Posted inଫୁରସତ

ବ୍ୟକ୍ତିତ୍ୱ: ଲେଖିକା ନାଓମି କ୍ଲେନ୍‌

ନାଓମି କ୍ଲେନ୍‌। ଏକାଧାରରେ ସେ ଜଣେ ଲେଖିକା, ସମାଜସେବୀ, ଚଳଚ୍ଚିତ୍ର ପ୍ରଯୋଜିକା। ଏତଦ୍‌ବ୍ୟତୀତ, ସାମ୍ବାଦିକତା ତଥା ସମୀକ୍ଷା ଜଗତରେ ମଧ୍ୟ ତାଙ୍କର ରହିଛି ଅମ୍ଳାନ ସ୍ବାକ୍ଷର। ବିଶେଷକରି, ରାଜନୀତି ତଥା ଅର୍ଥନୀତିର ସମୀକ୍ଷା କରିବାରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସାମ୍ପ୍ରତିକ ସମୟରେ ବିଶ୍ୱସ୍ତରରେ ଯେଉଁଭଳି ଭାବରେ ପୁଞ୍ଜିବାଦ ତା’ର କାୟା ବିସ୍ତାର କରି ଚାଲିଛି ତାହାକୁ ସେ କଠୋର ଭାବରେ ସମାଲୋଚନା କରିଛନ୍ତି। ଆଉ ଏହି ସମାଲୋଚନା ହିଁ ତାଙ୍କୁ ବିଶ୍ୱବ୍ୟାପୀ ପରିିଚିତି ଆଣିଦେଇଛି। କାନାଡ଼ାର ଏହି ଲେଖିକା ଜଣକ ମଧ୍ୟ ଅଧ୍ୟାପନାରେ ରୁଚି ରଖନ୍ତି। ସେ କିଛିଦିନ ରୁଜର ୟୁନିଭର୍ସିଟିର ଫେମିନିଜମ୍‌ ଷ୍ଟଡିଜ୍‌ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ। କ୍ଲେନ୍‌ଙ୍କୁ ଅନ୍ତର୍ଜାତୀୟ ସଫଳତା ଆଣିଦେଇଥିଲା ତାଙ୍କର ପୁସ୍ତକ ‘ନୋ ଲୋଗୋ’। ସେହିଭଳି ପ୍ରାମାଣିକ ଚଳଚ୍ଚିତ୍ର ‘ ଦି ଟେକ୍‌’ ମଧ୍ୟ ତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇପାରିଥିଲା। ଡକ୍ୟୁମେଣ୍ଟାରି ଫିଲ୍ମ ‘ଦି ଟେକ୍‌’କୁ ସେ ଲେଖିଥିଲେ ଆଉ ତାଙ୍କର ସ୍ବାମୀ ଆଭି ଲିଓ୍ବିସ୍‌ ନିର୍ଦ୍ଦେଶନା ଦେଇଥିଲେ। କାରଖାନା ଉପରେ ଆର୍ଜେଣ୍ଟିନାର ଅଧିକାର ହସ୍ତକ୍ଷେପକୁ ନେଇ ପ୍ରସ୍ତୁତ ହୋଇଥିଲା ଏହି ଡକୁମେଣ୍ଟାରି ଫିଲ୍ମ। ତାଙ୍କର ଆଉ ଏକ ପ୍ରସିଦ୍ଧ ପୁସ୍ତକ ହେଉଛି ‘ଦି ସକ୍‌ ଡକ୍‌ଟ୍ରିନ୍‌’। ଏହି ବହିର ପ୍ରକାଶକାଳ ୨୦୦୭। ଅର୍ଥନୈତିକ ଉଦାରୀକରଣର ପୃଷ୍ଠଭୂମିରେ ଏହି ପୁସ୍ତକ ରଚିତ। ଏହାକୁ ନେଇ ମଧ୍ୟ ୬ ମିନିଟ୍‌ର ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି। ପୁସ୍ତକ ରଚନା, ଅଧ୍ୟାପନା, ସାମ୍ବାଦିକତା ବ୍ୟତୀତ କ୍ଲେନ୍‌ ହେଉଛନ୍ତି ଜଣେ ପରିବେଶ କର୍ମୀ। ସାମ୍ପ୍ରତିକ ସ୍ଥିତିରେ ପରିବେଶର ସ୍ବାସ୍ଥ୍ୟ ଯେଭଳି ଭାବରେ ହାନି ଘଟୁଛି ତାହା ଯେ ବିଶ୍ୱକୁ ଧ୍ୱଂସ କରିଦେବ ଏକଥା ହୃଦୟଙ୍ଗମ କରି କ୍ଲେନ୍‌ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ଚାଲିଛନ୍ତି। ସେଥିଲାଗି ତାଙ୍କୁ ୨୦୧୬ ମସିହାରେ ସିଡନୀ ପିସ୍‌ ପ୍ରାଇଜ୍‌ ପ୍ରଦାନ କରାଯାଇଛି।

ପାରିବାରିକ ଜୀବନ: ନାଓମି କ୍ଲେନ୍‌ କାନାଡ଼ାର ମଣ୍ଟ୍ରିଲଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ଏକ ଇହୁଦୀ ପରିବାର ଥିଲା। ତାଙ୍କର ପୂର୍ବପୁରୁଷମାନେ ଧର୍ମକୁ ନେଇ ଖୁବ୍‌ ସ୍ପର୍ଶକାତର ଥିଲେ। ଏହାସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ସମାଜସେବୀ ଓ ସମାଜ ସଂସ୍କାରକ। ବଂଶାନୁକ୍ରମିକ ଭାବରେ ଏହି ସମାଜସେବୀ ଓ ସମାଜ ସଂସ୍କାରକ ଗୁଣଟି ନାଓମିଙ୍କ ନିକଟକୁ ଆସିଥିବା ଅନୁମାନ କରାଯାଏ। ନାଓମିଙ୍କର ବାପା ଓ ମାଆ ଆତ୍ମଘୋଷିତ ‘ହିପ୍ପି’ଥିଲେ। ସେଥିଲାଗି ସେମାନେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ। ସେମାନେ ସ୍ବଭାବତଃ ହିପ୍ପି ହୋଇଥିବା କାରଣରୁ କିଛିଦିନ ପରେ ସେମାନଙ୍କୁ କାନାଡ଼ା ଆଉ ଭଲଲାଗିଲା ନାହିଁ। ସେତିକିବେଳେ ଭିଏତ୍‌ନାମ ଓ୍ବାର ଚାଲିଥାଏ। ସେମାନେ ମଣ୍ଟ୍ରିଲ୍‌ରୁ ଆମେରିକା ଚାଲିଆସିଲେ। ନାଓମି କ୍ଲେନ୍‌ଙ୍କ ମାଆ ଥିଲେ ଜଣେ ଡକ୍ୟୁମେଣ୍ଟାରି ଫିଲ୍ମ ମେକର। ତାଙ୍କର ନାମ ବନିସେର କ୍ଲେନ୍‌। ଆଣ୍ଟି-ପର୍ନୋଗ୍ରାଫି ଫିଲ୍ମ ‘ନଟ୍‌ ଏ ଲଭ୍‌ ଷ୍ଟୋରି’ ପାଇଁ ତାଙ୍କୁ ବନିସେର କ୍ଲେନ୍‌ଙ୍କୁ ସ୍ମରଣ କରାଯାଇଥାଏ। ତାଙ୍କ ବାପାଙ୍କ ନାମ ମାଇକେଲ କ୍ଲେନ୍‌। ସେ ଜଣେ ଡାକ୍ତର ଥିଲେ।

ଶପିଂମଲ ଗର୍ଲ : ପିଲାବେଳେ ନାଓମି କ୍ଲେନ୍‌ ଫ୍ୟାଶନ୍‌ରେ ଖୁବ୍‌ ରୁଚି ରଖୁଥିଲେ। ଆଜି ବିଶ୍ୱ ତାଙ୍କୁ ଜଣେ ଲେଖିକା ଭାବରେ ଜାଣେ। ହେଲେ ଦିନ ଥିଲା ସେ ବହି ଦେଖିଲେ ବାରହାତ ଦୂରରେ ଯାଇ ବସୁଥିଲେ। ତାଙ୍କର ଜଣେ ସମ୍ପର୍କୀୟ ଏକ ଡ୍ରେସ୍‌ ଦୋକାନ କରିଥିଲେ। ନାଓମି ସବୁବେଳେ ଯାଇ ସେ ଦୋକାନରେ ବସୁଥିଲେ। ଆଉ ଭଲଭଲ ଡ୍ରେସ୍‌ସବୁକୁ ଆଖି ପୂରେଇ ଦେଖୁଥିଲେ। ଏକ ଇଣ୍ଟରଭିୟୁ ଦବା ଅବସରରେ ନାଓମି ଏକଦା କହିଥିଲେ ଯେ, ସେ ପିଲାବେଳେ ଜଣେ ଶପିଂମଲ୍‌ ଗର୍ଲ ଥିଲେ। ତାଙ୍କ ପରିବାରର ଲୋକମାନେ ତାଙ୍କୁ ସେହିପରି ଏକ ନାମରେ ସମ୍ବୋଧନ କରୁଥିଲେ। ଏବେ ମଧ୍ୟ ତାଙ୍କ ରୁଚି ବଦଳିନାହିଁ। ଡ୍ରେସ୍‌ ଦୋକାନକୁ ପଶିବା ମାତ୍ରେ ତାଙ୍କ ଭିତରେ ସେଇ ପିଲାବେଳର ସ୍ମୃତି ଜାଗରୁକ ହୋଇ ଉଠିଥାଏ। ଯା’ହେଉ ତାଙ୍କର ପିଲାବେଳଟି ଭାରି ସ୍ମୃତିବହୁଳ ଓ ମଜାଦାର ଥିଲା ବୋଲି ନାଓମି ଅନେକ ସ୍ଥାନରେ ଉଲ୍ଲେଖ କରିଛନ୍ତି।
ନୋ ଲୋଗୋ: ନାଓମିଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ହେଉଛି ‘ନୋ ଲୋଗୋ’। ଏହି ବହିଟି ତାଙ୍କୁ ବିଶ୍ୱବ୍ୟାପୀ ସଫଳତା ଆଣି ଦେଇଥିଲା। ନିୟୁତ ନିୟୁତ ସଂଖ୍ୟାରେ ବିକ୍ରିହେବା ସହିତ ପ୍ରାୟ ୨୮ଟି ଭାଷାରେ ଏହା ଅନୂଦିତ ହୋଇଥିଲା। ବିଶ୍ୱରେ ଦିନକୁଦିନ କନ୍‌ଜ୍ୟୁମର କଲଚର ବା ଖାଉଟି ସଂସ୍କୃତି ବୃଦ୍ଧି ଘଟଣାକୁ ଉପଜୀବ୍ୟ କରି ଏହି ପୁସ୍ତକଟିର ରଚନା କରିଥିଲେ ନାଓମି। ଖାଉଟି ସଂସ୍କୃତି ବଢ଼ିବା ଫଳରେ କର୍ପୋରେଟ୍‌ମାନେ ଦିନକୁଦିନ ସବଳ ହେଉଥିଲେ। ବିଶ୍ୱର ସବୁଆଡ଼େ ଲୋକମାନଙ୍କୁ ପରୋକ୍ଷ ଶୋଷଣ କରିବା ଆରମ୍ଭ ହୋଇଗଲା। ଦିନକୁଦିନ ନୂଆନୂଆ ଉତ୍ପାଦ ବଜାରକୁ ଛାଡ଼ିବା ଆଳରେ ଖାଉଟିମାନଙ୍କ ମଧ୍ୟରେ ବିଳାସୀ ଜିନିଷ କିଣିବାର ଭୋକକୁ ବଢ଼େଇ ଚାଲିଲେ କର୍ପୋରେଟ୍‌ମାନେ। ଫଳ ହେଲା ଏଇଆ ଯେ, ଗୋଟିଏ ଗୋଷ୍ଠୀ କିଣିକିଣି କାଙ୍ଗାଳ ହେଉଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ସେମାନଙ୍କଠାରୁ ଅର୍ଥ ଶୋଷଣ କରି ମାଲାମାଲ ହେଉଥିଲେ। ଏହା ଥିଲା ପୁସ୍ତକ ‘ନୋ ଲୋଗୋ’ର ସଂକ୍ଷିପ୍ତ ସାରକଥା। ପୁସ୍ତକଟି ସଚେତନ ସମାଲୋଚକମାନଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ଉଦାରୀକରଣ ଆଉ ବଜାରୀକରଣ ଯେ କ୍ରମଶଃ ସମଗ୍ର ମାନବ ସଭ୍ୟତାକୁ ଗ୍ରାସ କରି ଚାଲିଛି ତାହା ଅତି ସ୍ପଷ୍ଟ ଭାବରେ ଏହି ବହିରେ ନାଓମି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri