Posted inଖେଳ

ବେଲଜିୟମ କୋଚ୍‌ ମାର୍ଟିନେଜଙ୍କ ଚୁକ୍ତି ବୃଦ୍ଧି

ବ୍ରସେଲ୍ସ, ୨୦।୫(ଏଏଫ୍‌ପି): ବେଲଜିୟମ ଫୁଟବଲ କୋଚ୍‌ ରୋବେର୍ଟୋ ମାର୍ଟିନେଜଙ୍କ କଣ୍ଟ୍ରାକ୍ଟ ତଥା କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୨ ପର୍ଯ୍ୟନ୍ତ ତାଙ୍କର ଚୁକ୍ତି ବୃଦ୍ଧି ହୋଇଛି। ଅର୍ଥାତ କାତାର ଆୟୋଜିତ ହେବାକୁ ଥିବା ୨୦୨୨ ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ ଦଳର କୋଚ୍‌ ଦାୟିତ୍ୱରେ ରହିବେ ବୋଲି ବେଲଜିଆନ ଫୁଟବଲ ଫେଡେରେଶନ (ବିଏଫ୍‌ଏଫ୍‌) ତରଫରୁ ଘୋଷଣା କରାଯାଇଛି।
୨୦୧୬ରେ ୪୬ ବର୍ଷୀୟ ଏହି ଇଭରଟନ୍‌ ମ୍ୟାନେଜର ବେଲିଜିୟମ ଫୁଟବଲ ଦଳରେ ଦାୟିତ୍ୱ ନେଇଥିଲେ ଓ ୨୦୧୮ ବିଶ୍ୱକପ୍‌ରେ ଦଳକୁ ତୃତୀୟ ସ୍ଥାନରେ ପହଞ୍ଚାଇଥିଲେ। ସ୍ପେନ୍‌ର ମାର୍ଟିନେଜଙ୍କ ଚୁକ୍ତି ପ୍ରକୃତରେ ୨୦୨୦ ୟୁରୋ କପ୍‌ ପର୍ଯ୍ୟନ୍ତ ଥିଲା। ତେବେ କରୋନା ଭାଇରସ ମହାମାରୀ କାରଣ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମାର୍ଟିନେଜଙ୍କ ତତ୍ତ୍ୱାବଧାନରେ ବେଲଜିୟମ ୪୩ଟି ମ୍ୟାଚ୍‌ ଖେଳିଛି ଓ ଦମ୍‌ଦାର ପ୍ରଦର୍ଶନ କରି ୩୪ଟିରେ ବିଜୟ ହାସଲ କରିବା ସହ ୩ଟିରେ ପରାଜୟବରଣ କରିଛି, ୬ଟି ମ୍ୟାଚ୍‌ ଡ୍ର ରହିଛି। ଏହି ଉଚ୍ଚକୋଟୀର ପ୍ରଦର୍ଶନ ବଳରେ ବେଲଜିୟମ ଫିଫା ର଼୍ୟାଙ୍କିଙ୍କର ଶୀର୍ଷ ସ୍ଥାନ ହାସଲ କରିଛି। ମାର୍ଟିନେଜ ୨୦୦୭ରେ ସ୍ବାନ୍‌ସି ସହିତ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୯ରେ ସେ ଓ୍ବିଗାନରେ ଯୋଗ ଦେଇଥିଲେ। ୨୦୧୩ ଫା କପ୍‌ରେ ତାଙ୍କ ତତ୍ତ୍ୱାବଧାନରେ ଓ୍ବିଗାନ ମାଞ୍ଚେଷ୍ଟର ସିଟିକୁ ହରାଇ ଟାଇଟଲ ଜିତିଥିଲା। ଏହାପରେ ବେଲଜିୟମ ଦାୟିତ୍ୱ ନେବା ପୂର୍ବରୁ ସେ ଇଭରଟନ୍‌ର କୋଚ୍‌ ଦାୟିତ୍ୱ ସମ୍ଭାଳିଥିଲେ। ମାର୍କ ଓ୍ବିଲମୋଟ୍ସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….

ଭୁବନେଶ୍ବର, ୨/୧:  ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri