ବ୍ରହ୍ମପୁର ରେଳଷ୍ଟେଶନ ପ୍ରତି ଅବହେଳା ଅଭିଯୋଗ; ଶୀତଳ ଭଣ୍ଡାରରେ ପ୍ରସ୍ତାବିତ ରେଳପଥ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ଓଡ଼ିଶାର ତୃତୀୟ ବୃହତ୍ତମ ସହର। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଅବହେଳା କରାଯାଉଛି। ଗଞ୍ଜାମ, ଫୁଲବାଣୀ, ଗଜପତି ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ବ୍ରହ୍ମପୁର ରେଳଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ଇଷ୍ଟକୋଷ୍ଟ ରେଳ ଜୋନ୍‌ରେ ଥିବା ଷ୍ଟେଶନଗୁଡିକ ମଧ୍ୟରେ ବ୍ରହ୍ମପୁର ରେଳଷ୍ଟେଶନରୁ ସର୍ବାଧିକ ରାଜସ୍ବ ଆଦାୟ ହେଉଛି। ଏହାସତ୍ତ୍ୱେ ବ୍ରହ୍ମପୁରରେ ରେଳ ଡିଭିଜନ ନିର୍ମାଣ କରିବା ଦିଗରେ ସରକାର ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି। ରବିବାର ବିଜିପୁରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏପରି ଅଭିଯୋଗ ହୋଇଛି। ସରକାର ରାୟଗଡା ଓ ଯାଜପୁରରେ ୨ ଟି ରେଳ ଡିଭିଜନ ନିର୍ମାଣ ପାଇଁ କେନ୍ଦ୍ର ରେଳ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାୟଗଡା ତୁଳନାରେ ସାମାଜିକ, ଭୌଗୋଳିକ, ଆର୍ଥିକ, ଗମନାଗମନ, ସ୍ବାସ୍ଥ୍ୟ ଓ ବାଣିଜ୍ୟ ଭଳି ପ୍ରତ୍ୟେକ ଦୃଷ୍ଟିରୁ ବ୍ରହ୍ମପୁର ରେଳ ଡିଭିଜନ ନିର୍ମାଣ ପାଇଁ ଉତ୍କୃଷ୍ଟ। ତେଣୁ ବ୍ରହ୍ମପୁରରେ ନୂତନ ରେଳ ଡିଭିଜନ ସ୍ଥାପନ କରାଯିବାକୁ ସମ୍ମିଳନୀରେ ଦାବି କରାଯାଇଥିଲା। ଏଥିସହ ବ୍ରହ୍ମପୁରରୁ ସମ୍ବଲପୁର ଭାୟା ଆସିକା, ଭଞ୍ଜନଗର, ଫୁଲବାଣୀ, କନ୍ଧମାଳ, ବୌଦ୍ଧ ଦେଇ ଏକ ନୂତନ ରେଳପଥ ନିର୍ମାଣ କରିବାକୁ ମଧ୍ୟ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାବି କରିଥିଲେ ା ୨୦୦୪ ରୁ ୨୦୧୦ ମଧ୍ୟରେ ଏନେଇ ସର୍ଭେ ସରିବା ସହ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। ତଥାପି ଏହା ଶୀତଳ ଭଣ୍ଡାରରେ ପଡିରହିଛି। ଏହାବ୍ୟତୀତ ବ୍ରହ୍ମପୁରରୁ ରାୟଗଡା ଭାୟା ଦିଗପହଣ୍ଡି, ମୋହନା ଓ ଅଡବା ଦେଇ ଏକ ନୂତନ ରେଳପଥ ନିର୍ମାଣ ନେଇ ମଧ୍ୟ ସର୍ଭେ ସରିଥିବା ସତ୍ତ୍ୱେ ଦୀର୍ଘ ୫ ବର୍ଷ ଧରି ଏହା ଶୀତଳ ଭଣ୍ଡାରରେ ପଡିଥିବା ସଭାପତି କହିଥିଲେ। ଏହି ଦୁଇ ରେଳପଥ ନିର୍ମାଣ ହେବା ଦ୍ୱାରା ଗଞ୍ଜାମ, ଗଜପତି ଓ କନ୍ଧମାଳ ଅଞ୍ଚଳକୁ ଯାତାୟାତ ସୁଗମ ହୋଇପାରିବ ବୋଲି ସଭାପତି କହିଥିଲେ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ଗଞ୍ଜାମ ଜିଲାରୁ ନବ ନିର୍ବାଚିତ ଏମ୍‌ପି, ବିଧାୟକ ସରକାରଙ୍କ ନିକଟରେ ଦାବି କରିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲା ଭାଜପା ସଭାପତି କାହ୍ନୁଚରଣ ପତି ମତବ୍ୟକ୍ତ କରିଥିଲେ ା ଏଥିପ୍ରତି ସରକାର ପଦକ୍ଷେପ ଗ୍ରହଣ ନ କଲେ ମିଳିତ ଜନଆନ୍ଦୋଳନ ସହ ରେଳରୋକୋ କରାଯିବାକୁ ଚେତାବନୀ ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଚାମ୍ବର ଅଫ କମର୍ସ ଉପସଭାପତି ସନ୍ତୋଷ କୁମାର ସାହୁ, ପୂର୍ବତନ ଗଞ୍ଜାମ ଜିଲା ଆଇନଜୀବୀ ସଂଘ ସଭାପତି ମହୋନ ସିଙ୍ଗାରୀ, ଗଞ୍ଜାମ ଜିଲା ଆଇନଜୀବୀ ସଂଘ ସମ୍ପାଦକ କୈଳାସ ପାଣିଗ୍ରାହୀ, ବି. ଶଙ୍କର ପାତ୍ର, ସଂସ୍କାରବାଦୀ ପ୍ରତିଷ୍ଠାତା ତ୍ରିନାଥ ମହାରଣା, କିଶୋର ପାତ୍ର, ୱାଇଏସ୍‌ଡି ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ କର୍ମୀ, ଟ୍ରକ ଆସୋସିଏଶନ, ବସ୍‌ ଆସୋସିଏଶନ, ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri