ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡର ରହସ୍ୟ ମଙ୍ଗଳବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ତାଙ୍କ ପୁଅ ଅନୁଜ କୁମାର ଚୌଧୁରୀ ଓରଫ୍‌ ଗୁଡୁଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ବାଲିଆପାଳରୁ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଗୁଡୁ ଓ ଅନ୍ୟ ଜଣଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି। ଏ ସମ୍ପର୍କରେ ବସ୍ତା ଏସ୍‌ଡ଼ିପିଓ ଓ ବାଲିଆପାଳ ଆଇଆଇସି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ ରାକେଶ ଚୌଧୁରୀ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାର ମୂଳ ବାସିନ୍ଦା। ସେ ୨୦୦୬ରେ ଟାଙ୍ଗରପିଟା ଗ୍ରାମର ଆରତୀଙ୍କୁ ଦ୍ୱିତୀୟ ବିବାହ କରି ୨୦୧୩ରୁ ରହି ଆସୁଥିଲେ। ଏଠାରେ ସେ କ୍ଷୀର ବ୍ୟବସାୟ କରୁଥିଲେ। ରାକେଶ ଉତ୍ତରପ୍ରଦେଶରେ ନିଜ ନାମରେ ଥିବା ଜମିବାଡି ବିକ୍ରି କରି ପ୍ରାୟ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଏଠାକୁ ଆସିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ଏବଂ ପିଲା ଛୁଆଙ୍କ କଥା କିଛି ବୁଝୁ ନ ଥିଲେ କିମ୍ବା ଜମିବାଡ଼ି ବିକ୍ରି କରିଥିବା ଟଙ୍କାରୁ କିଛି ଅଂଶ ମଧ୍ୟ ଦେଇ ନ ଥିଲେ। ଏଥିରେ ରାକେଶଙ୍କର ପ୍ରଥମ ସ୍ତ୍ରୀଙ୍କ ପୁଅ ଗୁଡୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ଯୋଜନା କରିଥିଲେ। ଗୁଡୁ ତାଙ୍କ ସହଯୋଗୀ ରାଜସ୍ଥାନର ପ୍ରବୀନ ଅଗ୍ରୱାଲ ଏବଂ ବୁଲନ୍ଦସହରର ଯଶରାଜ ଚୌଧୁରୀଙ୍କ ସହ ଏକ କାରରେ ବାଲିଆପାଳ ଆସି ବିଭିନ୍ନ ଲଜ୍‌ରେ ରହି ହତ୍ୟା ପାଇଁ ଯୋଜନା କରିଥିଲେ। ଗତ ମାସ ୨୫ ତାରିଖ ସନ୍ଧ୍ୟାରେ ସେମାନେ ଟାଙ୍ଗରପିଟା ନିକଟରେ ଅପେକ୍ଷା କରି ରହିଥିଲେ। ଯେତେବେଳେ ରାକେଶ ବାଇକ୍‌ରେ କ୍ଷୀର ଦେଇ ଘରକୁ ଫେରୁଥିଲେ ସେମାନେ ତାଙ୍କୁ ରାସ୍ତାରେ ଅଟକାଇ ପୁଅ ଗୁଡୁ ରାକେଶଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେମାନେ କାର୍‌ରେ ଫେରାର ହୋଇଯାଇଥିଲେ। ବାଲିଆପାଳ ପୋଲିସ ଏକ ମାମଲା (ନଂ.୧୧୭/୧୯) ରୁଜୁ କରି ତଦନ୍ତ କରୁଥିଲା। ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଉତ୍ତରପ୍ରଦେଶ ଯାଇ ଗୁଡୁଙ୍କ ସହଯୋଗୀ ପ୍ରବୀନ୍‌ ଅଗ୍ରୱାଲଙ୍କୁ ଗିରଫ କରିଥିଲେ। ଏହାପୂର୍ବରୁ ଉତ୍ତରପ୍ରଦେଶ ଜାହାଙ୍ଗିରପୁର ଥାନାଧିକାରୀ ପୁଅ ଗୁଡୁ ଏବଂ ଯଶରାଜଙ୍କୁ ଗତ ୨୩ତାରିଖରେ ଗିରଫ କରିବା ସହିତ ସେମାନେ ବ୍ୟବହାର କରିଥିବା ବନ୍ଧୁକକୁ ଜବତ କରିଥିଲେ। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଗୁଡୁ ଏବଂ ଯଶରାଜଙ୍କୁ ରିମାଣ୍ଡରେ ଆଣିବା ପାଇଁ ଖୁବଶୀଘ୍ର ବାଲିଆପାଳ ପୋଲିସର ଏକ ଦଳ ଉତ୍ତରପ୍ରଦେଶ ଯିବ ବୋଲି ଏସ୍‌ଡ଼ିପିଓ ରଣଜିତ ପୃଷ୍ଟି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri