Posted inଖେଳ

ବୟସ ଜାଲିଆତି: ଫସିବେ ୩ ଖେଳାଳି; ବିସିସିଆଇ, ସିବିଆଇରେ ଅଭିଯୋଗ

କଟକ ଅଫିସ, ୨୭ା୧୨- ରାଜ୍ୟର ତିନିଜଣ କ୍ରିକେଟ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ସିବିଆଇ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏଥିରେ ଜଣେ ୨୩ ବର୍ଷରୁ କମ୍‌ ଓ ୨ଜଣ ୧୯ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳି ଅଛନ୍ତି ବୋଲି ସଙ୍ଗଠନ ଆବାହକ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ସୂଚନା ଦେଇଛନ୍ତି।
ପୁଣିଥରେ ବୟସ ଜାଲିଆତିରେ ଫସିବାରେ ଲାଗିଛନ୍ତି ରାଜ୍ୟର ପ୍ରତିଭାବାନ୍‌ ଖେଳାଳି। ଗତ ୫ ତାରିଖରେ ବିସିସିଆଇ ରାଜ୍ୟର ୨ଜଣ ୨୩ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳିଙ୍କୁ ସ୍କାନରରେ ରଖିଥିଲା। କଟକ ମହାନଗର ନିଗମ(ସିଏମ୍‌ସି)ରେ ଏହି ଦୁଇ ଖେଳାଳିଙ୍କ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ଏମାନେ ଜାଲିଆତି କରିଥିବା ଜଣାପଡ଼ିଥିଲା। ଫଳସ୍ବରୂପ ଉକ୍ତ ଦୁଇ ଜଣଙ୍କୁ ୨ବର୍ଷ ଲେଖାଏ ବାସନ୍ଦ କରାଯାଇଛି। ଏବେ ପୁଣି ଅନ୍ୟ ୩ଜଣ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ୨୩ ବର୍ଷରୁ କମ୍‌ ବୟସ ବର୍ଗରେ ଜାଲିଆତି କରିଥିବା ଖେଳାଳି ଜଣଙ୍କ ହେଲେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଅଲ୍‌ରାଉଣ୍ଡର। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିକଟରେ ସେ ମିଥ୍ୟା ଜନ୍ମ ପ୍ରମାଣପତ୍ର ଦାଖଲ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଓସିଏରେ ଦାଖଲ ହୋଇଥିବା ପ୍ରମାଣପତ୍ରରେ ଜନ୍ମ ତାରିଖ ହେଉଛି ୧୯୯୮ ଡିସେମ୍ବର ୨। ହେଲେ ୧୯୯୭ ମସିହା ଜୁଲାଇ ୨୪ ତାରିଖରେ ଏହି ଖେଳାଳି ଜଣଙ୍କ କଟକ ଏସ୍‌ସିବି ମେଡିକାଲରେ ଜନ୍ମଲାଭ କରିଥିଲେ ବୋଲି ସିଏମ୍‌ସିର ଦସ୍ତାବିଜରେ ରହିଛି। ସିଏମ୍‌ସିର ଜନ୍ମ ପ୍ରମାଣପତ୍ର ତାଲିକାର ୧୯୯୭ ମସିହା ୭୨୧୧ ରେଜିଷ୍ଟ୍ରେଶନ ନମ୍ବରରେ ଖେଳାଳିଙ୍କ ରିପୋର୍ଟ ରଖାଯାଇଛି। ଖେଳାଳିଙ୍କ ଘର ବାଲେଶ୍ୱର ଜିଲାରେ। ବୟସ ଜାଲିଆତି କରିଥିବା ଅନ୍ୟ ଦୁଇ ୧୯ ବର୍ଷରୁ କମ୍‌ ଖେଳାଳିଙ୍କ ନାମରେ ମଧ୍ୟ ସଙ୍ଗଠନ ପକ୍ଷରୁ ସମାନ ଅଭିଯୋଗ ରହିଛି। ସଙ୍ଗଠନ ଆବାହକ ନନ୍ଦଙ୍କ ଅଭିଯୋଗ ଅନୁଯାୟୀ, ରିପୋର୍ଟରେ ସତ୍ୟାସତ୍ୟ ରହିଛି। ବିସିସିଆଇ ଓ ସିବିଆଇ ଏ ଦିଗରେ ଧ୍ୟାନ ଦେବାକୁ ଆମେ ନିବେଦନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri