Posted inଖେଳ

ବୟସ ଜାଲିଆତି: ରାଜେଶ, କ୍ରୀଷ୍ଣାଙ୍କୁ ବାସନ୍ଦ କଲା ବିସିସିଆଇ

କଟକ ଅଫିସ,୨ା୧୧-ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳି ବୟସ ଜାଲିଆତିରେ ଫସିଛନ୍ତି। ସେମାନେ ହେଲେ ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲାଇ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଉଭୟଙ୍କୁ ୨ବର୍ଷ ନିମନ୍ତେ ବାସନ୍ଦ କରାଯାଇଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି। କ୍ରୀଷ୍ଣା ଏବେ ରାଜ୍ୟ ୨୩ ବର୍ଷରୁ କମ୍‌ ପୁରୁଷ ଦଳ ସହିତ ଡେରାଡୁନରେ ଥିବା ବେଳେ ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ରାଜ୍ୟ ପୁରୁଷ ସିନିୟର ଦଳରେ ରାଜେଶ ସ୍ଥାନ ପାଇଛନ୍ତି। ସେ ୨୦୧୬ରେ ଏକ ବର୍ଷ ନିମନ୍ତେ ମଧ୍ୟ ବିସିସିଆଇ ଦ୍ୱାରା ବାସନ୍ଦ ହୋଇଥିଲେ। ଉଭୟ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ମେଳ ଖାଉ ନ ଥିବାରୁ ବାସନ୍ଦ ହୋଇଛନ୍ତି ବୋଲି ଓସିଏ ପକ୍ଷରୁ କୁହାଯାଇଛି ।
ଓଡ଼ିଶା କ୍ରିକେଟ ଖେଳାଳିଙ୍କ ଉପରେ ବହୁଦିନ ପରେ ପୁଣି ଥରେ ବୟସ ଜାଲିଆତିର ଦାଗ ଲାଗିଛି। ଗତ କିଛିଦିନ ତଳେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ରାଜେଶଙ୍କ ନାମରେ ଅଭିଯୋଗ ଉଠିଥିଲା । ରାଜେଶ ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ଓସିଏରେ ଦାଖଲ କରିଛନ୍ତି ବୋଲି ସଙ୍ଗଠନର ଆବାହକ ଆଇନଜୀବୀ ସୁବ୍ରତ କୁମାର ନନ୍ଦ କହିଥିଲେ। ଏ ସମ୍ପର୍କରେ ସଙ୍ଗଠନ ପକ୍ଷରୁ ବିସିସିଆଇ ନିକଟକୁ ମଧ୍ୟ ଏକ ଅଭିଯୋଗ ପତ୍ର ପଠାଯାଇଥିଲା। ଉଭୟ କ୍ରୀଷ୍ଣା ଓ ରାଜେଶ ପୂର୍ବରୁ ଯେଉଁ ଜନ୍ମ ପ୍ରମାଣପତ୍ର ଦାଖଲ କରିଛନ୍ତି ସେସବୁରେ ଭିନ୍ନତା ଆସୁଛି ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଡାହାଣହାତୀ ପେସ୍‌ ବୋଲର ରାଜେଶ ଗତ ୨୦୧୬ ମସିହାରେ ରାଜ୍ୟ ୧୯ ବର୍ଷରୁ କମ୍‌ ଦଳରେ ଥିବା ବେଳେ ବୟସ ଜାଲିଆତି ଅଭିଯୋଗରେ ଏକ ବର୍ଷ ବାସନ୍ଦ ହୋଇଥିଲେ। ସେହିବର୍ଷ ଓସିଏର ୧୯ଜଣ ଖେଳାଳିଙ୍କୁ ସମାନ ଅଭିଯୋଗରେ ବିସିସିଆଇ ଏକ ସଙ୍ଗରେ ବାସନ୍ଦ କରିଥିଲା। ଗତ ରଣ୍‌ଜୀ ସଂସ୍କରଣରେ ରାଜେଶ ସିନିୟର ଦଳରେ ପଦାର୍ପଣ କରିଥିଲେ। ଏବେ ସୁଦ୍ଧା ୯ଟି ପ୍ରଥମଶ୍ରେଣୀ, ୧୦ଟି ଲିଷ୍ଟ-ଏ ଓ ୭ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ରାଜେଶ। ଏହାଛଡ଼ା ୨୦୧୮ରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ସେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ରାଜ୍ୟ ସିନିୟର ଦଳରେ ରାଜେଶ ଜଣେ ନିର୍ଭରଯୋଗ୍ୟ ପେସ୍‌ ବୋଲର। ତାଙ୍କ ଘର ନୟାଗଡ଼ରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ କ୍ଲବ ପକ୍ଷରୁ ଖେଳୁଛନ୍ତି। ସେହିପରି ରାଉରକେଲାରେ ଜନ୍ମିତ କ୍ରୀଷ୍ଣା ଜଣେ ବାମହାତୀ ସ୍ପିନ ବୋଲର। ଗତବର୍ଷ ସିନିୟର ଦଳରେ ପଦାର୍ପଣ କରିଥିବା କ୍ରୀଷ୍ଣା ମାତ୍ର ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ୧୯ ବର୍ଷରୁ କମ୍‌ ଓ ୨୩ ବର୍ଷରୁ କମ୍‌ ଦଳରେ ସେ ରାଜ୍ୟର ଜଣେ ନିୟମିତ ଖେଳାଳି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri