ବୈତରଣୀ ଚଉପଦି ଘାଟିରୁ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇ ମୃତଦେହ ଉଦ୍ଧାର

ପାଟଣା/ଚମ୍ପୁଆ,୮।୨(ସ୍ବ.ପ୍ର/ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପଦି ଘାଟିରେ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଶନିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ଦୁଇଟି ଜଣେ ଯୁବକ ଓ ଜଣେ ମହିଳାଙ୍କର ବୋଲି ଜଣାପଡ଼ିଛି। ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଉକ୍ତ ଘାଟରେ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇଟି ମୃତଦେହ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଉକ୍ତ ବସ୍ତାରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବାରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମିଲେ ଦିନେ ବଢୁଛି: ଆଜି ରାଜ୍ୟରୁ ୩୫୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୮(ବ୍ୟୁରୋ): ରାଜ୍ୟରୁ ଗୁରୁବାର ୩୫୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଶେଷ୍‌ ନିଶାସ୍‌ ଗନୁଛେ ଶୀତଲଭଣ୍ଡାର

  ବରପାଲି, ୭।୧ (ଡି.ଏନ.ଏ)- ବରଗଡ଼ ଜିଲା ବରପାଲିରେ ୧୯୬୨ରୁ ୧୯୬୬ ସାଲ ଭିତରେ ସେବେଲର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକକଁର ଚେଷ୍‌ଟାରେ ଇଠାନେ ବହୁତ୍‌ କଲକାରଖାନା...

ବିଦେଶରୁ ଘରକୁ ଆସୁଛି ଅଧିକ ଅର୍ଥ

କେନ୍ଦ୍ରାପଡା ଅଫିସ, ୨୧ା୧୦:ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଟଙ୍କାର ଅବମୂଲ୍ୟାୟନ ବଢ଼ି ଚାଲିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଉଛି ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା...

ଗୋଖାପଡ଼ାର ଶିଶୁବଳି ମାମଲା: ତାନ୍ତ୍ରିକ, ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା ଅଫିସ,୧୩।୧୧: ୨୦୧୫ରେ ବହୁଚର୍ଚ୍ଚିତ କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଗୋଖାପଡା ଶିଶୁବଳି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ମାମଲାରେ ତାନ୍ତ୍ରିକ ଚୌଧୁରୀ ଅବିନାଶ...

ଅଂଶଗ୍ରହଣ କରିବେ ୪୨ପରେଡ୍‌ ଦଳ

ସୋନପୁର,୧୧।୧(ନି.ପ୍ର): ସୁବର୍ଣ୍ଣପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସକାଶେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ...

ବିବାହ ବୟସରେ ଭଉଣୀ-ଭାଇଙ୍କ ବୋଝ ସମ୍ଭାଳୁଛନ୍ତି ନୟନୀ

କର୍ଲାମୁଣ୍ଡା,୧ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ମା-ବାପା ଛେଉଣ୍ଡ ତିନି ଭଉଣୀ ଭାଇ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ...

ନିଆରା ରଜ ପାଇଁ ସଜବାଜ: ଅନ୍‌ଲାଇନରେ ହେବ ରଜ ମହୋତ୍ସବ

ଭୁବନେଶ୍ୱର,୧୨। ୬(ବ୍ୟୁରୋ): କରୋନା ଲାଗି ଏଥର ଫିକା ପଡ଼ିପାରେ ରଜ। ନା ହେବ ଦୋଳିଖେଳ ନା ଜମିବ ରଜଖଟି। ଶଟ୍‌ଡାଉନ୍‌ ଓ ଅନ୍‌ଲକ୍‌ ମଧ୍ୟରେ ରଜ...

ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୭।୫: ପୁରୀ ସହରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ନିର୍ଦ୍ଧାରିତ ସମୟ...

Advertisement
Archives

Model This Week