ବ ଲି ଉ ଡ୍‌ ହା ଲ ଚା ଲ

*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ।

*‘ବଣ୍ଟି ଔର ବବଲି’ ସିକୁଏଲ୍‌ କାଷ୍ଟିଂରୁ ଅଭିଷେକ ବଚ୍ଚନ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୈଫ ଅଲ୍ଲୀ ଖଁାଙ୍କୁ ସାଇନ୍‌ କରାଯାଇଛି। ପ୍ରଥମେ ଏହି ଅଫରକୁ ସୈଫ ରେଡ୍‌ ସିଗନାଲ ଦେଖାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରାଜି ହୋଇଥିଲେ। ରାଣୀ ମୁଖାର୍ଜୀ ଫିମେଲ୍‌ ଲିଡ୍‌ରେ ଅଭିନୟ କରିବେ। ଫିଲ୍ମଟି ଆସନ୍ତାବର୍ଷ ଜାନୁୟାରୀ ୧୦ରେ ରିଲିଜ ହେବାର ଯୋଜନା ରହିଛିି।

*ବୋନି କପୁରଙ୍କର ନୂଆ ପ୍ରୋଜେକ୍ଟ ‘ନୋ ଏଣ୍ଟ୍ରି ମେନ୍‌ ଏଣ୍ଟ୍ରି’କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ସଲମାନ ଖଁା ଅଭିନୟ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସଲମାନ ଏ ନେଇ କିଛି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ତାଙ୍କୁ ରାଜି କରାଇବାକୁ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅଣ୍ଟା ଭିଡିଛନ୍ତି।

*ଇନ୍ଦ୍ର କୁମାର ଖୁବ୍‌ ଶୀଘ୍ର ଏକ କମେଡି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହାର ମୁଖ୍ୟ ଭୂମିକାରେ ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଅଭିନୟ କରିବେ।

*ଇମତିୟାଜ ଅଲ୍ଲୀ ଏବେ ଏକ ବାୟୋପିକ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ବଲିଉଡ୍‌ର ଅନ୍ୟତମ ନାମୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ସେ ଏହି ଫିଲ୍ମଟି ପ୍ରସ୍ତୁତ କରିବେ ବୋଲି ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟ୍ୟୁବ୍‌ ଚାନେଲ ଖୋଲିବେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚେଲର ସଲ୍‌ମାନ ଖାନ୍‌ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ...

ଧର୍ମ ପାଇଁ ଗୀତ ଗାଇବା ଛାଡ଼ିଦେଲେ ଏହି ଗାୟିକା

ପାକିସ୍ତାନର ସଙ୍ଗୀତ ଜଗତରେ ଏକ ଚକିତ ଖବର ଶୁଣିବାକୁ ମିଳିଛି। ସୁଫି ଗାୟିକା ଶାଜିୟା ଖୁସ୍‌କ ସଙ୍ଗୀତ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଦେଇଛନ୍ତି। ଆଉ...

ଲଣ୍ଡନ ଯିବେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏଥିପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି...

ପଞ୍ଚମଥର ବି ବଲିଉଡ୍‌ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ

ଲକ୍ଷ୍ନୌ,୩୧।୩: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା...

ଭାବପ୍ରବଣ ସୁନୀଲ

ସୁନୀଲ ଦତ୍ତ। ହିନ୍ଦୀ ସିନେମା ଜଗତର ଅନ୍ୟତମ ବର୍ଷୀୟାନ ଅଭିନେତା। ବେଶ୍‌ କେତୋଟି ହିଟ୍‌ ଫିଲ୍ମରେ ତାଙ୍କର ଡକାୟତ ଭୂମିକା ଏବେ ମଧ୍ୟ ଅନେକଙ୍କ ମନରେ...

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା...

କେଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର...

ଯଲିଉଡ୍‌ରେ ରତି-ପ୍ରମିଳାଙ୍କ ସଫଳ ଯାତ୍ରା

ଯୋଡ଼ି ଗଢ଼ିବା ମଣିଷ ହାତରେ ନ ଥାଏ। ଥାଏ ବିଧାତାଙ୍କ ହାତରେ। ସେଇଥିପାଇଁ ତ ବର୍ଷ ପରେ ବର୍ଷ ସିନା ବିତି ଯାଉଥାଏ। ହେଲେ ଯୋଡ଼ିର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *