Posted inଜାତୀୟ

ବ୍ରିଟେନକୁ ଟପି ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୨ା୬:ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେବା ସହ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ବିଶ୍ୱରେ ୭୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ଚତୁର୍ଥ ସର୍ବାଧିକ ଆକ୍ରାନ୍ତ ତାଲିକାରେ ଥିବା ଭାରତରେ ଏହି ସଂଖ୍ୟା ବଢ଼ି ୨ ଲକ୍ଷ ୯୭ ହଜାର ଟପିଛି। ଆମେରିକା, ବ୍ରାଜିଲ ଓ ରୁଷିଆ ପରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ତାଲିକାରେ ବ୍ରିଟେନକୁ ଟପିଛି ଭାରତ। ଦେଶରେ ମୋଟ ୮,୪୭୩ ଜଣ ପ୍ରାଣ ହରାଇଛନ୍ତି। ବୁଧବାର ଭାରତରେ ୯,୯୯୬ ନୂଆ ମାମଲା ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଏହା ୯,୮୪୬ ରହିଛି। ବୁଧବାର ୩୫୭ ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର ୩୬୫ ଜଣଙ୍କ ପ୍ରାଣ ଯାଇଥିବା ଜଣାପଡ଼ିଛି। ଗୋଟିଏ ଗୋଟିଏ ଦିନରେ ଏତେ ମାମଲା ଚିନ୍ତା ବଢ଼ାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧.୪୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଥିବା ବେଳେ ୧.୪୨ ଲକ୍ଷ ଆକ୍ଟିଭ୍‌ ମାମଲା ରହିଛି।
ମହାରାଷ୍ଟ୍ର କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ୯୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩,୫୯୦ ଜଣ ଏଠାରେ ପ୍ରାଣ ହରାଇ ସାରିଲେଣି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୭୧୬କୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୩୪୯ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ ଓ ଗୁଜରାଟରେ ଯଥାକ୍ରମେ ସଂକ୍ରମିତଙ୍କ ସଂଖ୍ୟା ୩୨,୮୧୦ ଓ ୨୨,୦୬୭ ଥିବାବେଳେ ୨,୩୬୯ ଲୋକ ଜୀବନ ହରାଇଛନ୍ତି। ଉତ୍ତରପ୍ରଦେଶରେ ୧୨ ହଜାର, ରାଜସ୍ଥାନରେ ୧୧ ହଜାର ଓ ମଧ୍ୟପ୍ରଦେଶରେ ୧୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ଯଥାକ୍ରମେ ୩୪୫, ୨୬୪ ଓ ୪୨୭ରେ ପହଞ୍ଚିଛି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଲକ୍‌ଡାଉନ୍‌ ଉଠିବା ଓ ପ୍ରବାସୀଙ୍କ ଆଗମନ ପରେ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇଛି। ପଶ୍ଚିମବଙ୍ଗରେ ୪୪୨, କର୍ନାଟକରେ ୭୨, ତେଲଙ୍ଗାନାରେ ୧୫୬, ଆନ୍ଧ୍ରପ୍ରଦେଶରେ ୮୦, ହରିୟାଣା ଓ ଜମ୍ମୁ-କଶ୍ମୀର ପ୍ରତ୍ୟେକ ରାଜ୍ୟରେ ୫୨ ଲେଖାଏ, ପଞ୍ଜାବରେ ୫୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାବେଳେ କେବଳ ସଚେତନତା ଓ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

ଗୋଷ୍ଠୀ ସଂକ୍ରମଣ ହୋଇନି
ନୂଆଦିଲ୍ଲୀ,୧୨ା୬(ପି.ଟି.): ଭାରତରେ ଗୋଟିଏ ଦିନରେ ୯,୯୯୬ ନୂଆ କରୋନା ଆକ୍ରାନ୍ତ ପଞ୍ଜୀକୃତ ହୋଇଥିବାବେଳେ ୩୫୭ ଜଣଙ୍କ ଜୀବନ ଯାଇଛି। ଏହା ସତ୍ତ୍ୱେ ଦେଶରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଗୁରୁବାର ସରକାର ସ୍ପଷ୍ଟ କରିଛନ୍ତି। ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ରୋକିବାରେ ଲକ୍‌ଡାଉନ ଏବଂ ଅବରୋଧ ପଦକ୍ଷେପ ସହାୟକ ହୋଇଥିବା ଦେଶର ପ୍ରଥମ ସେରୋ-ସର୍ଭେରୁ ଜଣାପଡିଛି। ଜନସଂଖ୍ୟାର ଏକ ବଡ଼ ଭାଗ ସଂକ୍ରମଣ ପ୍ରତି ଅତି ସମ୍ବେଦନଶୀଳ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି। ସର୍ଭେର ପ୍ରଥମ ଭାଗ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆଇସିଏମ୍‌ଆର୍‌ ସହ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମିଳିତ ଭାବେ ଏହି ସର୍ଭେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri