ବୋଡେନ ପଞ୍ଚାୟତ ସମିତି ବୈଠକ: ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ବୋଡେନ,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ବୋଡେନ ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ଷଷ୍ଠ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ପ୍ରେମଶିଳା ନାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ସଭା ପରିଚାଳନା କରିଥିଲେ। ନୂଆପଡା ଜିଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବ୍ଲକ ଉପାଧକ୍ଷ କୃଷ୍ଣସିଂ ମାଝି, ଏମପି ପ୍ରତିନିଧି ଅତିନ୍ଦ୍ର ଜିତ ସିଂ, ଜିଲା ପରିଷଦ ସଭ୍ୟା ବାସନ୍ତି ମାଝି ପ୍ରମୁଖ ଯୋଗଦେଇଥିଲେ। ବୈଠକରେ କୃଷି, ଶିକ୍ଷା, ମଙ୍ଗଳ ସମ୍ପ୍ରସାରଣ ବିଭାଗ, ପାନୀୟ ଜଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ପ୍ରାଣି ଚିକିତ୍ସା ବିଭାଗ, ଉଦ୍ୟାନ ବିଭାଗ, ଉନ୍ନୟନ ବିଭାଗ ସମସ୍ତ ଅଧିକାରୀମାନେ ନିଜ ବିଭାଗ କାର୍ଯ୍ୟ ଉପରେ କହିଥିଲେ । ଚାଷୀମାନଙ୍କ ପାଇଁ କୃଷି ବିଭାଗ ତରଫରୁ ସବସିଡି ଆକାରରେ ଶୋଲାର ପମ୍ପ ଯୋଗେଇଦେବା ସହିତ ଚାଷୀମାନଙ୍କ ପାଇଁ ଯନ୍ତ୍ରପାତି ଯୋଗେଇ ଦେବା ପାଇଁ ଆଲୋଚନା କରିଥିଲେ। ବୋଡେନ ବ୍ଲକରେ ୧୫୨ ସ୍କୁଲ ମଧ୍ୟରୁ ୧୭ଟି ହାଇସ୍କୁଲ ଚାଲିଥିବା ବେଳେ ସେଥିରୁ ୨୨ଟି ବିଜ୍ଞାନ ଶିକ୍ଷକ ଖାଲିପଡିଛି ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହି ପ୍ରକାଶ କରିଥିଲେ। ଉକ୍ତ ଶିକ୍ଷକ ପଦବୀ ଏକ ମାସ ମଧ୍ୟରେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ବସ୍ଥ୍ୟ ବିଭାଗ ଅଧିକାରୀ, ବନ ବିଭାଗ ଅଧିକାରୀ ଏବଂ ଶିଶୁ ବିକାଶ ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ଥିବା ଯୋଗୁ ଜିଲା ପ୍ରସାଶନକୁ ଜଣାଇବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ବୈଠକରେ ପ୍ରତେକ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ତଥା ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଡିଓ ଭୋଇ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri