ବ୍ରହ୍ମପୁର ରେଳଷ୍ଟେଶନ ପ୍ରତି ଅବହେଳା ଅଭିଯୋଗ; ଶୀତଳ ଭଣ୍ଡାରରେ ପ୍ରସ୍ତାବିତ ରେଳପଥ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ଓଡ଼ିଶାର ତୃତୀୟ ବୃହତ୍ତମ ସହର। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଅବହେଳା କରାଯାଉଛି। ଗଞ୍ଜାମ, ଫୁଲବାଣୀ, ଗଜପତି ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ବ୍ରହ୍ମପୁର ରେଳଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ଇଷ୍ଟକୋଷ୍ଟ ରେଳ ଜୋନ୍‌ରେ ଥିବା ଷ୍ଟେଶନଗୁଡିକ ମଧ୍ୟରେ ବ୍ରହ୍ମପୁର ରେଳଷ୍ଟେଶନରୁ ସର୍ବାଧିକ ରାଜସ୍ବ ଆଦାୟ ହେଉଛି। ଏହାସତ୍ତ୍ୱେ ବ୍ରହ୍ମପୁରରେ ରେଳ ଡିଭିଜନ ନିର୍ମାଣ କରିବା ଦିଗରେ ସରକାର ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି। ରବିବାର ବିଜିପୁରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏପରି ଅଭିଯୋଗ ହୋଇଛି। ସରକାର ରାୟଗଡା ଓ ଯାଜପୁରରେ ୨ ଟି ରେଳ ଡିଭିଜନ ନିର୍ମାଣ ପାଇଁ କେନ୍ଦ୍ର ରେଳ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାୟଗଡା ତୁଳନାରେ ସାମାଜିକ, ଭୌଗୋଳିକ, ଆର୍ଥିକ, ଗମନାଗମନ, ସ୍ବାସ୍ଥ୍ୟ ଓ ବାଣିଜ୍ୟ ଭଳି ପ୍ରତ୍ୟେକ ଦୃଷ୍ଟିରୁ ବ୍ରହ୍ମପୁର ରେଳ ଡିଭିଜନ ନିର୍ମାଣ ପାଇଁ ଉତ୍କୃଷ୍ଟ। ତେଣୁ ବ୍ରହ୍ମପୁରରେ ନୂତନ ରେଳ ଡିଭିଜନ ସ୍ଥାପନ କରାଯିବାକୁ ସମ୍ମିଳନୀରେ ଦାବି କରାଯାଇଥିଲା। ଏଥିସହ ବ୍ରହ୍ମପୁରରୁ ସମ୍ବଲପୁର ଭାୟା ଆସିକା, ଭଞ୍ଜନଗର, ଫୁଲବାଣୀ, କନ୍ଧମାଳ, ବୌଦ୍ଧ ଦେଇ ଏକ ନୂତନ ରେଳପଥ ନିର୍ମାଣ କରିବାକୁ ମଧ୍ୟ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାବି କରିଥିଲେ ା ୨୦୦୪ ରୁ ୨୦୧୦ ମଧ୍ୟରେ ଏନେଇ ସର୍ଭେ ସରିବା ସହ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। ତଥାପି ଏହା ଶୀତଳ ଭଣ୍ଡାରରେ ପଡିରହିଛି। ଏହାବ୍ୟତୀତ ବ୍ରହ୍ମପୁରରୁ ରାୟଗଡା ଭାୟା ଦିଗପହଣ୍ଡି, ମୋହନା ଓ ଅଡବା ଦେଇ ଏକ ନୂତନ ରେଳପଥ ନିର୍ମାଣ ନେଇ ମଧ୍ୟ ସର୍ଭେ ସରିଥିବା ସତ୍ତ୍ୱେ ଦୀର୍ଘ ୫ ବର୍ଷ ଧରି ଏହା ଶୀତଳ ଭଣ୍ଡାରରେ ପଡିଥିବା ସଭାପତି କହିଥିଲେ। ଏହି ଦୁଇ ରେଳପଥ ନିର୍ମାଣ ହେବା ଦ୍ୱାରା ଗଞ୍ଜାମ, ଗଜପତି ଓ କନ୍ଧମାଳ ଅଞ୍ଚଳକୁ ଯାତାୟାତ ସୁଗମ ହୋଇପାରିବ ବୋଲି ସଭାପତି କହିଥିଲେ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ଗଞ୍ଜାମ ଜିଲାରୁ ନବ ନିର୍ବାଚିତ ଏମ୍‌ପି, ବିଧାୟକ ସରକାରଙ୍କ ନିକଟରେ ଦାବି କରିବା ଆବଶ୍ୟକ ବୋଲି ଗଞ୍ଜାମ ଜିଲା ଭାଜପା ସଭାପତି କାହ୍ନୁଚରଣ ପତି ମତବ୍ୟକ୍ତ କରିଥିଲେ ା ଏଥିପ୍ରତି ସରକାର ପଦକ୍ଷେପ ଗ୍ରହଣ ନ କଲେ ମିଳିତ ଜନଆନ୍ଦୋଳନ ସହ ରେଳରୋକୋ କରାଯିବାକୁ ଚେତାବନୀ ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଚାମ୍ବର ଅଫ କମର୍ସ ଉପସଭାପତି ସନ୍ତୋଷ କୁମାର ସାହୁ, ପୂର୍ବତନ ଗଞ୍ଜାମ ଜିଲା ଆଇନଜୀବୀ ସଂଘ ସଭାପତି ମହୋନ ସିଙ୍ଗାରୀ, ଗଞ୍ଜାମ ଜିଲା ଆଇନଜୀବୀ ସଂଘ ସମ୍ପାଦକ କୈଳାସ ପାଣିଗ୍ରାହୀ, ବି. ଶଙ୍କର ପାତ୍ର, ସଂସ୍କାରବାଦୀ ପ୍ରତିଷ୍ଠାତା ତ୍ରିନାଥ ମହାରଣା, କିଶୋର ପାତ୍ର, ୱାଇଏସ୍‌ଡି ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ କର୍ମୀ, ଟ୍ରକ ଆସୋସିଏଶନ, ବସ୍‌ ଆସୋସିଏଶନ, ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri