Posted inUncategorized

ବେଲପାହାଡ଼ ଏକ୍ସସିସ୍‌ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣା: ୧୦ ଦିନ ପରେ ଘଟଣାର ପର୍ଦ୍ଦାଫାସ, ବିହାରରୁ ଜଣେ ଗିରଫ, ବନ୍ଧୁକ ଜବତ

ଝାରସୁଗୁଡା ଅଫିସ/ଲଖନପୁର, ୧୪।୧୯(ଡି .ଏନ୍‌ .ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଏକ୍ସସିସ ବ୍ୟାଙ୍କରୁ ଗତ ୪ ତାରିଖରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏହି ଘଟଣାରେ ପୋଲିସ ବେଲପାହାଡ଼ ଥାନାରେ କେସ୍‌ ନଂ.୧୪୫/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ସିସିଟିଭି କ୍ୟାମେରା ଫୁଟେଜକୁ ଆଧାରକରି ପୋଲିସ ବିହାର ମୁଜାଫର୍‌ପୁରରେ ପହଞ୍ଚି ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତ ନିରଜ ଠାକୁର(୩୮)ଙ୍କୁ ଗତ ଗୁରୁବାର ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କଲାପରେ ସେଠାରୁ ଝାରସୁଗୁଡା ନେଇଆସିଛି । ତାଙ୍କ ନିକଟରୁ ଏକ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ନିରଜଙ୍କୁ ଜେରା କଲାପରେ ଘଟଣାର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ସମସ୍ତ ତଥ୍ୟ ପାଇପାରିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି ଅଶି୍ବନୀ ମହାନ୍ତି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ୍‌ ପଡ଼ିଲେ ସାଜିଦ୍‌:ବୋରିସ୍‌ ମୁଖ୍ୟ ଦାବିଦାର

ଲଣ୍ଡନ,୨୧।୬(ପି.ଟି./ଏ.ଏଫ୍‌.ପି.):ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ଇସ୍ତଫା ପରେ ତାଙ୍କ ପଦରେ କିଏ ଅବସ୍ଥାପିତ ହେବ ତାକୁ ନେଇ କଞ୍ଜର୍ଭେଟିଭ୍‌ ପାର୍ଟିରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଏହି...

ଜାମୁଗଛ ଡାଳରେ ବ୍ୟାଗରେ ଝୁଲୁଥିଲା ମହିଳାଙ୍କ କଟାମୁଣ୍ଡ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣରେ ବୁଧବାର ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି...

ଅଣ୍ଡରଓ୍ବାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରୋନା ପଜିଟିଭ୍‌

କରାଚି‌,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍‌ ତଥା ଭାରତର ମୋଷ୍ଟ...

ବଜାରରେ ଅସମ୍ଭାଳ ଭିଡ଼

କାମାକ୍ଷାନଗର, ୧୯।୫(ଡି.ଏନ.ଏ.) – ସାମାଜିକ ଦୂରତ୍ୱ, ମାସ୍କ, ସଙ୍ଗରୋଧ କରୋନା ପ୍ରତିରୋଧ ଲାଗି ସବୁଠୁ ବଡ଼ ଉପାୟ ବୋଲି କୁହାଯାଉଛି। ଦେଶରେ କୋଭିଡ୍‌-୧୯ ଆତଙ୍କ ଦେଖାଦେବା...

କପିଲଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ‘ଲିଟିଲ୍‌ ମାଷ୍ଟର’: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ...

ଶୀତ ଅଧିବେଶନ ପୂର୍ବରୁ ୧୦ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ...

ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଓଡ଼ିଶାକୁ ଏଥର ମୌସୁମୀ ବିଳମ୍ବରେ ଛୁଇଁପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଉଛି। ସୂଚନା ଅନୁଯାୟୀ, ମୌସୁମୀ ଏବେ...

ଶ୍ରୀଲଙ୍କା ବିସ୍ଫୋରଣ: ସନ୍ଦିଗ୍ଧଙ୍କ ନାଁ ସହ ଭୁଲରେ ଆମେରିକା ମୁସଲମାନ ମହିଳାଙ୍କ ଫଟୋ ଲଗାଇଲା ପୋଲିସ

କଲମ୍ବୋ,୨୬।୪: ଇଷ୍ଟର ସନ୍‌ ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ଏଥିରେ ଶ୍ରୀଲଙ୍କା ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା।...

Play 250+ Trending Games
Archives

Model This Week

Why Dharitri