ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ

ବାରିପଦା ଅଫିସ,୨୨ା୫: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମର ବୃଦ୍ଧା ମା’ ତୁଳସୀ ସିଂଙ୍କୁ ଦୁଇ ପୁଅ ପିଟିପିଟି ମାରି ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ତୁଳସୀଙ୍କ ଦୁଇ ପୁଅ ରବି ଏବଂ ରାଜକିଶୋର ଗୁରୁବାର ରାତିରେ ପ୍ରଚୁର ମଦ୍ୟପାନ କରି ଆସିଥିଲେ। ଘଟଣାକୁ ନେଇ ତୁଳସୀ ଦୁଇ ପୁଅଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଦୁଇ ପୁଅ ଉତ୍‌କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ତୁଳସୀକୁ ଦୁଇଟି ଠେଙ୍ଗାରେ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲିଯାଇଥିଲା। ଶୁକ୍ରବାର ସକାଳେ ଘଟଣା ବିଷୟରେ ମୃତ ତୁଳସୀଙ୍କ ସ୍ବାମୀ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇ ପୁଅଙ୍କୁ ଗିରଫ କରିଛି। ଦୁଇ ପୁଅଙ୍କୁ ଗିରଫ କରାଯାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ...

ଅଭିଶାପ ପାଲଟିଛେ ଜୀବନ୍‌:ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା,୧୦।୭ (ଡି.ଏନ୍‌.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ମହିଲା ସଶକ୍ତିକରନ ଉପରେ ଗୁରୁତ୍‌ ଦେଉଛନ୍‌। ଇଥିରଲାଗି ସବୁକ୍ଷେତ୍‌ରରେ ମହିଲାମାନକର ଭୂମିକାକେ ଗୁରୁତ୍‌ ଦିଆଯାଉଛେ। ସେଥିରଲାଗି...

ମୁଖ୍ୟ ଜୀବିକାରେ ବାଧକ ଜଳସେଚନ

କେନ୍ଦ୍ରାପଡ଼ା ଅଫିସ, ୫।୩: କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ ା ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର...

ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ

ଯାଜପୁର ଅଫିସ୍‌,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ...

ଲକ୍‌ଡାଉନର ପ୍ରଭାବ: ବିକ୍ରି ନ ହେବାରୁ ରାଜରାସ୍ତାରେ ଢ଼ାଳିଲେ କ୍ଷୀର

ବାଉଁଶୁଣୀ,୬।୫: ଲକ୍‌ଡାଉନ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଏକ ଘରୋଇ ସଂସ୍ଥା ବୌଦ୍ଧ ବ୍ଲକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ...

ଏମ୍‌ଏସ୍‌ପିରେ ଲାଗିଲା ସାନିଟାଇଜର ଟନେଲ

କେନ୍ଦୁଝର, ୧୯।୪(ସ୍ବ.ପ୍ର.)-ସ୍ଥାନୀୟ ସଦର ବ୍ଳକ ହଳଦିଗୁଣା ଗ୍ରାମରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଟନେଲ ପ୍ରତିଷ୍ଠା କରାଯାଇଛି। ବାହାରୁ...

ଗୋଚର ଜମିରେ ପୋଖରୀ ଖନନ

ରୂପସା, ୬।୨(ଡି.ଏନ.ଏ.):ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅଧୀନ ଚଷାଖଣ୍ଡ ପଞ୍ଚାୟତ ପଦାବଡ଼ଗଁା ଗ୍ରାମରେ ବେଆଇନ ପୋଖରୀ ଖନନ ଯୋଗୁ ଉତ୍ତେଜନା ଦେଖାଦେଇଛି। ପଞ୍ଚାୟତ ହାଇସ୍କୁଲ...

ଆଇସକ୍ରିମ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ

କୋରାପୁଟ,୪।୬(ନି.ପ୍ର.): ଆଇସକ୍ରିମ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ...

Advertisement
Archives

Model This Week