ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ବେଳେ ସିରିଜ ଦୁର୍ଘଟଣା: ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀ ଫେରାର; ୨ କାର୍‌, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୮।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ସିଆର୍‌ପି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। କେତେଜଣ ଦୁର୍ବୃତ୍ତ ଦୁଇଟି କାର୍‌ରେ ବ୍ୟବସାୟୀଙ୍କୁ ଅପହରଣ କରି ନେଉଥିବା ବେଳେ ବାଣୀବିହାର ଓଭରବ୍ରିଜ ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାରେ ପୋଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ କାର୍‌ ଛାଡ଼ି ଫେରାର ହୋଇଯାଇଥିଲେ। ମାତ୍ର ପୋଲିସ ବ୍ୟବସାୟୀ ଶିବ ଶୁନ୍ଦର ଦାସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ଏଥିସହ ଦୁର୍ବୃତ୍ତ ଛାଡ଼ି ପଳାଇଥିବା ଗାଡ଼ିଗୁଡ଼ିକୁ ଜବତ କରିଥିଲା। ସେଥିରୁ ୨ଟି ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ଶିବ ସୁନ୍ଦର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ବ୍ୟବସାୟୀକ ଶତ୍ରୁତାକୁ ନେଇ ଶିବ ସୁନ୍ଦର ଓ ତାଙ୍କର ଜଣେ ସମ୍ପର୍କୀୟଙ୍କ ମଧ୍ୟରେ କିଛି ଦିନ ଧରି ତିକ୍ତତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘର ସମ୍ମୁଖରୁ ଶିବ ସୁନ୍ଦରଙ୍କୁ ଜୋର ଜବରଦସ୍ତ କାର୍‌ରେ ପୂରାଇ ଅପହରଣ କରି ନେଉଥିଲେ। ମାତ୍ର ବାଣୀବିହାର ଓଭରବ୍ରିଜ୍‌ ଉପରେ ପିସିଆର୍‌ ଭ୍ୟାନ ଛିଡ଼ା ହୋଇଥିବା ଦେଖି ସେମାନେ ଗାଡ଼ିର ବେଗ ବଢ଼ାଇଥିଲେ। ଫଳରେ ସେଠାରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅପହରଣକାରୀ ସେଠାରୁ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜଧାନୀରେ ୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୬...

ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ପୃଥକ୍‌ ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କର ଜୀବନ ଯାଇଛି। ଗୋଟିଏ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକରେ...

ସୁସ୍ଥ ହେଲେ ୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୩ : ରାଜ୍ୟରେ ମଙ୍ଗଳବାର ୬୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୭୯୬ରେ...

ଏଥର ଗୋଟିଏ ଦିନରେ ବାହୁଡ଼ା, ହରିଶୟନ ଏକାଦଶୀ : ଶୁକ୍ରବାରଠାରୁ ୪ ମାସ ଶୋଇବେ ଠାକୁର

ପୁରୀ ଅଫିସ,୧୨।୭ : ପ୍ରାୟ ପ୍ରତିବର୍ଷ ବାହୁଡ଼ା ଦଶମୀ ପରଦିନ ହରିଶୟନ ଏକାଦଶୀ ପଡ଼ିଥାଏ। ହରିଶୟନ ଏକାଦଶୀଠାରୁ ଠାକୁର ଶୟନ କରିଥାନ୍ତି। ତେବେ ଏଥର ତିଥି...

ଇତିହାସର ମୂକସାକ୍ଷୀ – ବିଜୁଙ୍କ ଡାକୋଟା

ସେ ଥିଲେ ଜଣେ ସ୍ବପ୍ନିଳ ମଣିଷ I ପୁଞ୍ଜିପତିର ସ୍ବପ୍ନ, ରାଜନୀତିର ସ୍ବପ୍ନ, ଦୁର୍ଦ୍ଧର୍ଷ ପାଇଲଟ ହେବାର ସ୍ବପ୍ନ ଭିତରେ ଅପୂର୍ବ ସମନ୍ବୟ ଘଟିଥିଲା ପୂର୍ବତନ...

ଅଧା ବାଟରେ ଏମ୍‌ଡିଏମ୍‌ ଚାଉଳ ହଡ଼ପ

ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୩୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୪,୭୫୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଚାଷଜମିରେ ମାଡ଼ିଲା ବିଷାକ୍ତ ତରଳ ପଦାର୍ଥ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଠେଲକୋଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ (ଭୁଷଣ) କମ୍ପାନୀରେ ଗୁରୁବାର ରାତିରେ ଅଘଟଣ ଘଟିଛି। ବାଉଣ୍ଡରି କାନ୍ଥ ଭୁଶୁଡି କାରଖାନାର ସ୍ଲରିପଣ୍ଡରୁ ବିଷାକ୍ତ ଲୌହମିଶ୍ରିତ...

Advertisement
Archives

Model This Week