ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ତୁରନ୍ତ ନିଯୁକ୍ତି ଦାବିରେ ୨୬ କିମି ଚାଲିଲେ ଛାତ୍ର

ତୁମୁଡ଼ିବନ୍ଧ,୪।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ୫୪ଜଣ ଛାତ୍ର ଶିକ୍ଷକ ଦାବିରେ ୨୬ କିମି ବାଟ ଚାଲିଛନ୍ତି। ମଙ୍ଗଳବାର ରାତି ୩ଟାରେ ବିଦ୍ୟାଳୟ ହଷ୍ଟେଲରୁ ବାହାରି ଛାତ୍ରମାନେ ଚାଲିଚାଲି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଡିଓ ଦାୟିତ୍ୱରେ ଥିବା କୈଳାସ ଚନ୍ଦ୍ର ମୁର୍ମୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଛାତ୍ରମାନଙ୍କୁ ବୁଝାଶୁଝା କରିଥିବା ସୂଚନା ମିଳିଛି।

ଉକ୍ତ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀଠାରୁ ଦଶମ ପର୍ଯ୍ୟନ୍ତ ୩୭୫ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ରହିଛନ୍ତି ମାତ୍ର ୭ଜଣ ଶିକ୍ଷକ। ଏପରିକି ପ୍ରଧାନଶିକ୍ଷକ ମଧ୍ୟ ନାହାନ୍ତି। ଅପରପକ୍ଷେ ସ୍କୁଲରେ ଆଉ ୭ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏହାକୁ ନେଇ ଛାତ୍ରମାନେ ରାତିରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ, ଶ୍ରେଣୀଗୃହ, ମୁଖ୍ୟଫାଟକ ଆଦିରେ ତାଲାପକାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ଦାବି ବିଷୟରେ ଭାରପ୍ରାପ୍ତ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷ ପଚାରି ବୁଝି ସ୍କୁଲକୁ ପଠାଇଥିଲେ। ସ୍କୁଲରେ ସେମାନଙ୍କ ଦାବି ସମ୍ପର୍କରେ ଅଧିକ ତଦନ୍ତ କରାଯିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫି’ ବୃଦ୍ଧି ନେଇ ଆନ୍ଦୋଳନରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପ୍ରଥମ ବର୍ଷର ଛାତ୍ରୀଛାତ୍ର ବିଭିନ୍ନ ଦାବି ନେଇ ବୁଧବାର କ୍ୟାମ୍ପସ୍‌ର ଗେଟ ବନ୍ଦ କରି...

ଦଳ ଛାଡ଼ିଲେ ଶତାଧିକ କଂଗ୍ରେସ କର୍ମୀ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତର କଂଗ୍ରେସ ସମର୍ଥତ୍ତ ସରପଞ୍ଚ ନୀହାରିକା ବିଶ୍ୱାଳ ଶୁକ୍ରବାର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ଏ...

ସରକାରୀ ଭ୍ରାମ୍ୟମାଣ ଆମ୍ବ ଦୋକାନରେ ପାଳନ ହେଉନି ସାମାଜିକ ଦୂରତ୍ୱ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ସରକାରଙ୍କ ଓରମାସ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଆମ୍ବ ବିକ୍ରି ବ୍ୟବସ୍ଥା। ଲୋକଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ଆମ୍ବ ଯୋଗାଇ ଦିଆଯାଉଛି।...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ...

ଅବହେଳିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି

ବ୍ରହ୍ମପୁର ଅଫିସ,୧୪ା୩ ମହାପୁରୁଷଙ୍କୁ ସମ୍ମାନ ଦେବା ଓ ତାଙ୍କର ସ୍ମୃତିକୁ ମନେ ପକାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଥାଏ।...

ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା: ଢେଙ୍କାନାଳକୁ ୧୧ ପଦକ

ଢେଙ୍କାନାଳ ଅଫିସ, ୨୫।୯-ତେଲେଙ୍ଗାନାର କରିମ୍‌ନଗରସ୍ଥିତ ଆମ୍ବେଡକର ସ୍ପୋଟର୍‌ସ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୱାକୋ ଇଣ୍ଡିଆ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଢେଙ୍କାନାଳର କ୍ରୀଡ଼ାବିତ୍‌ମାନେ ପ୍ରଭାବୀ ପ୍ରଦର୍ଶନ...

୩୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ବାଇକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ,୮ା୪: ବନ୍ତ ଛକ ପୋଲ ନିକଟରୁ ବୁଧବାର ପୂର୍ବାହ୍ନରେ ପୋଲିସ ଯାଞ୍ଚ କରୁଥିବା ବେଳେ ବାଇକ୍‌ ଡିକିରୁ ୩୨୦ ଗ୍ରାମର ବ୍ରାଉନ ସୁଗାର ଜବତ...

ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧।୮- ଗୋପାଳପୁର ଏନ୍‌ଏସି ୧୦ ଓ ୧୧ନଂ ୱାର୍ଡର ଡ୍ରେନ ଉପରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘବର୍ଷ ଧରି ଏନଏସିର ବିଭିନ୍ନ ୱାର୍ଡରେ ଡ୍ରେନ...

Advertisement
Archives

Model This Week