ବ୍ଲକ ସ୍ଥାୟୀ ଶିକ୍ଷା କମିଟି ବିଦ୍ୟାଳୟ ପରିଦର୍ଶନ କଲେ; ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବୁଝିଲେ

ନୂଆପଡା ଅଫିସ,୮ା୮: ନୂଆପଡା ଏକ ଉପାନ୍ତ ବ୍ଲକ। ଏଠାରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାବେଳେ ବିଦ୍ୟାଳୟଗୁଡିକ ଆନୁଷଙ୍ଗି ବ୍ୟବସ୍ଥା ଠିକ ନ ଥିବା ନେଇ ବାରମ୍ବାର ଅଭିଭାବକ ମହଲରେ ଅସନ୍ତୋଷ ଲାଗି ରହିଥିଲା । ଏଥିପ୍ରତି ଦୃଷ୍ଟି ଦେବାକୁ ନୂଆପଡା ଜିଲା ଇତିହାସରେ ପ୍ରଥମଥର ପାଇଁ ସ୍ଥାୟୀ ଶିକ୍ଷା କମିଟି ସଦସ୍ୟାସଦସ୍ୟମାନେ ବିଭିନ୍ନ ସ୍କୁଲ ବୁଲି ଦେଖିଛନ୍ତି। ବିଭିନ୍ନ ଯାଗାରେ ବ୍ୟବସ୍ଥାରେ ସୁଧାର ଆସିଥିବା ନେଇ ଖୁସି ପ୍ରକଟ କରିଥିବାବେଳେ ଆହୁରି ଅନେକ ଯାଗାରେ ଅବ୍ୟବସ୍ଥା ନେଇ କମିଟି ଉଦ୍‌ବେଗ ପ୍ରକାଶ କରିଥିଲା ।
ବୁଧବାର ପୂର୍ବାହ୍ନରେ କମିଟି ଅଧ୍ୟକ୍ଷ ତଥା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ନେତୃତ୍ୱରେ ଟିମ କର୍ମକର୍ତ୍ତା ପ୍ରଥମେ ବ୍ଲକର ଲାଞ୍ଜିମାର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏଥିରେ ଛାତ୍ରୀଛାତ୍ର ଉପସ୍ଥାନ, ପାଠପଢା, ମଧ୍ୟାହ୍ନଭୋଜନ ସହ ବଗିଚା କାମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ବିଦ୍ୟାଳୟରେ କେତେକ ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତ, ପାଚେରୀ ଅଭାବ, ପୁରୁଣା ଶ୍ରେଣୀ ଗୃହର ଛାତ ମରାମତି ଉପରେ କମିଟି ସଦସ୍ୟମାନେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏହିଭଳି ଲାଞ୍ଜିମାରରେ ଥିବା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ହଷ୍ଟେଲ ପରିଦର୍ଶନ କରି ସେଠିକାର ପାଠପଢା, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦେଖିଥିଲେ । ଏଠାରେ ପାନୀୟ ଜଳ ସମସ୍ୟା ସମାଧାନ, ବିଦ୍ୟାର୍ଥୀମାନଙ୍କ ପାଠ୍ୟପୁସ୍ତକ ଅଭାବ ସମସ୍ୟା ସମାଧାନ କରିବା ଉପରେ ଆଲୋଚନା କରାଯାଇଥିଲା । ପରେ କମିଟି ଖୁଟବନଭେରା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲା । ଏଠିକାର ଶୌଚାଳୟ ମରାମତି, ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଧରମବନ୍ଧାସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସ୍କୁଲ ପରିଦର୍ଶନ କରି ସେଠାରେ ଶିକ୍ଷକ ଅଭାବ ସହ ପାନୀୟ ଜଳ ସମସ୍ୟା ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଅନୁଦାନ ଆସୁଥିଲେ ମଧ୍ୟ ସେଗୁଡିକର ଠିକ ବିନିଯୋଗ ହେଉ ନ ଥିବାରୁ ଅସନ୍ତୋଶ ପ୍ରକାଶ କରିଥିଲେ। ବିଦ୍ୟାଳୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ କମିଟି ପରାମର୍ଶ କରିଛି । ତେବେ ଏହି କମିଟି ସବିଶେଷ ବିବରଣୀ ବ୍ଲକରେ ଆଲୋଚନା କରିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଚିନିଲାଲ ସାହୁ, ବ୍ଲକ ଶିକ୍ଷାଧିକାରୀ ଡ. ରେଶମଲାଲ ନାଏକ, ଭଇଁଷାଟାଲ ସମିତି ସଭ୍ୟ ମନୋଜ କୁମାର ବଞ୍ଜାରା, କାଦୋମେରୀ ସରପଞ୍ଚ ଅସିତ ପୁଞ୍ଜି, ଧରମବନ୍ଧା ସରପଞ୍ଚ ଓମ ପ୍ରକାଶ କଲାର ପ୍ରମୁଖ ରହିଥିଲେ । ବ୍ଲକର ପ୍ରଥମ କରି ଏଭଳି ଏକ କମିଟି ଶିକ୍ଷା ବ୍ୟବସ୍ଥାକୁ ତନ୍ନ ତନ୍ନ କରି ବୁଲି ଦେଖିଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri