ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ,୧୪ା୧୨- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ ଚନ୍ଦ୍ର ବେହେରା ଏବଂ ରଜତ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆଗତ ଦୁଇଟି ପୃଥକ ମାମଲାର ଏକତ୍ର ଶୁଣାଣି ହାଇକୋର୍ଟରେ ହୋଇଥିଲା। ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଡିପିସି (ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି)ରେ ବିଧିବଦ୍ଧ ଭାବେ ଆବେଦନକାରୀମାନେ ୧୯୯୮ରୁ ପଦୋନ୍ନତି ସହ ଉଚ୍ଚ ପଦବୀରେ କାର୍ଯ୍ୟ କରି ଉଚ୍ଚ ବେତନ ହାରରେ ଦରମା ନେଇ ସାରିଛନ୍ତି। ତେଣୁ ସେମାନଙ୍କ ଦରମା ହ୍ରାସ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କର ୨୮ ପୃଷ୍ଠା ସମ୍ବଳିତ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ଆବେଦନକାରୀଙ୍କ ୧୦ରୁ ୧୨ ବର୍ଷ ବେତନ ହ୍ରାସକୁ ସଂଶୋଧନ ସହ ପୁନଃ ନିର୍ଦ୍ଧାରଣ କରି ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଜଗନ୍ନାଥ ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଛନ୍ତି।
ମାମଲାର ଶୁଣାଣି ସମୟରେ ଆଡଭୋକେଟ ପଟ୍ଟନାୟକ ଅଦାଲତକୁ ଦର୍ଶାଇଥିଲେ, ଉକ୍ତ ବିଶ୍ୱବିଦ୍ୟାଳୟରେ ଆବେଦନକାରୀମାନେ ପ୍ରଥମେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ୧୯୯୮ ଡିସେମ୍ବର ୨୨ରେ ସେମାନଙ୍କୁ ବରିଷ୍ଠ ସହାୟକ ପଦବୀକୁ ପଦୋନ୍ନତି ମିଳିଲା। ତଦନୁଯାୟୀ ୨୦୦୧ ଜୁଲାଇ ୧ରେ ୧୦୪ ଜଣ ବରିଷ୍ଠ ସହାୟକଙ୍କୁ ନେଇ ଏକ ଗ୍ରେଡେଶନ ତାଲିକା ପ୍ରକାଶିତ ହୋଇଥିଲା। ଏଥିସହ ସେମାନଙ୍କର ଉଚ୍ଚ ବେତନ ହାରରେ ସଂଶୋଧନ ସହ ଦରମା ନିର୍ଦ୍ଧାରଣ କରାଯାଇଥିଲା। ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଣ୍ଟ୍ରୋଲର ଅଫ ଫାଇନାନ୍ସ ପକ୍ଷରୁ ୨୦୧୧ରେ ଏକ ରିଭ୍ୟୁ ଡିପିସି କରାଯାଇ ପତ୍ର ସଂଖ୍ୟା ୧୦୯୭୬/୧ା୧୨ା୨୦୧୧ରେ ୪୬ ଜଣ ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଭଳି ବେଆଇନ ବିଜ୍ଞପ୍ତି ଦ୍ୱାରା ଆବେଦନକାରୀମାନଙ୍କର ୧୦ରୁ ୧୨ ବର୍ଷର ବରିଷ୍ଠତା ହରାଇବାକୁ ପଡୁଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଡଭୋକେଟ ବି.ଏସ୍‌. ମିଶ୍ର ଦର୍ଶାଇଥିଲେ, ଆବେଦନକାରୀଙ୍କ କ୍ଷେତ୍ରରେ ରିଭ୍ୟୁ ଡିପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସେମାନେ ବରିଷ୍ଠ ସହାୟକ ପଦବୀର ବେତନ ନେଉଛନ୍ତି। ତେବେ ପୂର୍ବ ପଦୋନ୍ନତି ଚାକିରିର ଯଥାର୍ଥତା ନାହିଁ ବୋଲି ସେ କୋର୍ଟକୁ ଅବଗତ କରିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ, ଡେପୁଟି ରେଜିଷ୍ଟ୍ରାରଙ୍କ ସମେତ ୨୮ ଜଣଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାଉଁତରା ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ବିଞ୍ଝାରପୁର,୨୨ା୮(ଡି.ଏନ୍‌.ଏ.)- ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଞ୍ଝାରପୁର ତହସିଲ ପ୍ରଶାସନ ପକ୍ଷରୁ ଶାସନ୍ଦା ପଞ୍ଚାୟତ ତାଉଁତରା ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଗ୍ରାମର କେତେଜଣ...

ନିର୍ବାଚନରେ ଲଢ଼ିବାକୁ ପାଣ୍ଠି ନ ଥିବା ପ୍ରସଙ୍ଗ; କଂଗ୍ରେସକୁ ମିଳଛି ୧୦ହଜାର ସହାୟତା: ନିରଞ୍ଜନ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବା ପରେ କଂଗ୍ରେସ ହାତରେ ବିଜେପୁର ଉପନିର୍ବାଚନରେ ଲଢ଼ିବା ପାଇଁ ପାଣ୍ଠି ନାହିଁ। ଏଣୁ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ...

ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩ା୭(ସୁଶାନ୍ତ ବେହୁରିଆ): ଯାଜପୁର ବିରଜା ମନ୍ଦିରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ...

ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ...

ମୁଗଚାଷୀଙ୍କୁ କାଳବୈଶାଖୀ ଚଡ଼କ

ଭୁବନ, ୨୯।୪(ଡି.ଏନ.ଏ.) – ଚାଷୀଙ୍କ ଉପରେ ଚଡ଼କ ପକାଇଛି କାଳବୈଶାଖୀ ବର୍ଷା। ଅମଳ ପାଇଁ ଉପାଡ଼ି ଖଳାରେ ରଖାଯାଇଥିବା ମୁଗ ଅଦିନିଆ ବର୍ଷାରେ ଭିଜି ଗଜା...

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତାଲିକା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟ୍‌ରେ ୪୦,୬୧୧...

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ରଣନୀତି : ୩ ବ୍ଲକ୍‌ ଦାୟିତ୍ୱରେ ତିନି ମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି ବିଜେଡି। ଏଥିପାଇଁ ନେତାଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଛି। ତେବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ...

ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ପୁରୀ ଅଫିସ,୧୨ା୭: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ରତ୍ନବେଦିରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନିଠାକୁର।...

Advertisement
Archives

Model This Week