ବ୍ରିଟେନ ସାଧାରଣ ନିର୍ବାଚନ ଲାଗି ମତଦାନ

ଲଣ୍ଡନ,୧୩।୧୨(ପି.ଟି.):ବ୍ରିଟେନରେ ପାଖାପାଖି ୧୦୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ସାଧାରଣ ନିର୍ବାଚନ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ଭୋଟକେନ୍ଦ୍ରଗୁଡିକରେ ହଜାର ହଜାର ଭୋଟର ମତଦାନ ଲାଗି ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏବଂ ବିରୋଧୀ ଦଳ ନେତା ଜେରେମି କର୍‌ବିନ ପ୍ରଥମେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଇଂଲଣ୍ଡ, ଓ୍ବେଲ୍ସ, ସ୍କଟଲାଣ୍ଡ ଓ ଉତ୍ତର ଆୟର୍ଲାଣ୍ଡର ସବୁ ବୁଥ୍‌ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ହାଉସ ଅଫ୍‌ କମନ୍ସର ୬୫୦ ଆସନ ଲାଗି ୩୩୨୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରବଳ ଥଣ୍ଡା ସାଙ୍ଗକୁ ମେଘୁଆ ପାଗ ସତ୍ତ୍ୱେ ଭୋଟକେନ୍ଦ୍ର ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା।
କଞ୍ଜରଭେଟିଭ ପାର୍ଟିର ସଂଖ୍ୟାଗରିଷ୍ଠତା ଓ ପାର୍ଲାମେଣ୍ଟରେ ବ୍ରେକ୍‌ଜିଟ ଚୁକ୍ତିକୁ ଗୃହୀତ କରାଇବା
ଲାଗି ପ୍ରଧାନମନ୍ତ୍ରୀ ଜନ୍‌ସନ ନିର୍ବାଚନ ଘୋଷଣା କରିଥିଲେ। ବ୍ରେକ୍‌ଜିଟ ମାଧ୍ୟମରେ ବ୍ରିଟେନ ୟୁରୋପୀୟ ସଂଘରୁ ବାହାଯିବା ପାଇଁ ଚାହୁଁଥିବାବେଳେ ଏଥିପାଇଁ ପାର୍ଲାମେଣ୍ଟରେ ସହମତିର ଅଭାବ ରହିଥିବାରୁ ଏହାକୁ ଗୃହୀତ କରାଇବାରେ ଜନ୍‌ସନ ସରକାର ବିଫଳ ହୋଇଥିଲେ। ୨୦୨୦ ଜାନୁୟାରୀ ୩୧ ସୁଦ୍ଧା ବ୍ରେକ୍‌ଜିଟ କାର୍ଯ୍ୟକାରୀ କରାଇବା ଲାଗି ଜନ୍‌ସନ୍‌ ଆହ୍ବାନ ଦେଇଥିଲେ। ସେ ସେଣ୍ଟ୍ରାଲ ଲଣ୍ଡନ ବୁଥ୍‌ରେ ଭୋଟଦେଇଥିବାବେଳେ ବିରୋଧୀ ଲେବର ପାର୍ଟି ନେତା କର୍‌ବିନ, ଲିବେରାଲ ଡେମୋକ୍ରାଟ ନେତା ଜୋ ସ୍ବିନ୍‌ସନ, ସ୍କଟିଶ୍‌ ନ୍ୟାଶନାଲ ପାର୍ଟି ନେତା ନିକୋଲା ଷ୍ଟର୍‌ଜନ, ଗ୍ରୀନ୍‌ ପାର୍ଟି ନେତା ଜୋନାଥନ ବାର୍ଟଲି ଏବଂ ଓ୍ବେଲ୍ସ ପ୍ଲେଡ୍‌ ସିମ୍ରୁ ନେତା ଆଦାମ ପ୍ରାଇସ୍‌ ସେମାନଙ୍କ ବୁଥରେ ଭୋଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri