ବ୍ୟସ୍ତବହୁଳ ସଡ଼କରେ ଝାଡ଼ଖଣ୍ଡୀ ହାତୀପଲ ଆତଙ୍କ: ରାସ୍ତାପାର୍ଶ୍ୱ ବୁଦା ସଫା କରିବାକୁ ଦାବି

ଭାପୁର, ୨୧।୭(ଡି.ଏନ.ଏ.) – ଢେଙ୍କାନାଳ ସଦର ଏବଂ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ବ୍ୟସ୍ତବହୁଳ ରାସ୍ତାରେ ହାତୀଙ୍କ ବିଚରଣ ପଥଚାରୀଙ୍କ ଜୀବନକୁ ବିପଦରେ ପକାଉଛି। ରାସ୍ତା ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘଞ୍ଚ ବୁଦା ଆଢୁଆଳରେ ରହୁଥିବା ହାତୀ ହଠାତ୍‌ ପଦାକୁ ବାହାରି ଆକ୍ରମଣ କରୁଛନ୍ତି। ଏହାକୁ ନେଇ ମହୁଲପୁଞ୍ଜି-ଟେଣୁଆ ଏବଂ ଘଟିପିରି-କଳାଙ୍ଗ ରାସ୍ତାରେ ଦିନବେଳା ବି ଯାତାୟାତ କରିବାକୁ ଲୋକମାନେ ଭୟ କରୁଛନ୍ତି।
ପ୍ରତିବର୍ଷ ବଡ଼ମ୍ବା ସଂରକ୍ଷିତ ଜଙ୍ଗଲରୁ ହାତୀପଲ କଳାଙ୍ଗ ଅଞ୍ଚଳକୁ ଆସି ବର୍ଷା ଆରମ୍ଭ ହେଲେ ଫେରିଯାଇଥାନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଉକ୍ତ ହାତୀପଲକୁ ଆଉ ଦେଖିବାକୁ ମିଳୁନାହିଁ। ସେମାନେ ନିଜ ଆବାସସ୍ଥଳୀକୁ ଫେରି ଯାଇଥିବା ଅନୁମାନ କରାଯାଉଛି। ହେଲେ ଏବେ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛନ୍ତି ୭୦ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀ। ସେମାନେ ଏବେ ସୁଦ୍ଧା ସ୍ଥାନ ପରିବର୍ତ୍ତନ କରିନାହାନ୍ତି। ଉକ୍ତ ହାତୀପଲ ମହୁଲପୁଞ୍ଜି-ଟେଣୁଆ ଏବଂ ଘଟିପିରି-କଳାଙ୍ଗ ରାସ୍ତା ମଧ୍ୟରେ ଦିନବେଳା ପାର୍‌ ହେଉଛନ୍ତି। ରାସ୍ତାକଡ଼ରେ ବଢ଼ିଥିବା ଗୁଳ୍ମଜାତୀୟ ଗଛ ସେମାନଙ୍କ ଖାଦ୍ୟାଭାବ ଦୂର କରୁଛି। ଦୀର୍ଘସମୟ ଯାଏ ସେମାନେ ରାସ୍ତାପାର୍ଶ୍ୱରେ ଛିଡ଼ାହୋଇ ଡାଳ ଭାଙ୍ଗି ଖାଉଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଅନେକ ସମୟରେ ରାସ୍ତା ଉପରକୁ ମାଡ଼ି ଆସିଥିବା ଲଟାବୁଦା ଯୋଗୁ ହାତୀଙ୍କ ଉପସ୍ଥିତି ଜାଣିବା ସମ୍ଭବ ହେଉନାହିଁ। ଏହି କାରଣରୁ ଓସ୍ତପାଳ ଏବଂ ହରିଡ଼ାପଶି ଗ୍ରାମର ୨ଜଣ ବ୍ୟକ୍ତି ଦୁଇମାସ ମଧ୍ୟରେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ପଲରେ ଥିବା କେତୋଟି ଦନ୍ତା ଅତ୍ୟଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ ଭୟ ଆତଙ୍କ ଭିତରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ବନ ବିଭାଗ ଅଧୀନରେ ଥିବା ମହୁଲପୁଞ୍ଜି-ଟେଣୁଆ ରାସ୍ତା ପାର୍ଶ୍ୱର ବୁଦା ସଫା କରିବାକୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି।
ଏ ନେଇ ଭାପୁର ବନପାଳ ପ୍ରଭାକର ରଣା କୁହନ୍ତି, ରାସ୍ତା ସଫା କରିବାକୁ ବିଭାଗୀୟ ନିର୍ଦ୍ଦେଶ ନାହିଁ। ହାତୀ ଉପଦ୍ରବ ସମ୍ପର୍କରେ ଅଧିକାରୀଙ୍କୁ ଜଣାଇବୁ। ଉପରୁ ନିର୍ଦ୍ଦେଶ ଆସିବାପରେ ତଦନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଘଟିପିରି-କଳାଙ୍ଗ ରାସ୍ତାପାର୍ଶ୍ୱ ସଫେଇ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଉଦୟନାଥ ଖଟୁଆ କୁହନ୍ତି, ଲଟାବୁଦା ସଫା କରିବାକୁ ବନ ବିଭାଗର ଅନୁମତି ଲୋଡ଼ା। ଏଥିଲାଗି ନିବେଦନ କରାଯାଇଛି। ନିର୍ଦ୍ଦେଶ ମିଳିଲେ ସଫେଇ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri