ବୈତରଣୀ ନଦୀର ସାଆଁଳା ବାଲିଘାଟ: ଏନ୍‌ଜିଟି ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୩।୧୨: ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (ନଂ.୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।
ବୈତରଣୀ ନଦୀ ପାର୍ଶ୍ୱ କୋରେଇ ବ୍ଲକ ଇଚ୍ଛାପୁର ଗ୍ରାମର ଅନନ୍ତଚରଣ ଦାସ, ସାଅଁାଳ ଗ୍ରାମର ଶରତଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ବେଆଇନ ବାଲି ଘାଟ ଉପରେ ଅଭିଯୋଗ କରି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ସାଆଁଳ ବାଲିଘାଟକୁ ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ଏହାର ଉଲ୍ଲଂଘନ କରି ମେକାନିକାଲ (ଯନ୍ତ୍ରଚାଳିତ) ଖଣିରେ ପରିଣତ କରିଛନ୍ତି। ଯାହାକି ବୈତରଣୀ ନଦୀରେ ସାଂଘାତିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ ହେବା ପରେ ୭ା୨ା୨୦୧୭ରେ ତୁରନ୍ତ ମେଶିନ ଓ ଅନ୍ୟାନ୍ୟ ଯାନବାହାନକୁ ଜବତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଯାଜପୁର ଏସ୍‌ପି ଓ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତକତ୍ାଳୀନ ଯାଜପୁରରୋଡ ଏସ୍‌ଡିପିଓ ଯୁଗଳକିଶୋର ଦାସ ଏବଂ ଅମିନ ରାମଚନ୍ଦ୍ର ପ୍ରଧାନ ଲିଜ ବାଲିଘାଟକୁ ଯାଇ ତଦନ୍ତ କରିବା ପରେ ଦେବେନ୍ଦ୍ର ଘଡେଇଙ୍କୁ ବୈତରଣୀ ନଦୀର ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ପ୍ଲଟ ନମ୍ବର ୦୨/୨୪୮୮, ୨ ଓ ଖାତା ନମ୍ବର ୩୦୧ ରେ ହସ୍ତଚାଳିତ ବାଲି ଖାଦାନ ପାଇଁ ଲିଜ ଦିଆଯାଇଛି। ହେଲେ ଲିଜଧାରୀ ଯନ୍ତ୍ରଚାଳିତଭାବେ ବାଲି ଉଠାଣ କରୁଥିବା ଜଣାପଡିଥିଲା। ଗ୍ରୀନ ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ ଯନ୍ତ୍ରଚାଳିତ ବାଲିଖାଦାନ ଉପରେ ନିୟମିତଭାବେ ଚଢାଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ପୋଲିସର ରିପୋର୍ଟ ଅନୁଯାୟୀ ଲିଜଧାରୀଙ୍କୁ ପରବର୍ତ୍ତୀ ଦିନ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ଏହି ମାମଲାର ଶୁଣାଣି କେବଳ କାଗଜପତ୍ରରେ ସୀମିତ ରହିଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡଲାଇନ ଜାରି କରାଯାଉଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ। ଏ ସଂକ୍ରାନ୍ତରେ ବ୍ୟାସନଗର ଭାରପ୍ରାପ୍ତ ତହସିଲଦାର ସସ୍ମିତା ସ୍ବାଇଁଙ୍କୁ ପଚାରିବାରୁ, ଏନ୍‌ଜିଟି ନିର୍ଦ୍ଦେଶ ସମୟରେ ସେ ଏଠାରେ ନ ଥିଲେ। ତେଣୁ ମାମଲା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। କାର୍ଯ୍ୟାଳୟରେ ସମ୍ପୃକ୍ତ କାଗଜପତ୍ର ଦେଖିବା ପରେ ସେ କିଛି କହିପାରିବେ। ତଥାପି ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଟେନସା/ବଣାଇଁ,୧୧।୪(ସମୀର କୁମାର ପାଢ଼ୀ/ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri