାଲି କୁଡ଼ାପଡ଼ାରେ।
ସୂଚନା ଅନ୍‌ସାରେ କୁଡ଼ାପଡ଼ାର ଭାଗୀରଥି ରଣା(୮୦) ଆର ତାକର ମାଏକିନା ନୁର ରଣା(୭୨)। ଦୁଇ ବୁଢ଼ାବୁଢ଼ି ଜୀବନ୍‌ର ଶେଷ୍‌ ମୁଡ଼ସାକେ ପୁହୁଁଚିଥିଲା ବେଲେ ଅଭାବ୍‌ ଅନାଟନ ଲାଗି ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ଜୀବନ୍‌ ବିତଉଛନ୍‌। ସେମାନର ୪ଟା ପୁଓ ଅଛନ୍‌, ହେଲେ ଅଧାରର ମା’ବାପ୍‌କେ କେହି ନାଇଁ ଗୁଚିରବାର। ଯେନ୍‌ଥିରଲାଗି ବୁଢ଼ାବୁଢ଼ି ନିଜର ଭାଏଗ୍‌କେ ଆଦ୍‌ରି ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌। ସରକାରକଁର ତରଫୁ ମିଲୁଥିବାର ୧୦ କେ.ଜି. ଚାଉଲ ଆର ବୁଢ଼ାବୁଢ଼ି ଭତା ତାକର ସାହାଭରସା। ଏହେଦେ ଭାଗୀରଥି ଖଟେ ପଡ଼ିଥିଲାବେଲେ ନୁର ଆପନେର ସେବାଯତନ କରବାର ସଂଗେ ନିଜେ ବଁଚ୍‌ବାର ରାହା ଖୁଜୁଛନ୍‌। ହେଲେ ଦୁଇ ବୁଢ଼ାବୁଢ଼ି ସବୁପରକାର ସରକାରୀ ଯୋଜନାର ଲାଗି ହକ୍‌ଦାର ଥିଲେ ବି ଆଏଜ୍‌ତକ୍‌ ପକାଘର ଖଁଡ଼େ ପାଏବାରୁ ବଁଚିତ ହେଇ ରହିଛନ୍‌। ବୁଢ଼ାବୁଢ଼ି ରହୁଥିବାର ଘରର ଅବସ୍‌ତା ଏନ୍‌ତା ଯେ, ଖରା, ବର୍ଷା, ଶୀତ, କାକରରେ ଘରେ ଥିଲେ ଯେନ୍‌ଟା ନାଇଁଥିଲେ ସେଟା। ଇଆଡ଼େ ସରକାର ଏସିସିସି ତାଲିକାରେ ନଁା ଥିବାର ଲୁକ୍‌କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକା ଘର ଯୁଗେଇ ଦେଉଛନ୍‌। ହେଲେ ତାଲିକାଟା ଏନ୍‌ତା ତିଆର ହେଇଛେ ଯେ, ବହୁତ୍‌ ଜାଗାରେ ଗୁଟେ ଘରର ୩ ଝନ୍‌କର ନଁା ଥିଲାବେଲେ ନିହାତି ଗରିବ୍‌ ଆର ହକ୍‌ଦାର ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛନ୍‌। ବୁଗବୁଗା ସରପଁଚ୍‌ ଆମର ଉପରେ କୁରପା କରି ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେଲେ ଆମେ ଧଏନ୍‌ ହେତୁଁ ବଲି ଦୁଇ ବୁଢ଼ାବୁଢ଼ି ଗଣମାଧ୍ୟମ ଆଘେ କହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ପୁଷ୍ପକାନ୍ତି ସେଠକୁଁ ପଚରାଲାରୁ ସେମାନକୁ ପକାଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମରାରେ ରେଳରୋକୋ: ଆରପିଏଫ୍‌ ପକ୍ଷରୁ କୁଚିଣ୍ଡା ବିଧାୟକଙ୍କୁ ସମନ

ସମ୍ବଲପୁର,୧୬।୧୦ (ବ୍ୟୁରୋ): ଫସଲ ବୀମା ଓ ବିଭିନ୍ନ ଦାବି ନେଇ ବାମରା ଷ୍ଟେଶନରେ ଚାଷୀମାନେ ରେଳରୋକୋ କରିଥିଲେ । ଏହାକୁ ନେଇ ବାମରା ରେଳ ଷ୍ଟେଶନ...

ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ଏକ୍ସ-ରେ ମେଶିନ୍‌ ଅଚଲ, ରୁଗୀ ବାରଦୁଆର

ଡୁଙ୍ଗୁରିପାଲି, ୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଲା ୨ ମାସ ହେଲା ଏକ୍ସ-ରେ ମେଶିନ ଅଚଲ ହେଇ ପଡ଼ିରହିଛେ। ଇଥିରଲାଗି ଥାନୀୟ...

୭କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେଢାଖୋଲ,୨୨।୭(ଡି.ଏନ୍‌.ଏ.): ରେଢ଼ାଖୋଲ କନ୍ଧରା ଗ୍ରାମରେ ଅବକାରି ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୭କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,...

ଏବେ ବି ଝିଅ ନିଖୋଜ

ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ...

ସାମ୍ପ୍ରଦାୟିକ ହିଂସା ଘଟଣାକୁ ମାସେ ପୂରିଲା

ସମ୍ବଲପୁର,୧୩।୫(ବ୍ୟୁରୋ):ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳା ଆକ୍ରମଣ ଭଳି ସାମ୍ପ୍ରଦାୟିକ ହିଂସା ଘଟଣାକୁ ଶୁକ୍ରବାର ଏକମାସ ପୂରିଛି।...

ଯାତ୍ରୀ ନାହାନ୍ତି, ତେଲ, ଡ୍ରାଇଭର ଖର୍ଚ୍ଚ ତୁଲାଇବୁ କେମିତି

କୁଚିଣ୍ଡା,୨ା୭: ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଗୁରୁବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହୋଇଛି ବସ୍‌ ସେବା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍‌

ସମ୍ବଲପୁର,୪।୮: ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍‌ ଶୁକ୍ରବାର ଖୋଲିଛି। ପୂର୍ବରୁ ୨ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ୫ଟି ଗେଟ ଖୋଲିବା...

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ...

Advertisement
Archives

Model This Week