Posted inଖେଳ

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। ଟୁର୍‌ର ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲଜିୟମକୁ ୨-୦ ଗୋଲରେ ହରାଇବାପରେ ପରବର୍ତ୍ତୀ ୨ଟି ମ୍ୟାଚରେ ସ୍ପେନକୁ ଯଥାକ୍ରମେ ୬-୧ ଓ ୫-୧ ଗୋଲରେ ପରାସ୍ତ କରିଥିଲା। ୪ର୍ଥ ମ୍ୟାଚରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିବାବେଳେ ଗୁରୁବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ମ୍ୟାଚରେ ୫-୧ ଗୋଲରେ ବେଲଜିୟମକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସିମରନଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରସାଦ, ହରମନପ୍ରୀତ ସିଂ ଏବଂ ରମଣଦୀପ ସିଂ ଗୋଲ ସ୍କୋର କରିଥିଲେ।
ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ତଥା ୨ ନମ୍ବର ଦଳ ବେଲଜିୟମ ବିପକ୍ଷରେ ୫ ନମ୍ବର ର଼୍ୟାଙ୍କ୍‌ପ୍ରାପ୍ତ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ୭ମ ମିନିଟରେ ସିମରନଜିତ ସିଂ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ୯ମ ମିନିଟରେ ବେଲଜିୟମ ପେନାଲ୍ଟି କର୍ନର ପାଇଥିଲେ ହେଁ ଗୋଲ କିପର କ୍ରିଷ୍ଣନ ବି. ପାଠକ ତାହାକୁ ସେଭ୍‌ କରି ଦେଇଥିଲେ। ଫଳରେ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଜୋରଦାର ଆକ୍ରମଣ କରିଥିଲା ବେଲଜିୟମ। ୧୬ତମ ମିନିଟରେ ଦଳକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ପାଠକ ତାହାକୁ ବେକାର କରି ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ୧-୦ରେ ଅପରିବର୍ତ୍ତିତ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ପରିବର୍ତ୍ତିତ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲା। ଏହାର ଫଳ ମିଳିଥିଲା। ୩୫ତମ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାର ୧ ମିନିଟ ପରେ ବିବେକ ସାଗର ପ୍ରସାଦ ଆଉ ଏକ ଗୋଲ ଦେବାରୁ ବେଲଜିୟମ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ୩୮ତମ ମିନିଟରେ ବେଲଜିୟମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରିଥିବାବେଳେ ବଦଳ ଗୋଲକିପର ପି.ଆର. ଶ୍ରୀଜେଶ ଡାଇଭ୍‌ ମାରି ତାହାକୁ ସେଭ୍‌ କରିଦେଇଥିଲେ। ମାତ୍ର ବଲ୍‌କୁ ନିଜ ନିୟନ୍ତ୍ରଣକୁ ଆଣି ୩୯ତମ ମିନିଟରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଆଉ ୨ଟି ଗୋଲ ଦେଇ ପ୍ରତିପକ୍ଷ ଦଳର ଆଶାରେ ପାଣି ଭରି ଦେଇଥିଲା। ୪୨ତମ ମିନିଟରେ ପେନାଲ୍ଟି କର୍ନରକୁ ଡ୍ରାଗ୍‌ଫ୍ଲିକ୍‌ ମାଧ୍ୟମରେ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିବାବେଳେ ୪୩ତମ ମିନିଟରେ ଅଭିଜ୍ଞ ରମଣଦୀପ ସିଂ ଗୋଲ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri