ବ୍ଲାକ୍‌ଲିଷ୍ଟରେ ପାକିସ୍ତାନ

ଇସଲାମାବାଦ,୨୩।୮: ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ପାକିସ୍ତାନ ଓ ତା’ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ଶେଷରେ ପାକିସ୍ତାନକୁ ବ୍ଲାକ୍‌ଲିଷ୍ଟରେ ପକାଇ ଦେଇଛି। ଭାରତ କିଛି ବର୍ଷ ପୂର୍ବରୁ ପାକିସ୍ତାନକୁ ଏହି ବ୍ଲାକ୍‌ଲିଷ୍ଟରେ ପକାଇବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏହା ପାକିସ୍ତାନକୁ ଝଟ୍‌କା ଲାଗିବା ସହ ଭାରତକୁ ଆଶ୍ୱସ୍ତି ଦେଇଛି। ଭାରତର ଅଭିଯୋଗ ପାଇଁ ହିଁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା। ଏହାର ଅର୍ଥ ଥିଲା ପାକିସ୍ତାନକୁ ସୁଧୁରିଯିବାକୁ ସମୟ ଦିଆଯାଇଥିଲା। ହେଲେ ଏବେ ତାକୁ ଏଫ୍‌ଏଟିଏଫ୍‌ ଗ୍ରୁପ୍‌ ବ୍ଲାକ୍‌ଲିଷ୍ଟରେ ପକାଇ ଦେଇଛନ୍ତି। ଆସନ୍ତା ଅକ୍ଟୋବର ସୁଦ୍ଧା ଯଦି ପାକିସ୍ତାନ ନ ସୁଧୁରି ଯାଏ ତେବେ ତାକୁ ସମ୍ପୂର୍ଣ୍ଣ ରୂପେ ବ୍ଲାକ୍‌ ଲିଷ୍ଟରେ ପକାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ତାକୁ ଏଫ୍‌ଏଟିଏଫ୍‌ ବ୍ଲାକ ଲିଷ୍ଟରେ ରଖିଥିବା ପ୍ରକାଶ କରିଛି। ମନି ଲଣ୍ଡରିଂ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗକୁ ନେଇ ଥିବା ୪୦ଟି ପାରାମିଟର ମଧ୍ୟରୁ ୩୨ଟିରେ ଅସଫଳ ହୋଇଥିଲା ପାକିସ୍ତାନ। ଯେଉଁଥିପାଇଁ ଆଜି ଏଫ୍‌ଏଟିଏଫ୍‌ ତାକୁ ବ୍ଲାକ୍‌ଲିଷ୍ଟ ତାଲିକାରେ ଅନ୍ତର୍ଭୁକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାକା କାଫେରେ ଆତଙ୍କବାଦୀ ଆକ୍ରମଣ ମାମଲା: ୭ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଢାକା,୨୭।୧୧:  ବାଂଲାଦେଶ ରାଜଧାନୀ ଢାକା କାଫେରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ସ୍ଥାନୀୟ କୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ଆକ୍ରମଣରେ ସଂମ୍ପୃକ୍ତ ଥିବା...

ଆତଙ୍କବାଦୀ ଡ୍ରେସ୍‌ରେ ଆମେରିକା ରାଷ୍ଟ୍ରପତି

ନ୍ୟୁୟର୍କ,୧୭।୯: ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ସୈନ୍ୟ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଏକ...

ଆଣବିକ ଯୁଦ୍ଧ ଆଶଙ୍କା, ଲୋକଙ୍କୁ ଆୟୋଡ଼ିନ ବଟିକା ବାଣ୍ଟିବ ରୋମାନିଆ…

ବୁଖାରେଷ୍ଟ, ୭।୪ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଆକ୍ରମଣର ଧମକ ଦେଇଛନ୍ତି। ପୁଟିନଙ୍କ ଧମକ...

ଆଲିଙ୍ଗନ ଦୃଶ୍ୟ ଉପରେ କଟକଣା

ଟିଭିରେ ଆଲିଙ୍ଗନ, ବୋଲ୍ଡ ସିନ୍‌ ଦେଖାଯିବା ଉପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ନିୟନ୍ତ୍ରକ କର୍ତ୍ତୃପକ୍ଷ(ପିଇଏମ୍‌ଆର୍‌ଏ) କଟକଣା ଲଗାଇଛି। ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକୁ ଏ ବାବଦରେ ନୋଟିସ୍‌...

ୱାଶିଂଟନ ପହଞ୍ଚିଲେ ମୋଦି, ସ୍ୱାଗତ କଲେ ପ୍ରବାସୀ ଭାରତୀୟ

ୱାଶିଂଟନ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚି ସାରିଛନ୍ତି । ବୁଧବାର ସେ ତାଙ୍କର ଗସ୍ତ ଆରମ୍ଭ...

କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ହଜାରେ ଲୋକଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କ ଘଟିଥାଏ ମୃତ୍ୟୁ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୬।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ତେବେ...

ବାଂଲାଦେଶ ଶହୀଦ ସ୍ମାରକରେ ପହଞ୍ଚିଲେ ମୋଦି: କଲେ ଚାରା ରୋପଣ

ଢାକା,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। କରୋନା ଆରମ୍ଭ ହେବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ସେ...

ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ...

Advertisement
Archives

Model This Week